New Parliament Building: ନୂତନ ସଂସଦ ଭବନରେ ଲୋକସଭା ପ୍ରସ୍ତୁତ, ଆଗତ ହେବ ୨୦୨୩ ବର୍ଷର ଆର୍ଥିକ ବଜେଟ୍
Advertisement
Article Detail0/zeeodisha/odisha1536215

New Parliament Building: ନୂତନ ସଂସଦ ଭବନରେ ଲୋକସଭା ପ୍ରସ୍ତୁତ, ଆଗତ ହେବ ୨୦୨୩ ବର୍ଷର ଆର୍ଥିକ ବଜେଟ୍

New Sansad Bhavan Building of India: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ନୂତନ ସଂସଦ ଗୃହରେ ବଜେଟ୍ ଅଧିବେଶନ ଆୟୋଜନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ବୈଠକ ୩୦-୩୧ ଜାନୁଆରୀରେ ଅନୁଷ୍ଠିତ ହୋଇଥାଏ। ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ମିଳିତ ଭାବେ ଉଭୟ ରାଜ୍ୟସଭା ଏବଂ ଲୋକସଭାକୁ ସମ୍ବୋଧିତ କରିଥାନ୍ତି। 

New Parliament Building: ନୂତନ ସଂସଦ ଭବନରେ ଲୋକସଭା ପ୍ରସ୍ତୁତ, ଆଗତ ହେବ ୨୦୨୩ ବର୍ଷର ଆର୍ଥିକ ବଜେଟ୍

New Parliament Building of India: ଚଳିତ ବର୍ଷ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ନୂତନ ସଂସଦ ଭବନରେ ବଜେଟ୍ ଅଧିବେଶନ ଆୟୋଜନ କରିବାକୁ ଉଦ୍ୟମ କରୁଛନ୍ତି। ବଜେଟ 
ଅଧବେଶନର ପ୍ରଥମ ପର୍ଯ୍ୟାୟର ବୈଠକ ୩୦-୩୧ ଜାନୁଆରୀରେ ଅନୁଷ୍ଠିତ ହୋଇଥାଏ।

ଆଗାମୀ ବଜେଟ ଅଧିବେଶନ (Budget Session 2023) ପାଇଁ ପ୍ରସ୍ତୁତ ହୋଇଉଠୁଛି ଦେଶର ନୂତନ ସଂସଦ ଭବନ ଗୃହ (New Parliament Building of India)। ସଦ୍ୟ ନୂତନ ଲୋକସଭା ଗୃହର (New Lok Sabha Building of India) ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ନୂତନ ଲୋକସଭା ଗୃହ ବହୁତ ବଡ଼ ଏବଂ ପ୍ରଶସ୍ତ ଦେଖାଯାଉଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, 
ତାହେଲେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର (Modi Govt) ଦେଶର ନୂତନ ସଂସଦ ଭବନରେ ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ମିଳିତ ସମ୍ବୋଧନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚଳିତ ବର୍ଷର ବଜେଟ୍ ଅଧିବେଶନ ନୂତନ ସଂସଦ ଭବନ ଗୃହରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ନୂତନ ସଂସଦ ଗୃହରେ (New Sansad Bhavan Building of India) ବଜେଟ୍ ଅଧିବେଶନ ଆୟୋଜନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବଜେଟ ଅଧିବେଶନର ପ୍ରଥମ 
ପର୍ଯ୍ୟାୟର ବୈଠକ ୩୦-୩୧ ଜାନୁଆରୀରେ ଅନୁଷ୍ଠିତ ହୋଇଥାଏ। ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ମିଳିତ ଭାବେ ଉଭୟ ରାଜ୍ୟସଭା (Rajya Sabha) ଏବଂ ଲୋକସଭାକୁ (Lok Sabha) 
ସମ୍ବୋଧିତ କରିଥାନ୍ତି। ପରଦିନ ଲୋକସଭାରେ ବଜେଟ୍ ଉପସ୍ଥାପିତ ହୋଇଥାଏ। ଆଶା କରାଯାଉଛି ଯେ ଏଥର ନୂତନ ସଂସଦର ଭବନରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍।

ଦେଶର ନୂଆ ସଂସଦ ଭବନ ପୁରୁଣା ସଂସଦ ଭବନ ତୁଳନାରେ ଅଧିକ ବଡ଼ ହେବା ସହ ଆକର୍ଷଣୀୟ ଏବଂ ଆଧୁନିକ ସୁବିଧା ସହିତ ସଜ୍ଜିତ ହେବ। ପ୍ରାୟ ୬୬୪ ହଜାର ୫୦୦ ବର୍ଗ ମିଟର ଜମିରେ ନିର୍ମିତ ନୂତନ ସଂସଦ ଭବନର ଗୃହ ନିର୍ମାଣ କାର୍ଯ୍ୟରେ ଟାଟା କମ୍ପାନୀ ରହିଛି। ସଂସଦ ଭବନର ନୂତନ ଗୃହରେ ଅଡିଓ ଭିଜୁଆଲ୍ ସିଷ୍ଟମ ତଥା ଡାଟା ନେଟୱାର୍କ ସୁବିଧା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି।

ନୂତନ ସଂସଦ ଭବନରେ ୧୨୨୪ ଜଣ ସାଂସଦ ବସିବାର ସୁବିଧା ରହିଛି। ଅର୍ଥାତ୍ ୧୨୨୪ ଜଣ ସାଂସଦ ଏକ ସମୟରେ ବସିପାରିବେ। ଯେଉଁଥିରେ ୮୮୮ ସାଂସଦ ଲୋକସଭାରେ ଏବଂ ୩୮୪ ସାଂସଦ ରାଜ୍ୟସଭାରେ ବସିପାରିବେ। ନୂତନ ସଂସଦ ଭବନରେ କୌଣସି କେନ୍ଦ୍ରୀୟ ହଲ୍ ରହିବ ନାହିଁ। ଅର୍ଥାତ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦ କେବଳ ଲୋକସଭା ହଲ ମଧ୍ୟରେ ବସିପାରିବେ। ନୂତନ ସଂସଦ ଭବନରେ ଏକ ସୁନ୍ଦର ସମ୍ବିଧାନ କକ୍ଷ ମଧ୍ୟ ନିର୍ମାଣ  କରାଯାଇଛି।

ନୂତନ ସଂସଦ ଭବନରେ ଲାଉଞ୍ଜ, ଲାଇବ୍ରେରୀ, କମିଟି ହଲ୍, କ୍ୟାଣ୍ଟିନ ଏବଂ ପାର୍କିଂ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଏହି ଘର ସଂପୂର୍ଣ୍ଣ ଭୂକମ୍ପ ପ୍ରତିରୋଧକ। ଯାହାର ପରିକଳ୍ପନା ଏଚସିପି ଡିଜାଇନ୍, ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ    ପ୍ରାଇଭେଟ ଲିମିଟେଡ୍' ଦ୍ୱାରା ପ୍ରସ୍ତୁତ କରାଯାଇଛି। ଦେଶର ନୂତନ ଚାରି ମହଲା ବିଶିଷ୍ଟ ସଂସଦ ଗୃହ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ।