Dubai Expo 2020 କାର୍ଯ୍ୟକ୍ରମ ଜରିଆରେ ସାରା ବିଶ୍ୱକୁ ଆର୍ଥିକ ତାକତ ଦେଖାଇବ ଭାରତ।
Trending Photos
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି Dubai Expo 2020। ଯାହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୬ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୯୨ ଦେଶ ଅଂଶଗ୍ରହଣ କରିଛନ୍ତି। କୋରୋନା ମହାମାରୀ କାରଣରୁ ଏପରି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଗତ ବର୍ଷ ପରିବର୍ତ୍ତେ ଚଳିତ ବର୍ଷ ଆୟୋଜିତ ହୋଇଯାଇଛି।
Dubai Expo 2020 କାର୍ଯ୍ୟକ୍ରମ ଜରିଆରେ ସାରା ବିଶ୍ୱକୁ ଆର୍ଥିକ ତାକତ ଦେଖାଇବ ଭାରତ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ (Minister of Commerce and Industry) ପିୟୂଷ ଗୋଏଲଙ୍କ (Piyush Goyal) ସହ ଆଲୋଚନା କରିଛନ୍ତି ଜୀ ନ୍ୟୁଜ୍ (Zee News) ଏଡିଟର ଇନ ଚିଫ୍ (Editor in Chief) ସୁଧିର ଚୌଧୁରୀ।
ପ୍ରଶ୍ନ: ସାରା ବିଶ୍ୱରେ ଭାରତର ଛବି କିପରି ପ୍ରଦର୍ଶିତ ହେବ
ଉତ୍ତର: Dubai Expo ଜରିଆରେ ଭାରତର ବିଶାଶ ତାକତ ସାରା ବିଶ୍ୱ ସାମ୍ନାରେ ପ୍ରଦର୍ଶିତ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଆର୍ଥିକ ତାକତକୁ ଭାରତୀୟ ପ୍ୟାଭିଲିୟନ ଦ୍ୱାରା ପ୍ରଦର୍ଶିତ କରାଯିବ। ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ସକ୍ଷମ। Expo ଶେଷ ହେବା ପରେ ମଧ୍ୟ ଭାରତ ପକ୍ଷରୁ ପ୍ୟାଭିଲିୟନ ସେଠାରେ ରହିବ।
ପ୍ରଶ୍ନ: ଦୁବାଇ ମଞ୍ଚରୁ ଭାରତର କେଉଁ ଚିତ୍ର ଦୃଶ୍ୟମାନ ହେବ?
ଉତ୍ତର: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଭାବମୂର୍ତ୍ତି ବଦଳିଛି। ଏହି ପ୍ରଦର୍ଶନୀରେ ଟେକ୍ନୋଲୋଜି ସହିତ ମହାକାଶ ଜଗତରେ ଭାରତର ରହିଥିବା ସାମର୍ଥ୍ୟର ନୂତନ ଚିତ୍ର ସାରା ବିଶ୍ୱ ଆଗରେ ପ୍ରଦର୍ଶିତ ହେବ। ଶକ୍ତି, ପରିବେଶ କ୍ଷେତ୍ରରେ ବର୍ତ୍ତମାନ ଭାରତ ନେତୃତ୍ୱ ନେଉଛି। ଏବେ ବିଶ୍ୱ ଜାଣିବାକୁ ପାଇଛି ବର୍ତ୍ତମାନର ସମୟ ହେଉଛି ଭାରତର। ଭାରତ ଉପରେ ସାରା ବିଶ୍ୱର ଆସ୍ଥା ଓ ବିଶ୍ୱାସ ରହିଛି।
ପ୍ରଶ୍ନ: ଭାରତ ପାଇଁ କେଉଁ ଚ୍ୟାଲେଞ୍ଜ, ସୁଯୋଗ ରହିଛି?
ଉତ୍ତର: କୋରୋନା ସଂକଟ କାଳରେ ଆସିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଛି ଭାରତ। କୋଭିଡ ଯୁଗରେ ଡିଜିଟାଲ କ୍ଷେତ୍ରକୁ ବିସ୍ତାର କରିଥିଲା ଭାରତ। ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନ ଦିଆଯାଇଥିଲା। କୋଭିଡ୧୯ ଆସିବା ପୂର୍ବରୁ ଭାରତ ଅନେକ ବଡ ପଦକ୍ଷେପ ନେଇଥିଲା। ଯେଉଁଥିରେ ଲୋକେ ବ୍ୟାଙ୍କ କ୍ଷେତ୍ର ସହିତ ସଂଯୁକ୍ତ ଥିଲେ। ପ୍ରତ୍ୟେକ ଘରେ ବିଦ୍ୟୁତ ବିତରଣ କରାଯାଇଥିଲା। ଗ୍ୟାସ ଚୁଲା ପ୍ରତ୍ୟେକ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିଲା, ଶୌଚାଳୟ ନିର୍ମାଣ କରାଯାଇଥିଲା। ଯଦି ଏହି ସୁବିଧା ନଥାନ୍ତା ତାହେଲେ କରୋନା ସମୟରେ ସ୍ଥିତି କ’ଣ ହୋଇଥାନ୍ତା। ଏହା ସହିତ କୋରୋନା ମହମାରୀର ମୁକାବିଲା ପାଇଁ କୋଭିଡ୧୯ ଟିକା ବିକାଶ କରିବାରେ ଆତ୍ମନିର୍ଭରଶୀଳ ବୋଲି ଭାରତ ଦର୍ଶାଇଛି। ଚଳିତ ମାସରେ ୩୦ କୋଟି କୋରୋନା ଟିକା ପ୍ରସ୍ତୁତ କରାଯିବ। ଏହା ଉପରେ ସାରା ବିଶ୍ୱର ନଜର ରହିଛି। କୋରୋନା ନିର୍ମାଣ କ୍ଷେତ୍ରରେ ଭାରତ ସହ ଭାଗୀଦାରିତା କରିବା ପାଇଁ ଚାହୁଁଛି ସାରା ବିଶ୍ୱ।
ପ୍ରଶ୍ନ: ଯୋଗାଣ ଶୃଙ୍ଖଳାରେ ଥିବା ଆହ୍ୱାନ ପାଇଁ କେତେ ପ୍ରସ୍ତୁତ?
ଉତ୍ତର: ଭାରତର ଉଦ୍ୟୋଗୀ ଏବଂ ଯୁବପିଢି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। କୋରୋନା ସଂକଟ ସମୟରେ ଭାରତ ଆଶା ପୂରଣ କରିଛି। ଆମେ ଦୁନିଆର ପ୍ରତ୍ୟେକ ଚୁକ୍ତି ପୂରଣ କରିଛୁ। ବିଶ୍ୱ ଏହା ଅନୁଭବ କରେ ଭାରତକୁ କାମ ଦିଅ ଆଉ ଚିନ୍ତାମୁକ୍ତ ହୁଅ। କାରଣ ଦିଆଯାଇଥିବା ଦାୟିତ୍ୱର ମୂଲ୍ୟ ବୁଝିଥାଏ ଭାରତ ଏବଂ ଏହାକୁ ମଧ୍ୟ କାର୍ଯ୍ୟକାରୀ କରିଥାଏ।
ପ୍ରଶ୍ନ: ୫ ଟ୍ରିଲିୟନ ଅର୍ଥନୀତିର ଲକ୍ଷ୍ୟ ହାସଲ ହେବ କି?
ଉତ୍ତର: ଯେତେବେଳେ ପ୍ରଧାନମନ୍ତ୍ରୀ ପୂର୍ବରୁ ଅନେକ ପ୍ରତିଶୃତି ଦେଇଥିଲେ ସେତେବେଳେ ଲୋକେ ହସୁଥିଲେ। ପ୍ରଧାନମନ୍ତ୍ରୀ ଯେତେବେଳେ ପ୍ରତ୍ୟେକ ଘରେ ଶୌଚାଳୟର ଉପଲବ୍ଧତା ବାବଦରେ କଥା ହେଉଥିଲେ ସେତେବେଳେ ମଧ୍ୟ ଲୋକେ ହସୁଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ସମସ୍ତ ନାଗରିକଙ୍କ ନିକଟରେ ବ୍ୟାଙ୍କ ଆକାଉଣ୍ଟ ରହିବ ସେତେବେଳେ ମଧ୍ୟ ଲୋକେ ହସିଥିଲେ ହେଲେ ପିଏମ ମୋଦି ଏହାକୁ କାର୍ଯ୍ୟକାରୀ କରି ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ବଡ ଲକ୍ଷ ରଖିଥାନ୍ତି ଏହାକୁ ପୂରଣ କରିଥାନ୍ତି।
ଭାରତୀୟ ପ୍ୟାଭିଲିୟନ ଉପରେ ସାରା ବିଶ୍ୱର ନଜର
Dubai Expo 2020 କାର୍ଯ୍ୟକ୍ରମରେ ଭାରତର ବିଷୟବସ୍ତୁ ରହିଛି 'ପ୍ରଗତି ପଥେ ଭାରତ'। ଯାହା ମାଧ୍ୟମରେ ଭାରତ ଅଭିବୃଦ୍ଧି ଏବଂ ନବସୃଜନର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରଦର୍ଶିତ ହୋଇଛି। ଏଥିରେ ସମ୍ଭାବନା ଏବଂ ଅଭିବୃଦ୍ଧି ସ୍ୱତନ୍ତ୍ର ସ୍ତମ୍ଭ ଭାବେ ରଖାଯାଇଛି। ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଆସନ୍ତା ବର୍ଷ ମାର୍ଚ୍ଚ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ୟାଭିଲିୟନ୍ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହାର ନିର୍ମାଣରେ ୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା ଜରିଆରେ ଆତ୍ମନିର୍ଭରଶୀଳ ଭାରତ, ମହାକାଶ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବାର ଝଲକ ଦେଖିବ ସାରା ବିଶ୍ୱ। ଏନେଇ ଚାରି ମହଲାରେ ୬୦୦ ବ୍ଲକ୍ ତିଆରି ହୋଇଛି ଯେଉଁଥିରେ ଭାରତର ଆର୍ଥିକ ପ୍ରଗତି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀରେ ଭାରତର ବର୍ତ୍ତମାନର ପ୍ରଗତି ଏବଂ ଏହା କିପରି ବିଶ୍ୱ ସ୍ତରରେ ଅଗ୍ରଣୀ ପାଲଟିଛି ତାହା ଦର୍ଶାଯାଉଛି। ପ୍ରାୟ ୨.୫ କୋଟିରୁ ଅଧିକ ଲୋକ ଏହି ପ୍ରଦର୍ଶନୀ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି।