PM Modi Net worth: ପ୍ରଧାନମନ୍ତ୍ରୀ ହେବା ପରେ କେତେ ବୃଦ୍ଧି ପାଇଛି ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି? ଏଠାରେ ଜାଣନ୍ତୁ
Advertisement
Article Detail0/zeeodisha/odisha1355612

PM Modi Net worth: ପ୍ରଧାନମନ୍ତ୍ରୀ ହେବା ପରେ କେତେ ବୃଦ୍ଧି ପାଇଛି ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି? ଏଠାରେ ଜାଣନ୍ତୁ

PM Modi Net worth: ପିଏମ ମୋଦି ଆଜି ନିଜର ୭୨ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଗତ ୨୧ ବର୍ଷ ଧରି ପିଏମ ମୋଦି କ୍ଷମତାରେ ରହିସା ଆସିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ସମ୍ପତ୍ତି କେତେବଳେ ବୃଦ୍ଧି ପାଇଛି ତ ଆଉ କେତେବେଳେ ହ୍ରାସ ପାଇଛି । ଆସନ୍ତୁ ଜାଣିବା ବର୍ତ୍ତମାନ ତାଙ୍କ ପାଖରେ କେତେ ସମ୍ପତ୍ତି ଅଛି ।

ସୌ: ସୋସିଆଲ ମିଡିଆ

PM Modi Net worth: ଶନିବାର ଦିନ ଅର୍ଥାତ ୧୭ ସେପ୍ଟେମ୍ବର ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (Prime Minister Modi) ୭୨ ବର୍ଷ ବୟସ ହେଲା । ଆଜି ତାଙ୍କର ଜନ୍ମଦିନ । ଗତ ୨୧ ବର୍ଷ ଧରି ପିଏମ ମୋଦି କ୍ଷମତାରେ ଅଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ସମ୍ପତ୍ତି କେତେବଳେ ବୃଦ୍ଧି ପାଇଛି ତ ଆଉ କେତେବେଳେ ହ୍ରାସ ପାଇଛି । ନରେନ୍ଦ୍ର ମୋଦି ୧୩ ବର୍ଷ ପାଇଁ ଗୁଜରାଟର ସିଏମ ଥିଲେ ଓ ବର୍ତ୍ତମାନ ଗତ ଆଠ ବର୍ଷ ମଧ୍ୟରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି । ଜାଣନ୍ତୁ ତାଙ୍କ ପାଖରେ ବର୍ତ୍ତମାନ କେତେ ସମ୍ପତ୍ତି ଅଛି ...

ବର୍ତ୍ତମାନ କେତେ ସମ୍ପତ୍ତି ଅଛି 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବର୍ତ୍ତମାନ ୨,୨୩,୮୨,୫୦୪ ଟଙ୍କାର (୨.୨୪ କୋଟି ଟଙ୍କା) ସମ୍ପତ୍ତି ରହିଛି । ଯେଉଁଥିରେ ୩୫,୨୫୦ ଟଙ୍କା ନଗଦ ଅଟେ, ଯାହା ୨୦୨୦-୨୧ ଠାରୁ ସାମାନ୍ୟ କମ୍ ଅଟେ । ଅବଶ୍ୟ, ତାଙ୍କର ମୋଟ ଚଳନ ସମ୍ପତ୍ତି ୨୦୨୧-୨୨ ରେ ୧୩ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କର ଏକ ଅସ୍ଥାବର ସମ୍ପତ୍ତି, ଯାହାର ମୂଲ୍ୟ ଏକ କୋଟିରୁ ଅଧିକ ଥିଲା, ତାହା ଶେଷ ହୋଇଯାଇଛି ।

PMO ଅନୁଯାୟୀ, ୨୦୨୧-୨୨ ମସିହାରେ ତାଙ୍କର ୨,୨୩,୮୨,୫୦୪ ଟଙ୍କାର (୨.୨୪ କୋଟି ଟଙ୍କା) ସମ୍ପତ୍ତି ଅଛି । ଯାହାକି ୨୦୨୦-୨୧ ରେ ୧,୯୭,୬୮,୮୮୫ ଟଙ୍କାର ଥିଲା । ସେ ସଂଗ୍ରହ କରିଥିବା ଅଧିକାଂଶ ଅର୍ଥ ହେଉଛି ସେ କରିଥିବା ନିବେଶ ଉପରେ ସୁଧ । ଯେତେବେଳେ ନିବେଶ କଥା ଆସେ, ପ୍ରଧାନମନ୍ତ୍ରୀ ମୋଦି ପାରମ୍ପାରିକ ପଦ୍ଧତି ଉପରେ ନିର୍ଭର କରନ୍ତି । ଯେପରିକି ସ୍ଥିର ଜମା, ଜାତୀୟ ସଞ୍ଚୟ ପ୍ରମାଣପତ୍ର ଓ ଜୀବନ ବୀମା ପଲିସି  । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାନ୍ଧିନଗର ଶାଖାରେ ତାଙ୍କର ୨.୧ କୋଟି ଟଙ୍କାର ଏଫଡ଼ି ରହିଛି । ଏହା ବ୍ୟତୀତ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ୯ ଲକ୍ଷ ଟଙ୍କା ଓ ୧୮,୯୩,୦୫ ଟଙ୍କା ଜୀବନ ବୀମା ପଲିସିରେ ରହିଛି ।

୨୦୧୪ ରେ କେତେ ସମ୍ପତ୍ତି ଥିଲା
ଯେତେବେଳେ ନରେନ୍ଦ୍ର ମୋଦି ୨୦୧୪ ରେ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ତାଙ୍କର ପ୍ରାୟ ୧ କୋଟି ୬୬ ଲକ୍ଷ (୧,୬୫,୯୧,୫୮୨) ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିଲା । ଏହିସମୟରେ ତାଙ୍କ ପାଖରେ ୨୯ ହଜାର ନଗଦ ଟଙ୍କା, ୪ ଟି ସୁନା ରିଙ୍ଗ ଥିଲା, ଯାହା ଆଜି ଏପର୍ଯ୍ୟନ୍ତ ଅଛି । ଏହାଛଡା ଗୋଟିଏ ପ୍ଲଟ୍ ଥିଲା ଓ ୨୦ ହଜାର ଟଙ୍କା ମୂଲ୍ୟର ଏକ କମ୍ପାନୀର ସେୟାର ଥିଲା ।

କୁଆଡେ ଗଲା ଏକ କୋଟି ଟଙ୍କାର ଜମି 
ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ସିଏମ୍ ଥିଲେ, ସେତବେଳେ ସେ କିଛି ଲୋକଙ୍କ ସହ ମିଶି ଏକ ଜମି କିଣିଥିଲେ । ଏହାର ମୂଲ୍ୟ ଏକ କୋଟିରୁ ଅଧିକ ବୃଦ୍ଧି ପାଇ ବୃଦ୍ଧି ପାଇଥିଲା । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ସେହି ଜମି ଦାନ କରି ଦେଇଥିଲେ, ଯାହା ପରେ ତାଙ୍କ ପାଖରେ ଆଉ ଜମି ନାହିଁ ।

ଏହା ବି ପଢ଼ନ୍ତୁ: ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ପୂରା କରିବେ ପ୍ରଶାନ୍ତ କିଶୋର! ଏଠାରେ ଜାଣନ୍ତୁ ରଣନୀତି