ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip
Advertisement
Article Detail0/zeeodisha/odisha1023470

ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip

କୋରୋନା ମହାମାରୀ କାରଣରୁ ଧରାଶାୟୀ ହୋଇପଡିଡଛି ଚୀନ ବଜାର। 

ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip

ନୂଆଦିଲ୍ଲୀ: କୌଣସି ପ୍ରକାର ସାମଗ୍ରୀ ନିର୍ମାଣ ହେଉ ଅଥବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିବା ସବୁବେଳେ ଅଜବ ଧରଣର କାରନାମାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ ଚୀନ। ହେଲେ ଏବେ ଏଭଳି ଏକ ଅଜବ କାମକୁ ନେଇ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି ଏହି ଦେଶ।

କୋରୋନା ମହାମାରୀ (Corona Pandemic) କାରଣରୁ ଦେଶର ଅଟୋ ମୋବାଇଲ ଶିଳ୍ପକୁ (Chinese Automobile Industries) ଲାଗିଛି ଜବରଦସ୍ତ ଝଟକା। ଏହି ମହମାରୀ ଅବଧି ମଧ୍ୟରେ ଉତ୍ପାଦନ କ୍ଷେତ୍ରରେ ହୋଇଥିବା କ୍ଷତିର ଭରଣା କରିପାରିଛି ଏସିଆ ମହାଦେଶର ସବୁଠୁ ବଡ ଶକ୍ତି ତଥା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଚୀନ୍‌ (China)। ଏକ ବିଶ୍ୱ ଶକ୍ତି ହେବାର ସ୍ୱପ୍ନ ଦେଖୁଥିବା ଚୀନ ବଜାରରେ ଗତ ଅକ୍ଟୋବର ମାସରେ ଯାନ ବିକ୍ରି ବହୁତ ହ୍ରାସ ଘଟିଛି। ଯାହା ଦେଶର ଅର୍ଥନୀତିଜ୍ଞଙ୍କ ଚିନ୍ତା ବଢାଇଦେଇଛି।

ଏବେ ସାରା ବିଶ୍ୱରେ ଅଟୋ ମୋବାଇଲ ଶିଳ୍ପର ସ୍ଥିତି ବହୁତ ଭଲ ନାହିଁ। ପୂର୍ବରୁ ନିର୍ମାଣ ହୋଇଥିବା ଯାନବାହନ ସହାୟତାରେ କୌଣସି ପ୍ରକାର କାମ କରାଯାଉଛି। ହେଲେ ଏକ ଛୋଟ ଚିପ୍ (Microchip) ଯାହା ସାହାଯ୍ୟରେ କୌଣସି ଗାଡି ଆଗକୁ ଗତି କରିଥାଏ ତାହାର ଅଭାବ କମ ହେବାର ନାଁ ଧରୁନାହିଁ। ପ୍ରତିଦ୍ୱନ୍ଦ୍ୱୀ ତାଇୱାନ (Taiwan) ସହ ଚାଲିଥିବା ବିବାଦ ଦେଶର ଅଟୋ ମୋବାଇଲ ଶିଳ୍ପ ପାଇଁ ସମସ୍ୟା ସୃଷ୍ଟି କରିଛି। 

Also Read: କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚଳିତ ବର୍ଷ ବିଶ୍ୱର ବଡ଼ ଚିପ୍  ନିର୍ମାତାଙ୍କ ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ ହେବାକୁ ଯାଉଛି। କୋରୋନା ସଙ୍କଟ କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଥିଲା ହେଲେ ବର୍ତ୍ତମାନ ଚିପ ଅଭାବକୁ କିପରି ପୂରଣ କରାଯିବ ତାହା ଏକ ବଡ଼ ଆହ୍ୱାନ। ଚିପ୍ ଉତ୍ପାଦନ  ମୁଖ୍ୟତ ତାଇୱାନରେ ହୋଇଯାଏ। ଦୁନିଆର ଅଧିକାଂଶ କମ୍ପାନୀ ତାଇୱାନ ଉପରେ ନିର୍ଭରଶୀଳ। ଚିପ୍ ଅଭାବରୁ ଚୀନ୍ ଏହି ସଙ୍କଟକୁ ଦୂର କରିବାରେ ସକ୍ଷମ ନୁହେଁ।

ନକଲି ସୂର୍ଯ୍ୟ, ଚନ୍ଦ୍ର ତଥା ନିଜସ୍ୱ ସ୍ପେଶ ଷ୍ଟେସନ ନିର୍ମାଣ କରି ବିଶ୍ୱରେ ଦବଦବା ଜାହିର କରିବାକୁ ଚେଷ୍ଟା କରୁଥିବା ଚୀନ ଚିପ୍ ସଙ୍କଟ ଆଗରେ ଅସହାୟ ହୋଇପଡିଛି। ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ବୈଷୟିକ କ୍ଷେତ୍ରରେ ବଡ଼ ବଡ଼ ଦାବି କରୁଥିବା ଦେଶର କାର ବଜାର କିପରି ସଂକଟର ଶିକାର ହୋଇପାରେ। ଏଠାରେ ଚୀନ ବଜାରର ସେହି ଆକଳନକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଯେଉଁଠାରେ ଅକ୍ଟୋବର ମାସରେ ଯାନ ବାହାନ ବିକ୍ରି ହ୍ରାସ ପାଇଛି।  

ସମସ୍ତ ବିଦେଶୀ କାର କମ୍ପାନୀ ପାଇଁ ଚୀନ୍ ଏକ ବଡ ବଜାର। ବିଶେଷକରି ହୋଣ୍ଡା, ନିସାନ ଏବଂ ଟୟୋଟା ଭଳି କମ୍ପାନୀ ଚୀନ ବଜାରରେ ଲକ୍ଷ ଲକ୍ଷ ଯାନ ବିକ୍ରି କରିଥାନ୍ତି। ହେଲେ ଗତ ମାସରେ ସମସ୍ତ ବିକ୍ରି ହ୍ରାସ ପାଇଛି। ଗତ ମାସରେ ଜାପାନୀ କାର ନିର୍ମାତା କମ୍ପାନୀ ହୋଣ୍ଡା ମୋଟର ଏହାର ବିକ୍ରି ୧ ଲକ୍ଷ ୪୮ ହଜାର ୩୭୭ ୟୁନିଟରେ ପହଞ୍ଚି ୧୮% ହ୍ରାସ ପାଇଛି।

Also Read: ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ଚିପ୍ ଏକ ଉପକରଣ ଯାହା ତଥ୍ୟ ରଖିବା ପାଇଁ ବ୍ୟବହୃତ ହୁଏ। ସେମିକଣ୍ଡକ୍ଟର ଚିପ୍ସ (Semiconductor Chip) ଇନଫୋଟେନ୍ମେଣ୍ଟ ସିଷ୍ଟମ (Infotainment System), ପାୱାର ଷ୍ଟିୟରିଂ (Power Steering) ଏବଂ ବ୍ରେକ୍ ଚଳାଇବା (Vehicle Brake Operating) ପାଇଁ ବ୍ୟବହୃତ ହୁଏ। ନୂତନ ଯାନ ପାଇଁ ଏହି ଚିପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଛୋଟ ଚିପ୍, ଯାହା କାରରେ ବ୍ୟବହୃତ ହୋଇଥାଏ।