UPSC gets new chief : UPSCର ନୂଆ ଚେୟାର୍‌ମ୍ୟାନ୍‌ ହେଲେ ପ୍ରୀତି ସୁଦାନ
Advertisement
Article Detail0/zeeodisha/odisha2361722

UPSC gets new chief : UPSCର ନୂଆ ଚେୟାର୍‌ମ୍ୟାନ୍‌ ହେଲେ ପ୍ରୀତି ସୁଦାନ

Preeti Sudan Appointed New UPSC Chairperson : ୧୯୮୩ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନ ହେଲେ ୟୁପିଏସସି ର ନୂଆ ଚେୟାର୍‌ମ୍ୟାନ୍। ଜାଣନ୍ତୁ ପ୍ରୀତି ସୁଦାନ କିଏ?

UPSC

UPSC's Newest Chairperson : ୟୁପିଏସସି ର ନୂଆ ଚେୟାର୍‌ମ୍ୟାନ୍ ହେଲେ ପ୍ରୀତି ସୁଦାନ। ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନ ୟୁପିଏସସିର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଦାୟିତ୍ଵ ଗ୍ରହଣ ନେବେ ।ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦବୀ ।

ହରିୟାଣାର ପ୍ରୀତି ସୁଦାନ କର୍ଣ୍ଣାଟକ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ।୧୯୮୩ ବ୍ୟାଚ୍ ର ଆଇଏଏସ୍ ସୁଦାନ ଚାରି ବର୍ଷ ପୂର୍ବେ ଅବସର ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ କେନ୍ଦ୍ର ସରକାରଙ୍କ ଅନେକ ବିଭାଗରେ କାର୍ଯ୍ୟ କରିଛନ୍ତି। ପୂର୍ବରୁ କିଛି ଦିନ ପାଇଁ ସେ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ।ଏହା ବ୍ୟତୀତ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କୁ ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ପ୍ରୀତି ସୁଦାନ ମଧ୍ୟ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟକାଳ ଅକ୍ଟୋବର୨୦୧୭ ରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଥିଲା। ସେ COVID-19 ମହାମାରୀ ସମୟରେ ମୁଖ୍ୟ ରଣନୀତିଜ୍ଞଙ୍କ ଭୂମିକା ଗ୍ରହଣ କରିଥିଲେ।

ସେ ଜାତୀୟ ଚିକିତ୍ସା ଆୟୋଗ, ସହଯୋଗୀ ସ୍ୱାସ୍ଥ୍ୟ ବୃତ୍ତିଗତ ଆୟୋଗ ବ୍ୟତୀତ ଇ-ସିଗାରେଟ୍ ଉପରେ ନିଷେଧାଦେଶ ଜାରି କରିବା ବ୍ୟତୀତ ବେଟି ବାଚାଓ, ବେଟି ପଢାଓ ଏବଂ ଆୟୁଷ୍ମାନ ଭାରତ ମିଶନର ନେତୃତ୍ୱ ନେଇଛନ୍ତି। ପ୍ରୀତି ସୁଦାନ ଇଂରାଜୀରେ ସ୍ନାତକ କରିଛନ୍ତି। ଏହା ପରେ ସେ ଅର୍ଥନୀତିରେ ଏମଏ, ଏମଫିଲ ଏବଂ ପିଏଚଡି କରିଥିଲେ।

ଟ୍ରେନି ଆଇଏଏସ୍ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ୟୁପିଏସସିର ଚେୟାର୍‌ମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ ମନୋଜ ସୋନି । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ସୋନି । ଏବେ ତାଙ୍କ ସ୍ଥାନରେ ପ୍ରୀତି ସୁଦାନଙ୍କୁ  ନିର୍ବାଚିତ କରାଯାଇଛି । ୨୦୨୨ରୁ UPSC ସଦସ୍ୟ ଥିବା ପ୍ରୀତି ପୂର୍ବତନ ସ୍ବାସ୍ଥ୍ୟ ସଚିବ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରୂପେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୦ରେ ଶେଷ ହୋଇଥିଲା । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ବ୍ୟତୀତ ପ୍ରୀତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ କ୍ୟାଡର ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ଦାୟିତ୍ୱରେ ଥିଲେ। ପ୍ରୀତି ସୁଦାନ ବିଶ୍ବ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବେ ବି କାର୍ଯ୍ୟ କରିଛନ୍ତି।

ୟୁପିଏସସିର ମୁଖ୍ୟ ହେବାରେ ସୁଦାନ ହେଉଛନ୍ତି ଦ୍ୱିତୀୟ ମହିଳା।  ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ୟୁପିଏସସି ଅଧ୍ୟକ୍ଷ ମହେଶ ସୋନିଙ୍କ ହଠାତ୍ ଇସ୍ତଫା ପରେ ପ୍ରୀତି ସୁଦାନଙ୍କ ପଦୋନ୍ନତି ଘଟିଛି।