Border Divided Between States: ଦେଶର ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିଭାଜନ କରିବା ପାଇଁ କୌଣସି ସ୍ଥିର ସୂତ୍ର ନାହିଁ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚାରୋଟି ଆଧାରରେ ରାଜ-ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ହେଉଛି।
Trending Photos
Border Dispute in India: କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାର ନାଁ ଧରୁନାହିଁ। ସୀମା ବିବାଦ ପ୍ରସଙ୍ଗରେ ଉଭୟ ରାଜ୍ୟ ସେମାନଙ୍କ ବିଧାନ ମଣ୍ଡଳରେ ଏ ସମ୍ପର୍କିତ ସଂକଳ୍ପ ପାରିତ କରି ନିଜର ଦାବିକୁ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁଠାରେ ମହାରାଷ୍ଟ୍ର କର୍ଣ୍ଣାଟକର କିଛି ମରାଠୀ ଭାଷାଭାଷୀ ଅଞ୍ଚଳକୁ ନିଜ ସହିତ ମିଶ୍ରଣ କରିବାକୁ ଚାହୁଁଛି। ଅନ୍ୟପକ୍ଷରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ରାଜ୍ୟର ଏକ ଇଞ୍ଚ ମଧ୍ୟ ନଦେବାକୁ ଅଡି ବସିଛି।
ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମୀ ବିବାଦ ୧୯୫୭ ମସିହାରୁ ଆରମ୍ଭ ହୋଇଛି। ଦେଶରେ ମହାରାଷ୍ଟ୍ର-କର୍ଣ୍ଣାଟକ ବ୍ୟତୀତ ଆହୁରି ଏପରି ଅନେକ ରାଜ୍ୟ ଅଛନ୍ତି ଯେଉଁଠି ସୀମାକୁ ନେଇ ବିବାଦ ଲାଗି ରହିଛି। ଦେଶ ସ୍ୱାଧିନ ହେବା ପରେ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠନ ହେବା ସହ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଥିଲା। ନିକଟରେ ୨୦୧୯ ବର୍ଷରେ ଅବିଭକ୍ତ ଜମୁ କାଶ୍ମୀର ରାଜ୍ୟକୁ ବିଭାଜିତ କରି ଲଦାଖ ଏବଂ ଜମୁ କାଶ୍ମୀର ନାମରେ ଦୁଇଟି ପଋତକ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା। ଜାଣନ୍ତୁ କିପରି ରାଜ୍ୟ ମଧ୍ୟରେ ହୋଇଥାଏ ସୀମା ନିର୍ଦ୍ଧାରଣ?
ରାଜ୍ୟ ବିଭାଜନ ପାଇଁ ତିନୋଟି ସମିତି ଗଠନ କରାଯାଇଥିଲା। ହେଲେ ସମସ୍ତ ବିଫଳ ହୋଇଥିବା ଜଣାପଡ଼ିଛି। ୧୯୪୮ ମସିହାରେ ଗଠିତ ଏସ.କେ ଧର ସମିତି କହିଥିଲା ଯେ ରାଜ୍ୟକୁ ପ୍ରଶାସନିକ ଭିତ୍ତିରେ ବିଭକ୍ତ କରାଯିବା ଆବଶ୍ୟକ। ଏହି ସମିତି ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଗଠିତ ହୋଇଥିଲା। ହେଲେ ଏହି ସମିତିର ରିପୋର୍ଟ ଗ୍ରହଣ କରାଯାଇନଥିଲା। ଅନ୍ୟପଟେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଥିଲେ ଯେ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠନ କରିବା ଠିକ ନୁହେଁ। ଆନ୍ଧ୍ର ପ୍ରଦେଶରେ ଏହାକୁ ଦୃଢ ବିରୋଧ କରାଯାଇଥିଲାବେଳେ ମହାରାଷ୍ଟ୍ରର ଅନେକ ସ୍ଥାନରେ ହିଂସା ମଧ୍ୟ ହୋଇଥିଲା। ୧୯୫୩ ମସିହାରେ ଫଜଲ ଅଲୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୁନର୍ଗଠନ ଆୟୋଗ ଗଠନ କରାଯାଇଥିଲା। ଜାତୀୟ ସୁରକ୍ଷା, ଆର୍ଥିକ ଏବଂ ପ୍ରଶାସନିକ ଆବଶ୍ୟକତା ଏବଂ ପଞ୍ଚ ବାର୍ଷିକ ଯୋଜନାର ସଫଳତାକୁ ଦୃଷ୍ଟିରେ ରାଜ୍ୟ ଗଠନ କରିବା ଆବଶ୍ୟକ ବୋଲି ଏହି ଆୟୋଗ କହିଥିଲା।
ଦେଶର ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିଭାଜନ କରିବା ପାଇଁ କୌଣସି ସ୍ଥିର ସୂତ୍ର ନାହିଁ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚାରୋଟି ଆଧାରରେ ରାଜ-ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ହେଉଛି।
ଭୌଗୋଳିକ ନିକଟତା: ଭୌଗୋଳିକ ନିକଟତା ଆଧାରରେ ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଥାଏ। କେନ୍ଦ୍ର ସ୍ଥିର କରିଥାଏ ଯେ ଦୁଇ ରାଜ୍ୟ ମଧ୍ୟରେ ଭୌଗୋଳିକ ନିକଟତତା କିପରି ରହିଛି? ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ-ଛତିଶଗଡ ଏବଂ ବିହାର-ଝାଡଖଣ୍ଡ ମଧ୍ୟରେ ଭୌଗୋଳିକ ନିକଟତା ଆଧାରରେ ଏହି ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଛି।
ଭାଷାଗତ ଆଧାର: ୧୯୫୩ ମସିହାରେ ପୋଟ୍ଟି ଶ୍ରୀରାମୁଲୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ନିଜର ମୃତ୍ୟୁ ପର୍ଯ୍ୟନ୍ତ ଆମରଣ ଅନଶନ କରିଥିଲେ। ପ୍ରାୟ ୫୯ ଦିନର ଉପବାସ କରିବା ପରେ ଶ୍ରୀରାମୁଲୁଙ୍କୁ ମୃତ୍ୟୁ ହୋଇଥିଲା। ଏହା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସେତେବେଳର ମାନ୍ଦ୍ରାଜ ପ୍ରେସିଡେନ୍ସିକୁ ବିଭାଜିତ ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ଆନ୍ଧ୍ର ପ୍ରଦେଶ ନାମରେ ଏକ ପୃଥକ ରାଜ୍ୟ ଗଠନ ସମ୍ପର୍କରେ ଘୋଷଣା କରି କରିଥିଲେ।
ସ୍ୱାଧିନତା ପରେ ଭାଷା ଆଧାରରେ ପ୍ରଥମେ ୧୯୫୩ ମସିହାରେ ମାନ୍ଦ୍ରାଜ ପ୍ରେସିଡେନ୍ସିକୁ ବିଭାଜିତ କରି ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ଆନ୍ଧ୍ର ପ୍ରଦେଶ ଏବଂ ତାମିଲ ଭାଷାଭାଷୀ ଅଞ୍ଚଳକୁ ନେଇ ତାମିଲନାଡୁ ନାମରେ ପୃଥକ ରାଜ୍ୟ ଗଠନ କରାଯାଇଥିଲା। ଏହା ପରେ ୧୯୬୦ ମସିହାରେ ବମ୍ବେ ପ୍ରେସିଡେନ୍ସିକୁ ବିଭାଜିତ କରି ମରାଠୀ ଭାଷାଭାଷୀ ଅଞ୍ଚଳକୁ ନେଇ ମହାରାଷ୍ଟ୍ର ଏବଂ ଗୁଜୁରାଟି ଭାଷାଭାଷୀ ଅଞ୍ଚଳକୁ ନେଇ ଗୁଜୁରାଟ ନାମରେ ଦୁଇଟି ପୃଥକ ରାଜ୍ୟ ଗଠନ କରାଯାଇଥିଲା। ପରେ ୧୯୬୬ ମସିହାରେ ଅବିଭକ୍ତ ପଞ୍ଜାବ ରାଜ୍ୟକୁ ବିଭାଜିତ ପଞ୍ଜାବୀ ଭାଷାଭାଷୀ ଅଞ୍ଚଳକୁ ନେଇ ପଞ୍ଜାବ ଏବଂ ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ହରିୟାଣା ନେଇ ଦୁଇଟି ପୃଥକ ରାଜ୍ୟ ଗଠିତ ହୋଇଥିଲା।
ଗ୍ରାମ ତତ୍ତ୍ୱ ଆଧାର: ଗ୍ରାମ ତତ୍ତ୍ୱ ଆଧାରରେ ସୀମା ବିଭାଜନ କରାଯାଇପାରେ। ଯେଉଁଥିରେ ଗ୍ରାମର ଭୌଗୋଳିକ, ଅର୍ଥନୈତିକ ଏବଂ ସାମାଜିକ ଗଠନ ଦେଖାଯାଇଥାଏ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ କେନ୍ଦ୍ର ସରକାର ନେଇପାରନ୍ତି।
