ଚୀନୀ ରାଷ୍ଟ୍ରପତି ଜିନପିଙ୍ଗ ପିଏଲଏ ଉପରେ ଅନେକ ପ୍ରଚାରଧର୍ମୀ ଭିଡିଓ ଜାରି କରି ନିଜକୁ ଏକ ଶକ୍ତିଶାଳୀ ସେନା ବାହିନୀ ଥିବା ଦେଶର ରାଷ୍ଟ୍ରମୁଖ୍ୟ ଭାବେ ପ୍ରଦର୍ଶିତ କରିବାକୁ ଲୋକ ଦେଖାଣିଆ ପ୍ରୟାସ ଜାରି ରଖିଛନ୍ତି।
Trending Photos
ଅମିତ ମହାନ୍ତି,ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ସୀମା-ଏଲଏସି (LAC-Line of Actual Control) ରେଖା ଠାରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଉଭୟ ଭାରତ ସୈନ୍ୟ ବାହିନୀ (Indian Army) ଏବଂ ଡ୍ରାଗନ ଆର୍ମୀ (Dragon Army) ଭାବେ ବିଶ୍ୱର ପରିଚିତ ଚୀନର (China) ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA)। ଏଲଏସି ଠାରେ ହେବାକୁ ଥିବା ସାମ୍ଭାବ୍ୟ ଯୁଦ୍ଧ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଲାଣି ଚୀନ ସେନା
ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛ ପଟୁ ଛୁରୀ ମାହିବାରେ ମାହିର ଡ୍ରାଗନ ସେନା ସବୁବେଳେ ଧୋକାବାଜି କରିବାରେ ବେଶ ମାହିର। ଆଉ ଚୀନୀ ରାଷ୍ଟ୍ରପତି (Chinese President) ସି ଜିନପିଙ୍ଗ (XI Jinping) ପିଏଲଏ ଉପରେ ଅନେକ ପ୍ରଚାରଧର୍ମୀ ଭିଡିଓ (Propaganda Video) ଜାରି କରି ନିଜକୁ ଏକ ଶକ୍ତିଶାଳୀ ସେନା ବାହିନୀ ଥିବା ଦେଶର ରାଷ୍ଟ୍ରମୁଖ୍ୟ ଭାବେ ପ୍ରଦର୍ଶିତ କରିବାକୁ ଲୋକ ଦେଖାଣିଆ ପ୍ରୟାସ ଜାରି ରଖିଛନ୍ତି।
Also Read:ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!
ଏଲଏସି ଠାରେ ବିବାଦ ବଢିବା ପର ଠାରୁ ସେନାବାହିନୀର ଆଧୁନୀକରଣ କରିବା କାର୍ଯ୍ୟ ଆରମ୍ଭ କରିଦେଇଛି ଚୀନ। ହିମାଳୟ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ପରାକ୍ରମ ଦେଖିବା ପରେ ଏବ ଡ୍ରାଗନ ସେନା ଆଖିରୁ ନିଦ ହଜିଯାଇଛି। ଏଲଏସି ଠାରେ ଭୀଷଣ ଥଣ୍ଡାରେ ଚୀନ ସେନାର ଅବସ୍ଥା ଅସମ୍ଭାଳ ହୋଇପଡିଛି। ଶୀତ ଦାଉରୁ ରକ୍ଷା ପାଇଁ ପିଏଲଏ ସୈନିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଧରଣର ପୋଷାକ ପ୍ରସ୍ତୁତ କରାଯାଇଛି।
ଚୀନୀ ସୈନିକଙ୍କୁ ଆୟରନ୍ ମ୍ୟାନ୍ (Iron Man) ଭାବେ ପ୍ରଦର୍ଶିତ କରିବାକୁ ବାହାରି ପଡିଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ। ଏହା ମାଧ୍ୟମରେ ପ୍ରତିଦ୍ୱନ୍ଦୀ ଭାରତ ସାମ୍ନାରେ ସୁପର ଆର୍ମି (Super Army) ଛିଡା କରିବାକୁ ଚାହୁଁଛି ଚୀନ ଏଥିପାଇଁ ପିଏଲଏ ଟାର୍ଗେଟ୍ କରିଛି ତିବ୍ବତ ସ୍ୱୟଂଶାସିତ ଅଞ୍ଚଳର (Tibetan Autonomous Region) ଲୋକଙ୍କୁ। ଏଠାକାର ସୈନିକଙ୍କୁ ସବୁଠୁ ପ୍ରଥମେ ସୁଟ୍ ଦିଆଯାଇଛି। ଚୀନ ସେନାକୁ ଏହାର ଦରକାର ଏଥିପାଇଁ ପଡିଲା କାରଣ ଚୀନ ସୈନିକଙ୍କ ପାଖରେ ଥଣ୍ଡା ପାହାଡିଆ ଅଞ୍ଚଳରେ ବୁଲିବାର କୌଣସି ଅଭିଜ୍ଞତା ନାହିଁ।
Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ (Chinese State Media) ଗ୍ଲୋବାଲ ଟାଇମ୍ସ (Global Times) ପକ୍ଷରୁ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ଶିନଜିଆଙ୍ଗ୍ ମିଲିଟାରୀ କମାଣ୍ଡ ସହ ଜଡିତ ଅନେକ ସୈନିକ ଏହି ସୁଟ୍ ଟେଷ୍ଟ୍ କରିଥିଲେ। ଏହି ସମୟରେ ସେମାନେ ୨୦ କିଲୋଗ୍ରାମ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ଏପରି ସ୍ୱତନ୍ତ୍ର ଧରଣର ପୋଷାକ ପିନ୍ଧିଥିଲେ।