Hush Money Case: ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଟ ଟ୍ରମ୍ପ
Advertisement
Article Detail0/zeeodisha/odisha2272123

Hush Money Case: ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଟ ଟ୍ରମ୍ପ

Hush Money Case: ମନି ଲଣ୍ଡରିଂ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ୩୪ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କ'ଣ ଦଣ୍ଡ ମିଳିବ ତାହାର ଶୁଣାଣି ୧୧ ଜୁଲାଇ ସକାଳ ୧୦ ଟାରେ ଅନୁଷ୍ଠିତ ହେବ। ଏଥି ସହିତ ସେ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯିଏକି ଅପରାଧୀ ଘୋଷିତ ହୋଇଛନ୍ତି।

 

Donald Trump

Hush money trial: ଆମେରିକା ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହସ ମନି ଟ୍ରାଏଲ ସହ ଜଡିତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରମ୍ପଙ୍କୁ ଝଟକା ଲାଗିଛି । ଗୁରୁବାର ଦିନ ନ୍ୟୁୟର୍କର ଏକ ୧୨ ଜଣିଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟରେ ୯ ଘଣ୍ଟା ଧରି ଆଲୋଚନା ପରେ ଏହି ରାୟ ଆସିଥିଲା । ଏହି ମାମଲା ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ ।

ତେବେ କୋର୍ଟ ପରିସରରୁ ବାହାରି ଟ୍ରମ୍ପ ଗଣମାଧ୍ୟମକୁ ରାଗରେ ତମତମ ହୋଇ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ ରେ ହେବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି।” ଆସନ୍ତା ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବ ତାହାର ଶୁଣାଣି ହେବ। ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଥିବା ଟ୍ରମ୍ପ ହସମନି ମାମଲାରେ ଦୋଷି ସାବ୍ୟସ୍ତ ହେବା ତାଙ୍କୁ ଅସୁବିଧାରେ ପକାଇ ପାରେ। ସେ ଚଳିତ ବର୍ଷ ନିର୍ବାଚନ ଲଢିବେ ନା ନାହିଁ ତାହା ବର୍ତ୍ତମାନ ଅନିଶ୍ଚିତତା ଘେରରେ ।

ତେବେ ଟ୍ରମ୍ପଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା। ଏଥି ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ। ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ଆବେଦନ କରିପାରନ୍ତି ବୋଲି ଆଶା କରାଯାଉଛି । କୋର୍ଟରେ ଶୁଣାଣି ସମୟରେ ଟ୍ରମ୍ପ କହିଥିଲେ, ସେ କୌଣସି ପ୍ରକାର ଭୁଲ କରିନାହାନ୍ତି, ଏହି ମାମଲା କେବେ ହେଲେ ଅଣାଯିବା ଉଚିତ ନୁହେଁ । କୋର୍ଟ ପରିସରରେ ସେ ବିଚାର ବିରୋଧରେ ସ୍ବର ଉଠାଇଥିଲେ । ଏହି ସମୟରେ ତାଙ୍କ ସହ ହାଇ-ପ୍ରୋଫାଇଲ୍ ରିପବ୍ଲିକାନ୍ ସହଯୋଗୀଙ୍କ ପରେଡ ମଧ୍ୟ ସାମିଲ ଥିଲା । ହାଉସ ସ୍ପିକର ମାଇକ ଜନସନ ମେରିକାର ଇତିହାସରେ ଏହା ଏକ ଲଜ୍ଜାଜନକ ଦିନ ବୋଲି କହିଥିଲେ ।

ଟ୍ରମ୍ପଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା। ଏଥି ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ। ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ଆବେଦନ କରିପାରନ୍ତି ବୋଲି ଆଶା କରାଯାଉଛି । କୋର୍ଟରେ ଶୁଣାଣି ସମୟରେ ଟ୍ରମ୍ପ କହିଥିଲେ, ସେ କୌଣସି ପ୍ରକାର ଭୁଲ କରିନାହାନ୍ତି, ଏହି ମାମଲା କେବେ ହେଲେ ଅଣାଯିବା ଉଚିତ ନୁହେଁ । କୋର୍ଟ ପରିସରରେ ସେ ବିଚାର ବିରୋଧରେ ସ୍ବର ଉଠାଇଥିଲେ। ଏହି ସମୟରେ ତାଙ୍କ ସହ ହାଇ-ପ୍ରୋଫାଇଲ୍ ରିପବ୍ଲିକାନ୍ ସହଯୋଗୀଙ୍କ ପରେଡ ମଧ୍ୟ ସାମିଲ ଥିଲା । ହାଉସ ସ୍ପିକର ମାଇକ ଜନସନ ମେରିକାର ଇତିହାସରେ ଏହା ଏକ ଲଜ୍ଜାଜନକ ଦିନ ବୋଲି କହିଥିଲେ ।

(Written By- Tapasa Gyanadarshini)