ଚାଇନାକୁ ଆଉ ଏକ ଝଟକା, Highway Projectsରେ ଚାଇନିଜ କମ୍ପାନୀକୁ ନା
Advertisement

ଚାଇନାକୁ ଆଉ ଏକ ଝଟକା, Highway Projectsରେ ଚାଇନିଜ କମ୍ପାନୀକୁ ନା

ସୀମାରେ ଚୀନକୁ ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ଯବାନ । ଆଉ ଏବେ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଝଟକା ଦିଆଯାଉଛି । 

ଚାଇନାକୁ ଆଉ ଏକ ଝଟକା, Highway Projectsରେ ଚାଇନିଜ କମ୍ପାନୀକୁ ନା

ନୂଆଦିଲ୍ଲୀ: ଚାଇନାକୁ ଆଉ ଏକ ଝଟକା ଦେଲେ ଭାରତ ସରକାର । ଏବେ କୌଣସି ବି ଚୀନ କମ୍ପାନୀ ଭାରତର Highway Projectsରେ ସାମିଲ ହୋଇପାରିବେନି  । ଭାରତ ସରକାର ଚୀନ କମ୍ପାନୀଗୁଡ଼ିକୁ ଏଥିପାଇଁ ଅନୁମତି ଦେବେ ନାହିଁ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏନେଇ ସୂଚନା ଦେଇଛନ୍ତି । ନିକଟରେ ହିଁ ୫୯ ଚାଇନିଜ ଆପକୁ ଭାରତରେ ବ୍ୟାନ କରାଯାଇଛି । 

ସୀମାରେ ଚୀନକୁ ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ଯବାନ । ଆଉ ଏବେ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଝଟକା ଦିଆଯାଉଛି । ଭାରତର ଦୁର୍ବଳତାର ସୁଯୋଗ ନେଇ ସୀମାରେ ଉତ୍ପାତ କରିଥିବା ଚୀନକୁ ଭଲ କରି ପାନେ ଚଖାଇବା ମୁଡ଼ରେ କେନ୍ଦ୍ର ସରକାର । ଭାରତର Highway Projectsରେ ଚୀନ କମ୍ପାନୀକୁ ନା । ଭାରତୀୟ କିମ୍ବା ଅନ୍ୟ କୌଣସି କମ୍ପାନୀ ସହ ମିଳିତ ଭାବେ କାମ କରିବାକୁ ଚାହିଁଲେ ମଧ୍ୟ ଅନୁମତି ମିଳିବନି ବୋଲି କହିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ । 

ସେହିପରି ଚୀନ ନିବେଶକଙ୍କୁ ଭରତର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଦ ସମେତ ଅନ୍ୟ କ୍ଷେତ୍ରରେ ମଧ୍ୟ ରୋକିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।