ଦିଲ୍ଲୀରେ ଡିଜେଲ ଉପରେ ୧୬.୭୬୫% ଭ୍ୟାଟ ହ୍ରାସ, ଏଣିକି ଲିଟର ପିଛା ଦର ୭୩.୬୪ ଟଙ୍କା
Advertisement

ଦିଲ୍ଲୀରେ ଡିଜେଲ ଉପରେ ୧୬.୭୬୫% ଭ୍ୟାଟ ହ୍ରାସ, ଏଣିକି ଲିଟର ପିଛା ଦର ୭୩.୬୪ ଟଙ୍କା

ଦିଲ୍ଲୀରେ ଡିଜେଲ ଉପରୁ ୧୬.୭୬୫% ଭ୍ୟାଟ ହ୍ରାସ କରାଯାଇଛି।

ଦିଲ୍ଲୀରେ ଡିଜେଲ ଉପରେ ୧୬.୭୬୫% ଭ୍ୟାଟ ହ୍ରାସ, ଏଣିକି ଲିଟର ପିଛା ଦର ୭୩.୬୪ ଟଙ୍କା

ନୂଆଦିଲ୍ଲୀ: ଡିଜେଲ ଉପରେ ଭାଟ୍ ୩୦ ପ୍ରତିଶତରୁ ୧୬.୭୫% ହ୍ରାସ କରିବାକୁ ଦିଲ୍ଲୀ କ୍ୟାବିନେଟ୍ ଗୁରୁବାର ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଦିଲ୍ଲୀରେ ଡିଜେଲର ମୂଲ୍ୟ ୮୨ ଟଙ୍କାରୁ ୭୩.୬୪ ଟଙ୍କା ଅର୍ଥାତ ଲିଟର ପିଛା ୮.୩୬ ଟଙ୍କା ହ୍ରାସ ପାଇବ ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଭର୍ଚ୍ୟୁଆଲ ସମ୍ମିଳନୀରେ କୁହାଯାଇଛି ଏହି ପଦକ୍ଷେପ ଦିଲ୍ଲୀ ଅର୍ଥନୀତିକୁ ସହାୟକ ହେବ ସହ ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବ। ଯଦିଓ ଏହା ଆର୍ଥିକ କ୍ଷେତ୍ରରେ ଏହା ଏକ ଆହ୍ୱାନ, କିନ୍ତୁ ଲୋକଙ୍କ ସହଯୋଗରେ ଏହି ସଫଳତା ହାସଲ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

ଇନ୍ଧନ ମୂଲ୍ୟରେ ଏହି ହ୍ରାସ ସହିତ ଦିଲ୍ଲୀର ସବୁଠାରୁ ଶସ୍ତା ଦରରେ ଡିଜେଲ ମିଳିବ । ରାଜସ୍ଥାନରେ ଏକ ଲିଟର ଡିଜେଲର ମୂଲ୍ୟ ୮୨.୬୪ ଟଙ୍କା, ମଧ୍ୟପ୍ରଦେଶରେ ୮୧.୨୯ ଟଙ୍କା, ମହାରାଷ୍ଟ୍ରରେ ୭୯.୮୧ ଟଙ୍କା, ଛତିଶଗଡରେ ୭୯. ୬୮ଟଙ୍କା, ଗୁଜୁରାଟରେ ୭୯.୦୫ ଟଙ୍କା ରହିଛି ।

ଗତକାଲି କେଜ୍ରିୱାଲ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ରୋଗୀଙ୍କ ଲକ୍ଷଣ ଦେଖାଇବା ସତ୍ତ୍ୱେ ରିପୋର୍ଟ ନକାରାତ୍ମକ(negetive Report), ସେମାନଙ୍କ ଉପରେ RT-PCR (ରିଅଲ୍ ଟାଇମ୍ ପଲିମେରେଜ୍ ଚେନ୍ ରିଆକସନ) ପରୀକ୍ଷା ବାବଦରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୧୯ ମୁକାବିଲା ଲାଗି ଶଯ୍ୟା ବୃଦ୍ଧି ଲାଗି ଡାକ୍ତରଖାନା ସହ ଗଠବନ୍ଧନ ହୋଇଥିବା ହୋଟେଲକୁ ମଧ୍ୟ ଦିଲ୍ଲୀ ସରକାର ଏହାକୁ ସେବାରୁ ବାଦ ଦେଇଥିଲେ । ଏହି କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।