ରାତିରେ ତାମପାତ୍ରା ବଢ଼ିଲେ ପୁରୁଷଙ୍କ ପାଇଁ ବିପଦ!
Advertisement
Article Detail0/zeeodisha/odisha1138356

ରାତିରେ ତାମପାତ୍ରା ବଢ଼ିଲେ ପୁରୁଷଙ୍କ ପାଇଁ ବିପଦ!

BMJ Openରେ ପ୍ରକାଶିତ ଏହି ନୂଆ ଗବେଷଣା ଅନୁସାରେ ରାତିରେ ତାପମାତ୍ରା ବଢ଼ିଲେ ପୁରୁଷଙ୍କ ପାଇଁ ବିପଦ ସୃଷ୍ଟି ହୋଇଥାଏ। ସାମାନ୍ୟ ତାପମାତ୍ରାରୁ କେବଳ ୧ ଡିଗ୍ରୀ ସେଲସିୟ ବୃଦ୍ଧିହେଲେ ପୁରୁଷମାନେ ହୃଦଜନୀତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଗରମ ଦିନରେ ତାପମାତ୍ରା ବଢ଼ିବା କାରଣରୁ ପୁରୁଷଙ୍କ ମୃତ୍ୟୁ ଘଟିବାର ମମ୍ଭାବନା ଅଧିକ ରହିଥାଏ। ଏକ ଷ୍ଟଡିରୁ ଏହି ତଥ୍ୟ ସାମନାକୁ ଆସିଛି। ସ୍ୱଭାବିକ ଉତ୍ତାପ ଠାରୁ ମାତ୍ର ୧ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସେମାନଙ୍କ ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୪ ପ୍ରତିଶତ ବୃଦ୍ଧି କରିଥାଏ। ବିଏମଜେ ଓପନର ନୂଆ ରିସର୍ଚ୍ଚ ଅନୁସାରେ, ରାତିରେ ତାପମାତ୍ରା ବଢ଼ିବାରୁ ମୃତ୍ୟୁର ବିପଦ କେବଳ ପୁରୁଷଙ୍କ ମଧ୍ୟରେ ଦେଖାଯାଇଛି। କିନ୍ତୁ ଏହା ମହିଳାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। 

ପୂର୍ବରୁ ଗ୍ରୀଷ୍ମ ଋତୁରେ ଗରମ ବଢ଼ିବା ଯୋଗୁଁ ହୃଦଜନୀତ ରୋଗ (Heart attack) ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଥିଲା। କିନ୍ତୁ କେଉଁ ବୟସର ଲୋକେ ଏଥିରେ ଶିକାର ହୋଇଥାନ୍ତି ତାହା ସ୍ପଷ୍ଟ ହୋଇନଥିଲା। ସେଥିପାଇଁ ଟୋଟୋଣ୍ଟୋ ୟୁନିର୍ଭସିଟି (Toronto University)ର ଏକ ଟିମ୍ ୬୦-୬୯ ବୟସ୍କ ଲୋକଙ୍କ ମୃତ୍ୟୁ ମାମଲାର ବିଶ୍ଲେଷଣ କରିଛି। ଏହି ଷ୍ଟଡି ପାଇଁ ରିସର୍ଚ୍ଚ ଟିମ୍, ୨୦୦୧-୨୦୧୫ ମଧ୍ୟରେ ଜୁନ୍-ଜୁଲାଇରେ ହୃଦଘାତରେ ମୃତ୍ୟୁ ଘଟିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଥିଲା। ଏଥିପାଇଁ ଅଫିସ୍ ଫର ନ୍ୟାସନାଲ୍ ଷ୍ଟାଟିଷ୍ଟିକ (Office for National Statistics)ର ସହାୟତା ନିଆଯାଇଥିଲା। 

