ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସୈନିକ। ସେବେଠାରୁ ଏ ଘଟଣାକୁ ନେଇ ସୀମାରେ ଉତ୍ତେଜନା ସୃଷ୍ଟ ହେବା ପରେ  ଭାରତୀୟ ମାତ୍ରାରେ ସୈନ୍ୟ ବଳ ମୁତୟନ କରିଥିଲେ ଉଭୟ ଦେଶ।


COMMERCIAL BREAK
SCROLL TO CONTINUE READING

ସମୟକ୍ରମେ ସୀମାରୁ ସୈନ୍ୟ ବଳ ପ୍ରତ୍ୟାହାର କରିବା ନେଇ ଚୀନ (China) ଉଦ୍ଦେଶ୍ୟରେ ଜଣାଇ ଦେଇଥିଲା ଭାରତ (India)। ଏ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ୯ ଥର ଆଲୋଚନା ହୋଇଥିଲା। ଶେଷରେ ସୀମାରୁ ହଟିଛି ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନ ସୈନ୍ୟବାହିନୀ (Chinese Troops)।  


Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!


ଏ ଘଟଣା ବାବଦରେ ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ  ମିଳିଥିବା ଖବର ଅନୁସାରେ ପେଙ୍ଗାଙ୍ଗ ହ୍ରଦ (Pangong Lake) ଅଧିନସ୍ଥ ଫିଙ୍ଗର ୪ ଅଞ୍ଚଳରେ (Finger4 Region) ଏବେ ପେଟ୍ରୋଲିଂ ହେବ ନାହିଁ।  


 



ଏହାକୁ ନୋ ପେଟ୍ରୋଲିଂ ଜୋନ (No Petroling Zone) ଭାବେ ଘୋଷିତ କରାଯାଇଛି। ଚୀନ ସେନା ଏବେ ଫିଙ୍ଗର ୮ ଅଞ୍ଚଳ ପର୍ଯ୍ୟନ୍ତ ଆସିପାରିବ। ଅନ୍ୟପଟେ ଭାରତ ଫିଙ୍ଗର ୨-୩ କ୍ଷେତ୍ର ମଧ୍ୟରେ ପେଟ୍ରୋଲିଂ କରିପାରିବ।  


Also Read: ସାଟେଲାଇଟ ଫଟୋରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ଏପର୍ଯ୍ୟନ୍ତ ହଟିନାହିଁ ଡ୍ରାଗନ ଆର୍ମି


ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ (Chinese Defense Ministry) ମୁଖପାତ୍ର କର୍ଣ୍ଣେଲ ୱୁ କିଆନ୍ କହିଛନ୍ତି  ପୂର୍ବ ଲଦାଖର ପେଙ୍ଗାଙ୍ଗ ହ୍ରଦର ଉଭୟ ଉତ୍ତର-ଦକ୍ଷିଣ ପାର୍ଶ୍ୱରେ ନିୟୋଜିତ ହୋଇଥିବା ଭାରତ-ଚୀନ୍‌ ସୈନ୍ୟ ବୁଧବାର ଠାରୁ ବ୍ୟବସ୍ଥିତ ଭାବେ ପଛକୁ ଫେରିଛନ୍ତି। ଦୁଇ ଦେଶର ସଶସ୍ତ୍ର ବାହିନୀ ଏବେ ପଛକୁ ହଟିଛନ୍ତି। 


Also Read: ଥଣ୍ଡା ସମ୍ଭାଳିପାରୁନି ଚୀନ, ଭାରତ ସହ କେମିତି କରିବ ଲଢେଇ


 


ଅନ୍ୟପଟେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ (Defense Minister) ରାଜନାଥ ସିଂହ (Rajnath Singh) ରାଜ୍ୟସଭାକୁ ଏ ପ୍ରସଙ୍ଗରେ  ଅବଗତ କରାଇବେ। ସୀମା ବିବାଦକୁ ନେଇ ଗତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ବେଶ ଲମ୍ବା ସମୟ ଧରି ଚାଲିଥିଲା। ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ଉଭୟ ବିଭିନ୍ନ ସମୟରେ ସାମରିକ, କୂଟନୈତିକ ସ୍ତରରେ ଆଲୋଚନା ଅନୁଷ୍ଠିତ ହୋଇସାରିଛି।