ନୂଆଦିଲ୍ଲୀ: ଅମାନୁଷିକ ବୈଜ୍ଞାନିକ ପରୀକ୍ଷଣ ପାଇଁ ବିଶ୍ୱରେ କୁଖ୍ୟାତ ଚୀନ ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ବର୍ତ୍ତମାନ ଚୀନ୍‌ ଭଳି ଦେଶର କଳଙ୍କିତ ପରୀକ୍ଷଣ ବାବଦରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଜଣେ ଚୀନ ଅନୁସନ୍ଧାନକାରୀ ଦାବି କରିଛନ୍ତି ଯେ ଦେଶର ବୈଜ୍ଞାଜ୍ଞାନିକ 'ହୁମ୍ୟାନ୍ ଜୀ' (ମଣିଷ ଏବଂ ଶିମ୍ପାଞ୍ଜି ମିଶ୍ରଣରୁ ନିର୍ମିତ ପ୍ରାଣୀ) ନାମକ ଏକ ନୂଆ ଜୀବକୁ ବିକାଶିତ କରିଛନ୍ତି। ଏନେଇ ମାଈ ମହିଳା ଶିମ୍ପାଞ୍ଜି ଶରୀରରେ ମାନବ ଶୁକ୍ରାଣୁ ଭର୍ତ୍ତି କରିଯାଇଛି।


COMMERCIAL BREAK
SCROLL TO CONTINUE READING

ଚୀନ ଅନୁସନ୍ଧାନକାରୀ କରିଥିବା ଅନୁସାରେ ୧୯୬୦ ଦଶକରେ କରାଯାଇଥିବା ଏହି ପରୀକ୍ଷଣରେ ସେହି ମାଇ ଶିମ୍ପାଞ୍ଜି (Chimpanzee) ଗର୍ଭବତୀ ହୋଇଥିଲେ କିନ୍ତୁ ଅବହେଳା ହେତୁ ତାହାର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ସେ ୩ ମାସର ଗର୍ଭବତୀ ଥିଲା। ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୧୯୮୦ ଦଶକରେ ଏକ ଚୀନୀ ଖବରକାଗଜ ସହ କଥା ହେବାବେଳେ ଡକ୍ଟର ଜୀ ୟୋଙ୍ଗଜିଆଙ୍ଗ ଏକ ବିଚିତ୍ର ଉପାୟରେ ଦାବି କରି କହିଥିଲେ ଯେ ଜଣେ ମାନବ ଅନ୍ୟ ଜଣେ ମଣିଷ ସହ କଥା ହୋଇପାରିବ ଏବଂ ଅନ୍ୟ "ପ୍ରାଣୀ" ଅପେକ୍ଷା ଅଧିକ ବୁଦ୍ଧିମାନ ହେବ। ଏହି ସାକ୍ଷାତକାରରେ ଡକ୍ଟର ଜୀ କହିଥିଲେ ଯେ ଏହି ନୂତନ ଜୀବକୁ କୃଷି କାର୍ଯ୍ୟ, ଗାଡି ଚଲାଇବା, ମହାକାଶ ଏବ ସମୁଦ୍ର ଠାରେ ହେଉଥିବା କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏପରିକି ବିପଜ୍ଜନକ ଖଣି ଅଞ୍ଚଳକୁ ମଧ୍ୟ ସେମାନଙ୍କୁ ପଠାଯାଇପାରିବ। 


ଏନେଇ ଡକ୍ଟର ଜୀ କହିଥିଲେ ଯଦି ଏହି ପ୍ରୟୋଗ ସଫଳ ହୁଏ ତାହେଲେ ଏହା ଚିକିତ୍ସା ଜଗତକୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାନ୍ତା। ପେସାରେ ଜଣେ ସର୍ଜନ ଥିବା ଡାକ୍ତରଙ୍କ ମଧ୍ୟରୁ ସେ ଜଣେ ଥିଲେ ଯିଏ ଏଭଳି ଏକ ଅଦ୍ଭୂତ ପରୀକ୍ଷଣରେ ଭାଗ ନେଇଥିଲେ। ସେହି ସମୟରେ ଚୀନରେ ସାଂସ୍କୃତିକ ବିପ୍ଳବ ହୋଇଥିଲା। ଡକ୍ଟରଙ୍କୁ ଜଣେ ବିପ୍ଳବୀ ବୋଲି କୁହାଯାଉଥିଲା ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଏକ ଚାଷ ଜମିରେ କାମ କରିବାକୁ ବାଧ୍ୟ କରାଯାଇଥିଲା। 


