ଆସୁ ଆସୁ ଆରମ୍ଭ: ଚୀନକୁ ଚେତାବନୀ ଦେଲେ ବାଇଡେନଙ୍କ ଭାବି ପ୍ରତିରକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha832415

ଆସୁ ଆସୁ ଆରମ୍ଭ: ଚୀନକୁ ଚେତାବନୀ ଦେଲେ ବାଇଡେନଙ୍କ ଭାବି ପ୍ରତିରକ୍ଷା ମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ବାଇଡେନ ସେନାନିବୃତ୍ତ ଅଧିକାରୀ ୬୭ ବର୍ଷୀୟ ଲଏଡ ଅଷ୍ଟିନକୁ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ଯଦି ତାଙ୍କର ନିଯୁକ୍ତକୁ ନେଇ ସିନେଟ ପକ୍ଷରୁ ସ୍ପଷ୍ଟ କରାଯାଏ ତାହାଲେ ସେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ହେବେ ଯିଏ ଆମେରିକା ସୈନ୍ୟ ମୁଖ୍ୟାଳୟ ପେଣ୍ଟାଗନର ନେତୃତ୍ୱ ନେବେ।

ଆସୁ ଆସୁ ଆରମ୍ଭ: ଚୀନକୁ ଚେତାବନୀ ଦେଲେ ବାଇଡେନଙ୍କ ଭାବି ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ: ଆମେରିକାରେ ନୂତନ ସରକାର କ୍ଷମତାସୀନ ହେବା ସହ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ସତର୍କ ହୋଇଉଠିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନର ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ଚୀକ୍ଷ୍ଣ ନଜର ରଖିଛି ଆମେରିକା। ପ୍ରତିରକ୍ଷା, ବ୍ୟାପାର, କୋରୋନା ଭାଇରସ, ଦକ୍ଷିଣ ଚୀନ ସାଗରରେ ସମରାଭ୍ୟାସ, ମାନବ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା-ଚୀନ ମଧ୍ୟରେ ମୁହାଁମୁହିଁ ହୋଇଛି।

ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଟାର୍ଗେଟ କରି ଆମେରିକାରେ କ୍ଷମତାସୀନ ଭାବି ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ କହିଛନ୍ତି ପ୍ରଥମେ ରିଜିଓନାଲ ପାୱାର ଆଉ ଏବେ ୱାର୍ଲ୍ଡ ପାୱାର ହେବାକୁ ସ୍ୱପ୍ନ ଦେଖୁଛି।       

ଆମେରିକୀୟ ସିନେଟ ଅଧିନସ୍ଥ ସୈନ୍ୟ ସେବା ମାମଲା ସମିତିର ପ୍ରତିରକ୍ଷା ମନ୍ତ୍ରୀ ଭାବେ ତାଙ୍କର ନିଯୁକ୍ତିକୁ ନେଇ ସ୍ପଷ୍ଟ କରାଯିବା ବେଳେ ଅଷ୍ଟିନ କହିଛନ୍ତି ଚୀନ ପ୍ରଥମେ କ୍ଷେତ୍ରୀୟ ପ୍ରଭୁତ୍ୱକାରୀ ଶକ୍ତି ଭାବେ ଉଭା ହେବ ପରେ ଏବେ ମହାଶକ୍ତି ହେବାକୁ ଲକ୍ଷ୍ୟ ରଖିଛି। ବିଶ୍ୱକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛି। ବିଭିନ୍ନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ଚୀନ ସହ ମୁକାବିଲା କରିବାକୁ ହେଲେ ଆମକୁ ଏକାଠି ହେବାକୁ ପଡିବ।   

Also Read: ଆମେରିକାରେ ଟ୍ରମ୍ପ ଯୁଗ ଶେଷ, ବାଇଡେନ ଶାସନ ଆରମ୍ଭ

ଆମେରିକା ରାଷ୍ଟ୍ରପତି ବାଇଡେନ ସେନାନିବୃତ୍ତ ଅଧିକାରୀ ୬୭ ବର୍ଷୀୟ ଲଏଡ ଅଷ୍ଟିନକୁ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ଯଦି ତାଙ୍କର ନିଯୁକ୍ତକୁ ନେଇ ସିନେଟ ପକ୍ଷରୁ ସ୍ପଷ୍ଟ କରାଯାଏ ତାହାଲେ ସେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ହେବେ ଯିଏ ଆମେରିକା ସୈନ୍ୟ ମୁଖ୍ୟାଳୟ ପେଣ୍ଟାଗନର ନେତୃତ୍ୱ ନେବେ। ଚୀନ୍ କିମ୍ବା କୌଣସି ଆକ୍ରମଣକାରୀଙ୍କୁ ଉପଯୁକ୍ତ ଜବାବ ଦେବୁ। ପ୍ରତିଦ୍ୱନ୍ଦ୍ୱୀ ଚୀନ ଉପରେ ପ୍ରତିକ୍ରିୟା ରଖି ଅଷ୍ଟିନ କହିଛନ୍ତି ବର୍ତ୍ତମାନ ଏହା ପ୍ରଭାବଶାଳୀ ବିପଦ କାରଣ ଏହାର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଋଷିଆ ଅନ୍ୟତମ ବିପଦ ଭାବେ ଉଭାହୋଇଛି।