ଲୋକଙ୍କ ଇଚ୍ଛା ଆଧାର: ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ବିଭାଜନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଲୋକଙ୍କ ଇଚ୍ଛା। ସମ୍ପ୍ରତି ଲୋକଙ୍କ ଇଚ୍ଛା ଆଧାରରେ ଲଦାଖ ଏବଂ ତେଲେଙ୍ଗାନା ଗଠନ କରାଯାଇଛି।
ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦର ସମାଧାନ ଏତେ ସହଜ ନୁହେଁ। କାରଣ ଏହି ବିବାଦ ବର୍ଷେ କିମ୍ବା ୨ ବର୍ଷ କିମ୍ବା ୫ ବର୍ଷର ନୁହେଁ। ପ୍ରାୟ ୬୫ ବର୍ଷ ଧରି ଏହି ବିବାଦ ଜାରି ରହିଛି। ଏପରିକି ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ସହ ଜଡ଼ିତ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚରାଧିନ ରହିଛି। ସେତେବେଳେ ରାଜ୍ୟ କେବଳ ଭାଷା ଭିତ୍ତିରେ ବିଭାଡିତ ହେଉଥିଲା। ଗତ ୨୦୦୬ ବର୍ଷରେ ସୁପ୍ରିମକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ସୀମାକୁ କେବଳ ଭାଷା ଭିତ୍ତିରେ ବିଭାଜିତ କରାଯାଇପାରିବ ନାହିଁ। ଏହି ମନ୍ତବ୍ୟ ଆସିବା ପରେ ସୀମା ବିବାଦକୁ ନେଇ କର୍ଣ୍ଣାଟକ ପକ୍ଷରୁ ଦାଖଲ କରାଯାଇଥିବା ଯୁକ୍ତି ମଜବୁତ ହୋଇଛି।
ହେଲେ ମହାରାଷ୍ଟ୍ରର କହିବା କଥା ଲୋକଙ୍କ ଇଚ୍ଛା ମଧ୍ୟ ରାଜ୍ୟରୁ ଓହରିଯିବା ରହିଛି। ଏଭଳି ପରିସ୍ଥିତିରେ ଜନମତ ଜାଣିବା ପାଇଁ ସୁପ୍ରିମକୋର୍ଟ ସାମ୍ନାରେ ଏକ ଚ୍ୟାଲେଞ୍ଜ ରହିଛି। ମତାମତର ଆଧାର ସହିତ ଅନେକ ବୈଷୟିକ ଦିଗ ଅଛି, ଯାହା ଏ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଅଛି। ସେଥିପାଇଁ ଏହି ମାମଲା କୋର୍ଟ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ। କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦରେ ସମ୍ବନ୍ଧରେ କେନ୍ଦ୍ରର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ନୁହେଁ। ସାଧାରଣତଃ ରାଜ୍ୟ ବିଭାଜନ ସମୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିଥାନ୍ତି। ହେଲେ କର୍ଣ୍ଣାଟକ-ମହାରାଷ୍ଟ୍ର କ୍ଷେତ୍ରରେ ତାହା ଘଟିନାହିଁ। ତଥାପି କେନ୍ଦ୍ର ସୁପ୍ରିମକୋର୍ଟ ନିଷ୍ପତ୍ତି ଆସିବାକୁ ଅପେକ୍ଷା କରିଛି।
ଯଦି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଅନ୍ତି ତାହେଲେ ଆହ୍ୱାନକୁ ସାମ୍ନା କରିବାକୁ ପଡ଼ିବ। ଗୁରୁତ୍ୱକଥା ହେଉଛି ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ଏବଂ କେନ୍ଦ୍ରରେ ଗୋଟିଏ ଦଳ ଅର୍ଥାତ ବିଜେପି ସରକାର କ୍ଷମତାସୀନ ରହିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ। ସୀମା ବିବାଦକୁ ନେଇ ଉଭୟ ରାଜ୍ୟରେ ବିରୋଧୀ ଏବଂ ସରକାର ଏକାଠି ହୋଇଯାଇଛନ୍ତି। ଯାହାର ଫଳସ୍ୱରୂପ ସୀମା ବିବାଦ ବିବାଦର ସମାଧାନ ଏତେ ସହଜ ନୁହେଁ।