AFINDEX Exercise: ବିଦେଶ ମାଟିରେ ଚୀନକୁ ଘେରିବ ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା
Advertisement

AFINDEX Exercise: ବିଦେଶ ମାଟିରେ ଚୀନକୁ ଘେରିବ ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା

India Africa Military Exercise: ଏନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ୯ ଆଫ୍ରିକୀୟ ଦେଶଙ୍କୁ ନେଇ ଏକ ୧୦ ଦିନିଆ AFINDEX ଅଭ୍ୟାସ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଇଥିଓପିଆ, ଘାନା, କେନିଆ, ଲେସୋଥୋ, ନାଇଜର, ସେଚେଲ୍ସ, ତାଞ୍ଜାନିଆ, ଉଗାଣ୍ଡା ଏବଂ ଜାମ୍ବିଆ ଆଦି ଆଫ୍ରିକୀୟ ଦେଶ ଅଂଶଗ୍ରହଣ କରିଛନ୍ତି। 

AFINDEX Exercise: ବିଦେଶ ମାଟିରେ ଚୀନକୁ ଘେରିବ ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା

Indias Plan For To Counter China: ଏସିଆ ପରେ ଏବେ ଆଫ୍ରିକା ମହାଦେଶରେ ସାମରିକ ଉପସ୍ଥିତି ବଢାଇବାକୁ ଯୋଜନା କରିଛି ଭାରତ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଆଫ୍ରିକା ମହଦେଶରେ ଚୀନ୍‌ର ରଣନୈତିକ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ପଦକ୍ଷେପ ଭାବରେ ଭାରତୀୟ ସେନା ଚଳିତ ମାସରେ ମହାରାଷ୍ଟ୍ର ପୁଣେ ଠାରେ ଆଫ୍ରିକୀୟ ଦେଶଙ୍କୁ ନେଇ ଏକ ସମରଭ୍ୟାସ କରୁଛି। ଏହା ସହିତ ଆଫ୍ରିକୀୟ ଦେଶର ସେନା ମୁଖ୍ୟଙ୍କୁ ନେଇ ଏକ କନକ୍ଲେଭ ମଧ୍ୟ ଆୟୋଜନ କରାଯାଉଛି। 

ଏନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ୯ ଆଫ୍ରିକୀୟ ଦେଶଙ୍କୁ ନେଇ ଏକ ୧୦ ଦିନିଆ AFINDEX ଅଭ୍ୟାସ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଇଥିଓପିଆ, ଘାନା, କେନିଆ, ଲେସୋଥୋ, ନାଇଜର, ସେଚେଲ୍ସ, ତାଞ୍ଜାନିଆ, ଉଗାଣ୍ଡା ଏବଂ ଜାମ୍ବିଆ ଆଦି ଆଫ୍ରିକୀୟ ଦେଶ ଅଂଶଗ୍ରହଣ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଅନ୍ୟ ୧୧ ଆଫ୍ରିକୀୟ ଦେଶ ଏହି ସମରାଭ୍ୟାସରେ ସେମାନଙ୍କର ପର୍ଯ୍ୟବେକ୍ଷକ ପଠାଇବେ। ଏହି ଆଫ୍ରିକୀୟ ଦେଶ ହେଉଛନ୍ତି କଙ୍ଗୋ, ଇଜିପ୍ଟ, ନାଇଜେରିଆ, ରୁୱାଣ୍ଡା, ଜିମ୍ବାୱେ, କାମେରୁନ ଏବଂ ମରୋକ୍କୋ। ଗତ ୨୦୧୯ ପରେ ଏହା ଭାରତ ଏବଂ ଆଫ୍ରିକୀୟ ଦେଶ ମଧ୍ୟରେ ଦ୍ୱିତୀୟ ସମରାଭ୍ୟାସ ହେବାକୁ ଯାଉଛି। ସୂଚନା ଅନୁସାରେ ଏହି ସମରାଭ୍ୟାସ ସହିତ ୨୮ ମାର୍ଚ୍ଚରେ ପୁଣେ ଠାରେ ଆଫ୍ରିକୀୟ ଦେଶର ସେନା ମୁଖ୍ୟଙ୍କୁ ନେଇ ଏକ କନକ୍ଲେଭ ମଧ୍ୟ ଅନୁଷ୍ଠିତ ହେବ।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ପୁଣେ ଠାରେ ଅନୁଷ୍ଠିତ ହେବାକୁ ଥିବା ସେନା ମୁଖ୍ୟଙ୍କ କନକ୍ଲେଭ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବୋଧିତ କରିବେ। ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ୧୦ ଆଫ୍ରିକୀୟ ଦେଶର ସେନା ମୁଖ୍ୟ ସମ୍ମତି ଜଣାଇଛନ୍ତି ଏବଂ ୧୨ ଦେଶ ସେମାନଙ୍କ ପ୍ରତିନିଧି ପଠାଇବେ। ସୂଚନା ଅନୁଯାୟୀ, ଭାରତୀୟ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ୍ ମନୋଜ ପାଣ୍ଡେ ଏହି କନକ୍ଲେଭ ଆୟୋଜନ କରିବେ।

ଚୀନ୍ ଭଳି ଭାରତ ପାଖରେ ଅର୍ଥନୈତିକ ଏବଂ ସାମରିକ ସାମର୍ଥ୍ୟ ନାହିଁ। ହେଲେ ଏହା ସତ୍ତ୍ୱେ ଆଫ୍ରିକୀୟ ଦେଶଙ୍କ ସହ ରହିଥିବା ଦୀର୍ଘ ଦିନର ସମ୍ପର୍କ ଉପରେ ଭାରତର ବିଶ୍ୱାସ ରହିଛି। କୁହାଯାଉଛି ଯେ ଏହି ସମରାଭ୍ୟାସ ଏବଂ ସେନା ମୁଖ୍ୟଙ୍କ କନକ୍ଲେଭ ସହିତ ଭାରତ ଆଫ୍ରିକୀୟ ଦେଶରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାର ସୁଯୋଗ ପାଇବ। ଏହା ଉଲ୍ଲେଖ କରିବା ଜରୁରୀ ଯେ ଅଧିକାଂଶ ଆଫ୍ରିକୀୟ ଦେଶ ପୂର୍ବରୁ ଚୀନ ଦ୍ୱାରା ବିଛା ଯାଇଥିବା ଋଣ ଜାଲରେ ଫସି ସାରିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ପାଇଁ ସେମାନଙ୍କ ସହ ସମ୍ପର୍କକୁ ମଜବୁତ କରିବା ରଣନୈତିକ ଏବଂ ସାମରିକ ଦୃଷ୍ଟିକୋଣରୁ ଚୀନ୍ ପ୍ରଭାବକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। 

ପ୍ରତିରକ୍ଷା ଏକ୍ସପୋ ପରିସରରେ ଗତ ୨୦୨୦ ବର୍ଷରେ ଲକ୍ଷ୍ନୌ ଠାରେ ଭାରତ ଏବଂ ଆଫ୍ରିକୀୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ବର୍ଷ ଗୁଜୁରାଟ ରାଜଧାନୀ ଗାନ୍ଧିନଗର ଠାରେ ଆୟୋଜିତ ହୋଇଥିବା ଡିଫେକ୍ସପୋ କାର୍ଯ୍ୟକ୍ରମେରେ ଭାରତ-ଆଫ୍ରିକା ପ୍ରତିରକ୍ଷା ଆଲୋଚନା ଅନୁଷ୍ଠିତ ହୋଇଥିଲା। ଜଣେ ସୈନ୍ୟ ଅଧିକାରୀ କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ଆଫ୍ରିକୀୟ ଦେଶରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଆଗାମୀ ସମରାଭ୍ୟାସ ଏବଂ କନକ୍ଲେଭ ଭାରତ-ଆଫ୍ରିକା ସମ୍ପର୍କକୁ ମଜବୁତ କରିବା ପାଇଁ ଏକ ପଦକ୍ଷେପ ଭାବରେ ଆଧାରିତ ହେବ। ଯାହାର ଉଦ୍ଦେଶ୍ୟ ହେଉଛି ସହଯୋଗ ମାଧ୍ୟମରେ ଆଫ୍ରିକୀୟ ସେନା ବାହିନୀର ସାମରିକ କ୍ଷମତା ବୃଦ୍ଧି କରିବା।