Also Read: ଆଜିଠୁ ରାଜ୍ୟରେ ଅଗ୍ନି ବର୍ଷା; ୪୦ ଉପରେ ସାତ ଜିଲ୍ଲା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଷ୍ଟଡି ପାଇଁ ବିଶେଷଜ୍ଞମାନେ ଇଂଲଣ୍ଡ ଏବଂ ୱେଲ୍ସ ଭଳି ଦେଶକୁ ବାଛିଥିଲେ। ଜୁନ-ଜୁଲାଇ ମାସରେ ବ୍ରିଟେନରେ ଗ୍ରୀଷ୍ମର ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ୱାସିଂଟନର କିଙ୍ଗ୍ କାଉଣ୍ଟି (Washington king county)ରୁ ମଧ୍ୟ ଏଭଳି ସମାନ ରିପୋର୍ଟ ସାମନାକୁ ଆସିଛି। ୨୦୦୧ରୁ ୨୦୧୫ ମଧ୍ୟରେ ଇଂଲଣ୍ଡ ଏବଂ ୱେଲ୍ସରେ ହୃଦଘାତରେ ପାଖାପାଖି ୩୯,୯୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। କିଙ୍ଗ କାଉଣ୍ଟିଂରେ ୪୮୮ ଜଣ ମୃତ୍ୟୁ ଘଟିଛି। ଇଂଲଣ୍ଡ ଏବଂ ୱେଲ୍ସର ତାପମାତ୍ରାରେ ୧ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଯୋଗୁଁ ୬୦-୬୪ ବର୍ଷର ପୁରୁଷଙ୍କ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁ ହାର ୩.୧% ରହିଛି। କିନ୍ତୁ ସେହି ବର୍ଗର ବୟସ୍କ ମହିଳା ଏଥିରେ ସାମିଲ ନାହାନ୍ତି।

କିଙ୍ଗ କାଉଣ୍ଟିଂର ତାପମାତ୍ରାରେ ୧ ଡିଗ୍ରୀ ସେଲସିୟସ୍ ବୃଦ୍ଧିରୁ ୬୫ ବର୍ଷରୁ କମ୍ ବୟସ୍କ ପୁରୁଷଙ୍କ ମଧ୍ୟରେ ହୃଦଜନୀତ ମୃତ୍ୟୁର ହାର ୪.୮ ପ୍ରତିଶତ ରହିଛି। ଇଂଲଣ୍ଡ ଏବଂ ୱଲ୍ସ ଭଳି ଦେଶଗୁଡ଼ିକୁ ନେଇ ରିସର୍ଚ୍ଚ ଟିମ ଚିନ୍ତା ପ୍ରକାଶ କରିଛନ୍ତି। ଏଠାରେ ଏବେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ରହୁଛି। ତେଣୁ ଏଭଳି ସ୍ଥିତିରେ ଦେଶରେ ମୃତ୍ୟୁ ହାର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେବେ ଯୁବବର୍ଗ ଓ ଛୋଟ ପିଲାଙ୍କ ଉପରେ ତାପମାତ୍ରା ବୃଦ୍ଧିର କଣ ପ୍ରଭାବ ପଡିବ ସେ ନେଇ ଗବେଷକମାନେ ରିପୋର୍ଟରେ କିଛି କହି ନାହାନ୍ତି।

Also Read: ସଙ୍କଟ!! ବଢ଼ିଲା ସମୁଦ୍ରର ଜଳସ୍ତର, ଭାରତର ଏହି ସବୁ ସହର ବୁଡ଼ିଯିବ

ଲକ୍ଷଣ-

ହୃଦ ଜନିତ ରୋଗରେ ହାର୍ଟ-ଆଟାକ୍ (Heart attack) କିମ୍ବା କାର୍ଡିଆକ୍ ଆରେଷ୍ଟ (Cardiac arrest) ଭଳି ଘଟଣା ଘଟିପାରେ। ଏକ୍ପପର୍ଟଙ୍କ ମୁତାବକ, ରାତିରେ ଝାଳ ବାହାରିବା, ଛାତିରେ ଯନ୍ତ୍ରଣା କିମ୍ବା ମନରେ ଅସ୍ଥିରତା ଅନୁଭବ ଭଳି ଲକ୍ଷ୍ୟଣ ହାର୍ଟ-ଆକାଟ (Heart attack)ର ସଙ୍କେତ ହୋଇପାରେ। ରିପୋର୍ଟ ଅନୁସାରେ, ଇଂଲଣ୍ଡରେ ପ୍ରତ୍ୟେକ ବର୍ଷ ପାଖାପାଖି ୮୦ ହଜାର ଲୋକ ହାର୍ଟଆଟାକ୍ ସହ ଜଡ଼ିତ ମାମଲାରେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି। ସେଥିପାଇଁ ଏଭଳି ଲକ୍ଷଣକୁ କେବେବି ଅବହେଳା କରନ୍ତୁ ନାହିଁ।