କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha984256

କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପୁଣି ଥରେ ଏକ ଅଜବ ଧରଣର କାରନାମାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଯାଇଛି ଚୀନ।

କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବେଜିଂ: କୋରୋନା ସଂକ୍ରମଣ ହେଉ ଅଥବା ଅନ୍ୟ କୌଣସି ଅଜବ ଧରଣର କାରନାମାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ ଚୀନ। ହେଲେ ଏବେ ଅନ୍ୟ ଏକ ଅଜବ କାମକୁ ନେଇ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି ଚୀନ।

କୋରୋନା ମହାମାରୀ ଏବେ ଚୀନରେ (China) ଆତଙ୍କ ସୃଷ୍ଟି କରିଛି ଡେଙ୍ଗୁ (Dengue)। ଏହାର ମୁକାବିଲା କରିବାକ ଯାଇ ସ୍ଥାନୀୟ ସରକାର (Chinese Govt) ଯେଉଁ ଅଜବ ଧରଣର ପଦକ୍ଷେପ ନେଇଛନ୍ତି ତାହାକୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟଚକିତ ହୋଇଉଠିବ। ଆଜ୍ଞା ହଁ, ଭଲ ମଶା (Good Mosquito) ସହାୟତାରେ ଦେଶରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି ସେଠାକାର ସରକାର। 

ଡେଙ୍ଗୁ ମୁକାବିଲା ପାଇଁ ଦେଶର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିଛି ଏକତ ସ୍ଥାନୀୟ ଶିଳ୍ପସଂସ୍ଥା (Chinese Industry)। ଯିଏକି ପ୍ରତି ସପ୍ତାହରେ ୨ କୋଟି ଭଲ ମଶା ଉତ୍ପାଦନ କରୁଛି। ଏହାକୁ ଦେଶର ବିଭିନ୍ନ ସ୍ଥାନରେ ଛାଡି ଦିଆଯାଉଛି। ଏହି ମଶା ଡେଙ୍ଗୁ ସୃଷ୍ଟିକାରୀ ମଶା ବିରୁଦ୍ଧରେ ଲଢେଇ ସେଠାରୁ ଏହି ରୋଗକୁ ରୋକିବାରେ ସହାୟକ ହୋଇପାରିବ। 

Also Read: ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ଆପଣ ଭାବୁଥିବେ ଭଲ ମଶା କ'ଣ? କାରଣ ମଶା ଦ୍ୱାରା ମଣିଷ ମ୍ୟାଲେରିଆ ଡେଙ୍ଗୁ ଭଳି ଅନେକ ପ୍ରାଣଘାତୀ ରୋଗର ଶୀକାର ହୋଇଥାଏ। ଯଦି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିପାରୁଛି। ମାତ୍ର ଚିକିତ୍ସା ବିଜ୍ଞାନ ଅଗ୍ରଗତି କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନର ଉନ୍ନତ ଆଧୁନିକ ସମୟରେ ମଧ୍ୟ ଏହି ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଯାହାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଏପରି ଅଜବ ଧରଣର ପଦକ୍ଷେପ ନେଇଛନ୍ତି ଚୀନ ସରକାର।

ପୃଥିବୀ ପୃଷ୍ଠରେ ରହିଥିବା ଜୀବଜଗତରେ ଏପରି ଅନେକ ପ୍ରକାର ମଶା ଅଛନ୍ତି ଯେଉଁମାନେ ମ୍ୟାଲେରିଆ ଡେଙ୍ଗୁ ଭଳି ରୋଗ ସୃଷ୍ଟି କରୁଥିବା ମଶାର ବୃଦ୍ଧିକୁ ରୋକିଥାନ୍ତି। ଏହା ଉପରେ ଗବେଷଣା କରାଯିବା ପରେ ମଶା ସହାୟତାରେ ଦେଶରେ ଏପରି ପ୍ରାଣଘାତୀ ରୋଗକୁ ନିୟନ୍ତ୍ରଣ କରିବା ଯୋଜନା କରିଛନ୍ତି ଚୀନ ସରକାର। 

ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଗୁଆଙ୍ଗଝୋଓ (Guangzhou) ନାମକ ସ୍ଥାନରେ ଏହି ମଶା ଉତ୍ପାଦନକାରୀ ଶିଳ୍ପସଂସ୍ଥା (Mosquito Production Factory) ରହିଛି। ଯିଏକି ପ୍ରତି ସପ୍ତାହରେ ୨ କୋଟି ଭଲ ମଶା ଉତ୍ପାଦନ କରୁଛି। ଏହି ମଶା ୱୋଲବାଚିୟା ବ୍ୟାକ୍ଟେରିଆ (Wolbachia Bacteria) ଦ୍ୱାରା ସଂକ୍ରମିତ ହୋଇଥାନ୍ତି। ଏହି ମଶାକୁ ୱୋଲବାଚିୟା ମଶା (Wolbachia Mosquito) ବୋଲି ମଧ୍ୟ କୁହାଯାଏ।  

Also Read: Chinese ପରୀକ୍ଷାଗାରରୁ ସାରା ବିଶ୍ୱକୁ ବ୍ୟାପିଥିଲା Corona Virus: US Republican Report

ସୂନ ୟେତ ସେତ ନାମକ ଚୀନୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡିଛି ୱୋଲବାଚିୟା ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇଥିବା ମଶା ମ୍ୟାଲେରିଆ ଡେଙ୍ଗୁ ଭଳି ରୋଗ ସୃଷ୍ଟି କରୁଥିବା ମଶାର ବଂଶ ବୃଦ୍ଧିକୁ ରୋକିଥାନ୍ତି। ଗୁଆଙ୍ଗଝୋଓସ୍ଥିତ ଶିଳ୍ପସଂସ୍ଥାରେ ଏହି ମଶାକୁ ଉତ୍ପାଦନ କରାଯିବା ପରେ ଏହାକୁ ଜନବସତି କିମ୍ବା ଜଙ୍ଗଲ ଅଞ୍ଚଳରେ ଛାଡିଦିଆଯାଏ।  

ବିଶ୍ୱ ସମୁଦାୟରେ କୋଭିଡ୧୯ ସଂକ୍ରମଣ ବ୍ୟାପିବା ପୂର୍ବରୁ ଗତ ୨୦୧୫ ବର୍ଷରୁ ଏହି କାର୍ଯ୍ୟ ଜାରି ରହିଛି। ଏହି ୱୋଲବାଚିୟା ମଶାକୁ କେବଳ ଗୁଆଙ୍ଗଝୋଓ ଅଞ୍ଚଳ ପାଇଁ ଉତ୍ପାଦନ କରାଯାଉଥିଲା। କାରଣ ସେଠରେ ଡେଙ୍ଗୁ କାୟା ବିସ୍ତାର କରିଥିଲା। ବର୍ତ୍ତମାନ ସେଠାରେ ଏହି ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇସାରିଛି। ଏବେ ଦେଶର ଅନ୍ୟ ଭାଗରେ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଛନ୍ତି ଚୀନ ସରକାର। 
  
ୱୋଲବାଚିୟା ମଶା ବହୁତ ଜୋରରେ ଶବ୍ଦ କରିଥାନ୍ତି। ସେମାନଙ୍କ ଜୀବନ ଅବଧି ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ହୋଇଥାଏ। ସେମାନଙ୍କ ଠାରୁ କୌଣସି ରୋଗ ସଂକ୍ରମଣ ବ୍ୟାପିନଥାଏ। ଗୁଆଙ୍ଗଝୋଓସ୍ଥିତ ଶିଳ୍ପସଂସ୍ଥାରେ କେବଳ ଅଣ୍ଡିରା ୱୋଲବାଚିୟା ମଶା ଉତ୍ପାଦନ କରାଯାଇଥାଏ। ଯିଏକି ରୋଗ ସୃଷ୍ଟି କରୁଥିବା ମଶା ବିରୁଦ୍ଧରେ ଲଢେଇ କରିବାକୁ ସକ୍ଷମ ହୋଇଥାଏ। 

Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ

ଚୀନ ଦ୍ୱାରା କରାଯାଇଥିବା ଏହି ପରୀକ୍ଷା ମୂଳକ ପ୍ରୟୋଗରେ ଜବରଦସ୍ତ ସଫଳତା ମିଳିଛି। ଦେଶର ଯେଉଁ ଅଞ୍ଚଳରେ ଏହାକୁ ଛଡାଯାଇଥିଲା ସେଠାରେ ରୋଗ ସୃଷ୍ଟି କରୁଥିବା ମଶାଙ୍କ ସଂଖ୍ୟା ପ୍ରାୟ ୯୬ ପ୍ରତିଶତ ହ୍ରାସ ପାଇଛି। ଯାହା ପରେ ସ୍ଥାନୀୟ ସରକାର ଏହାକୁ ବହୁ ପରିମାଣରେ ବ୍ୟବହାର କରିବା ଆରମ୍ଭ କରିଦେଲେ।