ବିସିସିଆଇ ଉପରେ ବର୍ଷିଲେ ଗାଭାସ୍କର
Advertisement
Article Detail0/zeeodisha/odisha813887

ବିସିସିଆଇ ଉପରେ ବର୍ଷିଲେ ଗାଭାସ୍କର

ବାପା ପାଇଁ ଭାରତ ଆସିବେ ବିରାଟ କୋହଲି (Virat Kohli)। 

ବିସିସିଆଇ ଉପରେ ବର୍ଷିଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର (Indian Cricket Team) ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର (Sunil Gavaskar) ବିସିସିଆଇ (BCCI) ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଦଳରେ ସବୁ ଖେଳାଳି ସମାନ । କିନ୍ତୁ ସମସ୍ତଙ୍କ ପାଇଁ ସମାନ ନୀତିନିୟମ ପରିବର୍ତ୍ତେ ଭିନ୍ନ ଭିନ୍ନ ନିୟମ କାହିଁକି ଲାଗୁ କରାଯାଉଛି ବୋଲି ସେ କହିଛନ୍ତି । 

ବର୍ତ୍ତମାନ ବିରାଟ କୋହଲି (Virat Kohli) ଖୁବ କମ ଦିନରେ ବାପା ହେବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆରୁ (Australia) ଭାରତ (India) ଫେରିବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ତାଙ୍କର ଛୁଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଭାସ୍କର (Sunil Gavaskar)। ଗାଭାସ୍କର କହିଛନ୍ତି କି, ବିରାଟଙ୍କ ପାଇଁ ଗୋଟିଏ ନିୟମ ଓ ଟି. ନଟରାଜନ (T. Natarajan) ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ (Ravichandran Ashwini) ପାଇଁ ଅନ୍ୟ ଏକ ନିୟମ । ସେ ଆହୁରି ମଧ୍ୟ କହିଛନ୍ତି କି, ଟି. ନଟରାଜନ ଆଇପିଏଲ (IPL-2020) ଚାଲିଥିବା ବେଳେ ଏହାରି ମଧ୍ୟରେ ସେ ବାପା ହୋଇଥିଲେ । ମାତ୍ର ସେ ତାଙ୍କ ନବଜାତକଙ୍କୁ ଦେଖିବାକୁ ପାଇନଥିଲେ ବୋଲି ଅଭିଯୋଗ କରିଛନ୍ତି ଗାଭାସ୍କର। 

ଗାଭାସ୍କର (Sunil Gavaskar) ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwini) ଓ ଟି ନଟରାଜନଙ୍କ (T. Natarajan) ଉଦାହରଣ ଦେଇ କହିଛନ୍ତି କି, ଯଦି ଅଶ୍ୱିନୀ ଗୋଟିଏ ମ୍ୟାଚରେ ଓ୍ୱିକେଟ ନେଉ ନାହାନ୍ତି, ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚରୁ ବାହାର କରିଦିଆଯାଉଛି । କିନ୍ତୁ ଦଳରେ ଏଭଳି ସ୍ଥାୟୀ ଖେଳାଳିଙ୍କ ସହିତ ଏଭଳି କରାଯାଉନାହିଁ । ସେମାନେ ଯଦିଓ ଖେଳରେ ବିଫଳ ହେଉଥାନ୍ତୁ ନା' କାହିଁକି । ସେପଟେ କିନ୍ତୁ ଅଶ୍ୱିନୀଙ୍କ ପାଇଁ ଦ୍ୱିତୀୟ ନିୟମ ଲାଗୁ କରାଯାଉଛି । 

ସେ ଆହୁରି ମଧ୍ୟ କହିଥିଲେ କି ଦଳରେ ସେହିଭଳି ଆଉ ଜଣେ ଖେଳାଳି ରହିଛନ୍ତି, ଯାହାଙ୍କ ନାଁ ଶୁଣିଲେ ବେଶ ଆଶ୍ଚର୍ଯ୍ୟ ହେବ । ଦଳରେ ଏଭଳି ନୀତିନିୟମ ବିରୋଧରେ ଉକ୍ତ ଖେଳାଳି ଜଣକ ମୁହଁ ଖୋଲିପାରୁନାହାନ୍ତି । ଏହାର କାରଣ କେବଳ ସେ ଦଳରେ ନବାଗତ । ଏହି ଖେଳାଳି ଜଣକ ହେଉଛନ୍ତି ଟି. ନଟରାଜନ । ବାମହାତୀ ଏହି ବୋଲର ଟି୨୦ରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଜବରଦସ୍ତ କ୍ୟାରିୟର ଆରମ୍ଭ କରିଥିଲେ ସେ ବୋଲି ଗାଭାସ୍କର କହିଥିଲେ । 

ଗାଭାସ୍କର ଆହୁରି ମଧ୍ୟ କହିଥିଲେ କି, ନଟରାଜନ ଆଇପିଏଲର ପ୍ଲେଅଫ ସମୟରେ ବାପା ହୋଇଥିଲେ । ତାଙ୍କର ପ୍ରଦର୍ଶନକୁ ଦେଖି ତାଙ୍କୁ ଦଳ ସହିତ ଅଷ୍ଟ୍ରେଲିଆ ଯିବାକୁ କୁହାଯାଇଥିଲା । ମାତ୍ର ଦଳ ସହିତ କେବଳ ସେ ରହି ଆସୁଛନ୍ତି । ଶ୍ରେଷ୍ଠ ଏକାଦଶ ମଧ୍ୟରେ ତାଙ୍କୁ ସ୍ଥାନ ମିଳିପାରୁନାହିଁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ୨୯ ବର୍ଷୀୟ ଏହି ବୋଲର ଦୁବାଇରୁ ଆଇପିଏଲ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ପଠାଇ ଦିଆଯାଇଥିଲା । ତାଙ୍କୁ ଚୌଟିଲ ବରୁଣ ଚକ୍ରବର୍ତ୍ତିଙ୍କ ବଦଳରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ।