ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China
Advertisement

ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ନିକଟରେ କେତେକ ଆମେରିକୀୟ ଗବେଷକ ଏକ ଚାଞ୍ଚ୍ୟଲକର ଦାବି କରିଥିଲେ। 

ମିଳୁନି ସ୍ଥାନ;  ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ବେଜିଂ: କୋରୋନା ସଂକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଆଗରେ ସନ୍ଦେହ ଘେରରେ ରହିଛି ଚୀନ। କୋରୋନା ମହାମାରୀ କାଳରେ ବେଆଇନ ତଥା ସନ୍ଦେହଜନକ କାର୍ଯ୍ୟକଳାପ ସାରା ବିଶ୍ୱର ଆକ୍ରୋଶର ଶୀକାର ହୋଇଥିବା ଚୀନ ଏବେ ପୁଣି ଥରେ  ନିଜର ଅଜବ ଧରଣର କାରାନାମା ପାଇଁ ଚର୍ଚ୍ଚାର ପରିସରକୁ ଆସିଯାଇଛି।

ନିକଟରେ କେତେକ ଆମେରିକୀୟ ଗବେଷକ ଏକ ଚାଞ୍ଚ୍ୟଲକର ଦାବି କରିଥିଲେ। ଏନେଇ ସେମାନଙ୍କ ପକ୍ଷରୁ କୁହାଯାଇଥିଲା ଗତ ସୋମବାର ଅନେକ ଚୀନୀ ଜାହାଜ (Chinese Ship) ଦକ୍ଷିଣ ଚୀନ ସାଗର (South China Sea) ଅଞ୍ଚଳରେ ପଇଁତରା ମାରୁଥିଲେ। ଏହି ଜାହାଜ ସହାୟତାରେ ଚୀନ (China) ଅତି ଚତୁରତାର ସହ ପାଇଖାନ ଟାଙ୍କିର ଅପରିଷ୍କାର ପାଣି ଏବ ମଣିଷ ମଳକୁ ସମୁଦ୍ରରେ ପକାଇଥିଲା। ଯାହା ଦ୍ୱାରା ଜଳଭାଗରେ ତିଷ୍ଠି ପାରୁଥିବା ଶୈବାଳ ଭଳି ସାମୁଦ୍ରିକ ଗଛ ଉଠିବାରେ ଲାଗିଛି। ଯାହା ଦ୍ୱାରା  ସେଠାକାର ସମୁଦ୍ରରେ ରହିଥିବା ସାମୁଦ୍ରିକ ମାଛଙ୍କ ଲାଗି ବିପଦ ମାଡି଼ଆସିଛି। 

Also Read: Wuhan ସହରରୁ ବ୍ୟାପିଥିଲା Covid19, ହେଲେ କିପରି ସୁରକ୍ଷିତ ରହିଲେ Chinese Soldiers?

ଏନେଇ ନିଆଯାଇଥିବା ସାଟେଲାଇଠ ଫଟୋ ଚିତ୍ରରୁ ଜଣାପଡ଼ିଛି ବିଗତ ୫ ବର୍ଷ ଧରି ଚୀନ ପକ୍ଷରୁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ସମୁଦ୍ରରେ ଏଭଳି କାର୍ଯ୍ୟ କରାଯାଉଛି। ଯାହାର ଫଳସ୍ୱରୂପ ସ୍ପ୍ରେଟଲି କ୍ଷେତ୍ରରେ (Spratlys Region) ରହିଥିବା ଚଟାଣ ଅର୍ଥା ପଥୁରିଆ ସ୍ଥାନରେ ଶୈବାଳ (Algae) ମାଡିବାରେ ଲାଗିଛି। 

Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ

ଏହା ସହିତ ଆହୁରି ମଧ୍ୟ କୁହାଯାଇଛି ଗତ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଚୀନ ସାଗରରେ ରହିଥିବା ବିଭିନ୍ନ ପ୍ରବଳ ଦ୍ୱୀପ ଅଞ୍ଚଳରେ (South China Sea Atoll) ୨୩୬ ଚୀନୀ ଜାହାଜ ଦୃଶ୍ୟମାନ ହୋଇଥିଲେ। ଶୌଚାଳୟରୁ ନିର୍ଗତ ହେଉଥିବା ବିଭିନ୍ନ ଆବର୍ଜନାକୁ ଏହି ଜାହାଜରେ ଅଣାଯାଇ ସମୁଦ୍ରରେ ପକାଯାଇଥିଲା। ଅନେକ ଜାହାଜ ସ୍ପ୍ରେଟଲି କ୍ଷେତ୍ରରେ ଲଙ୍ଗର ପକାଇ ସେଠାରେ ମଧ୍ୟ ପାଇଖାନ ଟାଙ୍କିର ଅପରିଷ୍କାର ପାଣି ଏବଂ ମଣିଷ ମଳକୁ ସମୁଦ୍ରରେ ପକାଇ ଦେଇଥିଲା। 

Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon

ସମୁଦ୍ରରେ ଯେଉଁ ଅଞ୍ଚଳରେ ଜାହାଜ ଚଳାଚଳ କରୁନାହିଁ ସେଠାରେ ଚୀନ ପକ୍ଷରୁ ଅତି ଚତୁରତାର ସହ ଏଭଳି ଆର୍ବଜନାକୁ ସମୁଦ୍ରରେ ପକାଯାଉଛି। ଯଦି ଏହି କାମକୁ ବିଚାରକୁ ନିଆଯାଏ ତାହେଲେ ବିଗତ କେତେ ବର୍ଷ ଚୀନ ଏପରି ଉପାୟାରେ ସାମୁଦ୍ରିକ ଅଞ୍ଚଳକୁ ପ୍ରଦୂଷିତ କରିବାରେ ଲାଗିଛି। 

Also Read: ବିଷାକ୍ତ ଜୈବିକ ଅସ୍ତ୍ର ଚାଷ କରୁଛନ୍ତି ଚୀନ୍ ଏବଂ ପାକିସ୍ତାନ

ସମୁଦ୍ରରେ ଯେଉଁ ସ୍ଥାନରେ ଏହି ଜାହାଜକୁ ଯାତ୍ରା କରିବା ପରିବର୍ତ୍ତେ ସ୍ଥିର ଭାବେ ଅଟକି ରହିଥାନ୍ତି ସେଠାରେ ମଳ ଜମିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ଏହି କ୍ରମରେ ସ୍ପ୍ରେଟଲି କ୍ଷେତ୍ରରେ ଲଙ୍ଗର ପକାଇଥିବା ଚୀନୀ ଜାହାଜ ସେଠାକାର ଚଟାଣ କ୍ଷେତ୍ରରେ ପାଇଖାନ ଟାଙ୍କିରୁ ନର୍ଗତ ହେଉଥିବା ଆବର୍ଜନା ପକାଇ ଦେଇଥିଲା। ଯାହାର ଫଳସ୍ୱରୂପ ସେହି ଅଞ୍ଚଳରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ସେଠାରେ ରହିଥିବା ସାମୁଦ୍ରିକ ମାଛଙ୍କ ଜୀବନ ବିପଦଗ୍ରସ୍ତ ହୋଇପାରେ। ଏହା ଦ୍ୱାରା ହେବାକୁ ଥିବା କ୍ଷତିର ଭରଣା କରାଯାଇ ପାରିବ ନାହିଁ।

Also Read: ଚାଲୁଣୀ କହୁଛି ଛୁଞ୍ଚିକୁ...

ଏପରି କାମକୁ ନେଇ ପ୍ରଶ୍ନ ଉଠିବା ପରେ ଚୀନ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଦକ୍ଷିଣ ଚୀନ ସାଗର ସ୍ଥିତିକୁ ନେଇ ଆମେ ସଜାଗ ରହିଛୁ।  ଏହି  ଅଞ୍ଚଳରେ ବସବାସ କରୁଥିବା ସାମୁଦ୍ରିକ ଜୀବଙ୍କ ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ବିଭିନ୍ନ କାରଣକୁ ନେଇ ବିବାଦ ଘେରରେ ରହିଛି ଦକ୍ଷିଣ ଚୀନ ସାଗର। ଯଦି ଏହି ସମୁଦ୍ରର କୌଣସି ଭାଗରେ ପଡୋଶୀ ଦେଶଙ୍କ ସକ୍ରିୟ ଉପସ୍ଥିତି ନଥାଏ ତାହେଲେ ଏହାର ଫାଇଦା ସେହି କ୍ଷେତ୍ରକୁ ନିଜର ଇଚ୍ଛା ଅନୁସାରେ ବିଭିନ୍ନ କାର୍ଯ୍ୟ ଲାଗି ବ୍ୟବହାର କରିଥାନ୍ତି ଚୀନ ସରକାର। 

Also Read: 'ପରୀକ୍ଷାଗାରରୁ ବ୍ୟାପିଥିଲା କୋଭିଡ୧୯; ସଂକ୍ରମଣ ରୋକିବାକୁ ଚେଷ୍ଟା କରିନଥିଲା ଚୀନ'

ବର୍ତ୍ତମାନ ଦକ୍ଷିଣ ଚୀନ ସାଗରରେ ଯେଉଁ ଅଞ୍ଚଳରେ ଚୀନ ପକ୍ଷରୁ ଏପରି କାର୍ଯ୍ୟ କରାଯାଉଛି ତାହା ଦ୍ୱାରା ସେଠାରେ ପ୍ରଦୂଷଣ ବ୍ୟାପିବା ସହ ସେଠାକାର ଜଳ ଜୀବଙ୍କ ଜୀବନ ପ୍ରତି ବିପଡ ମାଡି ଆସିବ। ଏପରିକି ସେଠାକାର ପାଣି ବିଷାକ୍ତ ହୋଇଯିବ।