ଏହି ମୁଦ୍ରାକୁ ୧୯୯୪ ମସିହାରେ ତିଆରି କରାଯାଇଥିଲା । ଏହି ମୁଦ୍ରାର ପଛ ଭାଗରେ ଭାରତର ପତାକା ରହିଛି ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ କିଛି ନକରି ଶୀଘ୍ର ଧନୀ (How can I get rich quick) ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ଅଛି । ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରାର କଲେକ୍ସନ (Old coins collection) ରହିଛି, ତେବେ ଆପଣ ରାତାରାତି କୋଟିପତି ହୋଇପାରିବେ । ବାସ୍ତବରେ ଯେତେବେଳେ ଜିନିଷଗୁଡ଼ିକ ପୁରୁଣା ହୋଇଯାଏ, ସେତେବେଳେ ଏହା ଆଣ୍ଟିକ୍ ଶ୍ରେଣୀକୁ (Antique Pieces) ଆସିଯାଇଥାଏ । ଆନ୍ତର୍ଜାତୀୟ ବଜାରରେ ଏହିପରି ପୁରାତନ ଜିନିଷଗୁଡ଼ିକର ବହୁତ ଚାହିଦା ରହିଛି ଓ ଯେଉଁମାନେ ଏହାକୁ ଦିଅନ୍ତି ସେମାନଙ୍କୁ ମୋଟା ଟଙ୍କା ମିଳିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ, ଯାହାକୁ ବିକ୍ରି କରି ଆପଣ ବହୁ ପରିମାଣରେ ଟଙ୍କା ରୋଜଗାର କରିପାରିବେ । ଜାଣନ୍ତୁ କିପରି ଓ କ’ଣ ରହିଛି ପ୍ରୋସେସ...
୧୯୯୪ ମସିହାରେ ତିଆରି ହୋଇଥିଲା ଏହି ମୁଦ୍ରା
୨ ଟଙ୍କାର ଏହି ମୁଦ୍ରା ୧୯୯୪ ମସିହାରେ ତିଆରି ହୋଇଥିଲା । ଏହି ମୁଦ୍ରାର ପଛ ଭାଗରେ ଭାରତର ପତାକା ରହିଛି । ଏହି ବିରଳ ମୁଦ୍ରାର ମୂଲ୍ୟ କ୍ୟୁଇକର (Quickr) ୱେବସାଇଟରେ ୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଏଥି ସହିତ ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆର ଏକ ଟଙ୍କା ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି । ସେହିଭଳି ଜର୍ଜ ଭି କିଙ୍ଗ ସମ୍ରାଟ ୧୯୧୮ ର ବ୍ରିଟିଶ ଏକ ଟଙ୍କା ମୂଲ୍ୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ।
ଅଧିକ ପଢ଼ନ୍ତୁ: ନନ୍ଦିଗ୍ରାମ ଫଳାଫଳକୁ ନେଇ କଲିକତା ହାଇକୋର୍ଟରେ ମମତାଙ୍କ ଚ୍ୟାଲେଞ୍ଜ, ଆଜି ଶୁଣାଣି
ଏହି ମୁଦ୍ରାଗୁଡ଼ିକ ଇ-କମର୍ସ ସାଇଟ୍ କ୍ୟୁଇକରରେ (Quickr) ବିକ୍ରି ହେଉଛି । ଯଦିଓ ଏହା ବିକ୍ରେତା ଓ କ୍ରେତା ମଧ୍ୟରେ ଗୋଟିଏ ମୂଲ୍ୟରେ ସହମତ ହୋଇଥାନ୍ତି । କିନ୍ତୁ ଏହା କହିବା ଭୁଲ୍ ହେବ ନାହିଁ ଯେ ଏହି ମୁଦ୍ରାରବହୁତ ଚାହିଦା ଅଛି, ଯେଉଁଥି ପାଇଁ ଏହାବଦଳରେ ଲକ୍ଷ ଲକ୍ଷ ଟଙ୍କା ସହଜରେ ମିଳିପାରୁଛି ।
ଅଧିକ ପଢ଼ନ୍ତୁ: ଦଶମ, ଦ୍ୱାଦଶ ଛାତ୍ର-ଛାତ୍ରୀମାନଙ୍କୁ କିପରି ଦିଆଯିବ ନମ୍ବର, ସରକାର କହିଲେ Formula
ୱେବସାଇଟରେ କରିବାକୁ ହେବ ରେଜିଷ୍ଟ୍ରେସନ
ଯଦି ଆପଣଙ୍କର ଏପରି ମୁଦ୍ରା ଅଛି ଓ ସେଗୁଡିକ ବିକ୍ରୟ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ସାଇଟକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ମୁଦ୍ରାର ଫଟୋ କ୍ଲିକ୍ କରି ଓ ଏହାକୁ ସାଇଟରେ ଅପଲୋଡ୍ କରନ୍ତୁ । କ୍ରେତାମାନେ ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିବେ । ସେଠାରୁ ଆପଣ ଆପଣଙ୍କର ମୁଦ୍ରାର ପେମେଣ୍ଟ ଓ ଡେଲିଭରି ସର୍ତ୍ତାବଳୀ ଅନୁଯାୟୀ ବିକ୍ରି କରିପାରିବ ।