Also Read: ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip


ଶେନୟାଙ୍ଗ ପରିଯୋଜନାକୁ ୧୯୬୭ ମସିହାରେ ପ୍ରୟୋଗଶାଳା ନଷ୍ଟ ହେବା ପରେ ରୋକାଯିବା ସହ ଏ କ୍ଷେତ୍ରରେ ଗବେଷଣା କରୁଥିବା ଗବେଷକଙ୍କ ଉପରେ ଆକ୍ରମଣ କିମ୍ବା ଗିରଫ କରାଯାଇଥିଲା। ଯାହାର ପରିଣାମ ସ୍ୱରୂପ ଏହି ପରୀକ୍ଷଣ କାରଣରୁ ଗର୍ଭବତୀ ହୋଇଥିବା ସେହି ମାଇ ଶିମ୍ପାଞ୍ଜିର ଅବହେଳା କାରଣରୁ ହେତୁ ତାହାର ମୃତ୍ୟୁ ହୋଇଥିଲା। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଏକ ବଡ଼ ମସ୍ତିଷ୍କ ଏବଂ ମୁହିଁ ଥିବା ଏକ ପ୍ରାଣୀର ବିକାଶ କରିବା। ଡାକ୍ତର କହିଛନ୍ତି ଶିମ୍ପାଞ୍ଜି, ମଣିଷ ସ୍ୱରକୁ ଅନୁକରଣ କରିପାରିବ ନାହିଁ କାରଣ ସେମାନଙ୍କ ପାଟି ବହୁତ ସଂକୀର୍ଣ୍ଣ। 


୧୯୮୦ ଦଶକରେ ଆନୁବଂଶିକ ଅନୁସନ୍ଧାନ ବ୍ୟୁରୋ ନାମକ ଏକ ବିଜ୍ଞାନ ଏକାଡେମୀ ସହ ଜଡି଼ତ ଲି ଗୁଔାଁଗମ କହିଥିଲେ ଯେ ଏପରି ଏକ ପରୀକ୍ଷଣର ଯୋଜନା କରାଯାଇଥିଲା। ଏନେଇ ମୋର ବ୍ୟକ୍ତିଗତ ବିଚାର ହେଉଛି ଏହା ସମ୍ଭବ। କାରଣ ସାଧାରଣ ଜୈବିକ ପାର୍ଥକ୍ୟ ଅନୁଯାୟୀ ମଣିଷ ଏବଂ ମାଙ୍କଡ ଗୋଟିଏ ବର୍ଗର। ଦେଶରେ ସାଂସ୍କୃତିକ ବିପ୍ଳବ ହେବା ପୂର୍ବରୁ ଆମେ ଏହା ଉପରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ମଧ୍ୟ କରିଥିଲୁ ହେଲେ ଏହାକୁ ବନ୍ଦ କରି ଦିଆଯାଇଥିଲା।


Also Read: କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ


ଚୀନ ବିଜ୍ଞାନ ଏକାଡ଼େମୀ ସହ ଜଡ଼ିତ ଅନ୍ୟ ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ Frankenstein Style ପରୀକ୍ଷଣକୁ ପୁନଃର୍ବାର ଆରମ୍ଭ କରିବାକୁ ଯୋଜନା ରହିଥିଲା। ହେଲେ ଏହା କେବେ ହୋଇଥିଲା ତାହା ସ୍ପଷ୍ଟ ନାହିଁ। 'ହୁମ୍ୟାନ୍ ଜୀ' (Humanzee) ଶବ୍ଦକୁ ବିଂଶ ଶତାବ୍ଦୀରେ ରଚନା କରାଯାଇଥିଲା ଏବଂ ଏହା ମାନବ-ଶିମ୍ପାଞ୍ଜି କ୍ରସବ୍ରିଡ୍ (Human-Chimpanzee Cross Breed) କୁ ଦର୍ଶାଏ। ଯାହା ବୈଜ୍ଞାନିକ ଉପାୟରେ ବିକଶିତ ସଂକରୀକରଣ। ଅନୁସନ୍ଧାନ ମଧ୍ୟ ବିବର୍ତ୍ତନ ତତ୍ତ୍ୱକୁ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ମଣିଷ ଏବଂ ମାଙ୍କଡ଼ ମୂଳରୁ ଜଡିତ ଏବଂ ଆନୁବଂଶିକ ରୂପରେ ଉଭୟ ପ୍ରାଣୀ ପିଲା ଜନ୍ମ କରିବା ପାଇଁ ସମାନ।


Also Read: ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China


କେବଳ ଚୀନ ନୁହେଁ ବହୁ ବର୍ଷ ପୂର୍ବେ ଋଷିଆ ଠାରେ ମଧ୍ୟ ଏହିପରି ପରୀକ୍ଷଣ ହୋଇଥିଲା। ସେତେବେଳେର ଋଷୀୟ ରାଷ୍ଟ୍ରମୁଖ୍ୟ ଜୋସେଫ ଷ୍ଟାଲିନଙ୍କ ପ୍ରସିଦ୍ଧ ବୈଜ୍ଞାନିକ ଇଲିଆ ଇଭାନୋଭଙ୍କୁ ଦେଶର ସୈନ୍ୟ ବାହିନୀ ପାଇଁ ଏକ ସ୍ୱତନ୍ତ୍ର ଜୀବ ପ୍ରଜାତି ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ “କ୍ଷୁଧା ପ୍ରତିରୋଧ ଏବଂ କ୍ଷୁଧା ପ୍ରତିରୋଧକ” ବୋଲି ଆହ୍ୱାନ ଦିଆଯାଇଥିଲା। ସେମାନେ ଏକ ଏକ ଅବିକଶିତ ମନ ସହିତ ଅତ୍ୟନ୍ତ ଶକ୍ତିଶାଳୀ ହେବା ଆବଶ୍ୟକ।