ଦିନକରେ ପାଖାପାଖି ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଭାରତରେ ଏପର୍ଯ୍ୟନ୍ତ ୭ଲକ୍ଷ ୬୭ ହଜାର ୨୯୬ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଦିନକରେ ପାଖାପାଖି ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତୀବ୍ର ଗତିରେ ବଢ଼ିଚାଲିଛି କୋରୋନା ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସେହିପରି ଏହି ସମୟ ମଧ୍ୟରେ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଭାରତରେ ଏପର୍ଯ୍ୟନ୍ତ ୭ଲକ୍ଷ ୬୭ ହଜାର ୨୯୬ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୭୬ ହଜାର ୩୭୮ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୨ଲକ୍ଷ ୬୯ ହଜାର ୭୮୯ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପି କୋରୋନାର ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୨୧ ଲକ୍ଷ ୭୦ ହଜାର ୫୭୦ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫ ଲକ୍ଷ ୫୨ ହଜାର ୧୧୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଲକ୍ଷ ୬୯ ହଜାର ୨୮୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୪୫ ଲକ୍ଷ ୪୯ ହଜାର ୧୭୫ ଆକ୍ଟିଭ କେସ ରହିଛି । 

କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ୩୧ ଲକ୍ଷ ୫୮ ହଜାର ୯୩୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧ଲକ୍ଷ ୩୪ ହଜାର ୮୬୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତାଲିକାର ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହି ଦେଶରେ ୧୭ ଲକ୍ଷ ୧୬ ହଜାର ୧୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ହଜାର ୫୫ ଜଣଙ୍କ ମୃତ୍ୟୁ ହେଲାଣି । ଆମ ଦେଶ ଭାରତ ଟପ-୩ରେ ରହିଛି । ଭାରତ ତଳକୁ ଋଷ, ପେରୁ, ଚିଲେ, ସ୍ପେନ, ୟୁକେ, ମେସ୍କିକୋ ଓ ଇରାନ ରହିଛନ୍ତି । ସେହିପରି ପଡ଼ୋଶୀ ପାକିସ୍ତାନ ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ-୧୨ରେ ପହଞ୍ଚିସାରିଛି । କୋରୋନାର ଉତ୍ପତ୍ତିସ୍ଥଳ ଚୀନ ଏବେ ତାଲିକାର ୨୩ ନମ୍ବରକୁ ଖସିଲାଣି ।