ଚୀନ ଗୁଳି ଆଗରେ ଫେଲ୍ ଭାରତୀୟ ବୁଲେଟ ପ୍ରୁଫ୍ ଜ୍ୟାକେଟ
ଘାତକ ସାଜୁଛି ଡ୍ରାଗନ ବୁଲେଟ। ଶହୀଦ ହେଲେଣି ୬ ଯବାନ।
ନୂଆଦିଲ୍ଲୀ: କାଶ୍ମୀର ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷା ବଳ ପକ୍ଷରୁ ଜାରି ରହିଛି ନିପାତ। ଅନ୍ୟପଟେ ହରାଇଥିବା ନିଜ ଗଡକୁ ପୁଣି ଥରେ ଫେରି ପାଇବାକୁ ସୁରକ୍ଷା ବାହିନୀ ବିରୁଦ୍ଧରେ ଷଡଯନ୍ତ୍ର ଜାରି ରଖିଛନ୍ତି ବିଭିନ୍ନ ଆତଙ୍କୀ ସଙ୍ଗଠନ। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ଗତ ୧୨ ତାରିଖରେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଘଟଣାରୁ।
ଆଜକୁ ୧୧ ଦିନ ପୂର୍ବେ ଦକ୍ଷିଣ କାଶ୍ମୀର (South Kashmir) ଅନନ୍ତନାଗ ଜିଲ୍ଲାରେ (Anantnag District) ସୁରକ୍ଷା ବଳ ଉପରେ ଆତଙ୍କୀ ସଙ୍ଗଠନ ଜୈଶ ଇ ମହମ୍ମଦ-ଜେଇଏମ (Jaish-e-Mohammed)। ଏହି ଆକ୍ରମଣରେ ଷ୍ଟିଲ ନିର୍ମିତ ଗୁଳି (Steel Made Bullet) ବ୍ୟବହାର ହେଉଥିବା ନେଇ କୁହାଯାଉଛି। ଶତ୍ରୁପକ୍ଷ ଆକ୍ରମଣରୁ ରକ୍ଷା ପାଇବା ଲାଗି ସୁରକ୍ଷା ବାହିନୀ (Security Force) ବ୍ୟବହାର କରୁଥିବା ବୁଲେଟ ପ୍ରୁଫ୍ ଜ୍ୟାକେଟ (Bullet Proof Jacket) ଭେଦ କରିବାକୁ ସକ୍ଷମ ଏହି ଗୁଳି।
Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ଅନନ୍ତନାଗ ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ (Pakistani Terror Group) ଅଲ ଉମାର ମୁଜାହିଦ୍ଦୀନ (Al Umar Mujahideen)। ଏହି ଆକ୍ରମଣରେ ଷ୍ଟିଲ ନିର୍ମିତ ଗୁଳି ବ୍ୟବହାର ହୋଇଥିଲା। କାରଣ ଏହା ଦ୍ୱାରା ସୁରକ୍ଷା ବାହିନୀକୁ ଅଧିକରୁ ଅଧିକ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ ଆତଙ୍କବାଦୀ।
ଆକ୍ରମଣ କରିବା ଲାଗି ଏବେ ଷ୍ଟିଲ ଗୁଳି ବ୍ୟବହାର କରୁଛନ୍ତି ଆତଙ୍କବାଦୀ। ସବୁଠୁ ବଡ଼ କଥା ହେଉଛି ଏପରି ଗୁଳି ଚୀନ (Chinese Steel Bullet) ଦ୍ୱାରା ନିର୍ମାଣ କରାଯାଉଛି। ଆତଙ୍କୀ ଗୋଷ୍ଠୀ ନିକଟରେ ଚୀନ ନିର୍ମିତ ଗୁଳି ପହଞ୍ଚିବା ଭାରତୀୟ ସୁରକ୍ଷା ବାହିନୀ ସାମ୍ନାରେ ଅନ୍ୟ ଏକ ବିପଦ ଭାବେ ଉଭା ହୋଇଛି।
ଅନନ୍ତନାଗ ଆକ୍ରମଣ ଘଟଣାରେ ୫ ଜଣ ସିଆରପିଏଫ (CRPF) ଯବାନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପ୍ରତିକ୍ରିୟା ରଖି ସିଆରପିଏଫ ପକ୍ଷରୁ କୁହାଯାଇଥିଲା ସମସ୍ତ ମୃତକ ଯବାନ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିଲେ। ମାତ୍ର ସୁରକ୍ଷା ବଳୟ ଭେଦ କରିବା ପରେ ସେମାନଙ୍କ ଶରୀର ଗୁଳିବିଦ୍ଧ ହୋଇଯାଇଥିଲା।
Also Read: ବିଜୁଳି ପ୍ରଦାନ ବାହାନାରେ ପାକିସ୍ତାନକୁ ଚୂନ ଲଗାଇଲା ଚୀନ
ଆକ୍ରମଣ ଭିଆଇବା ଲାଗି ଆତଙ୍କୀ ଗୋଷ୍ଠୀ ଚୀନ ନିର୍ମିତ ଷ୍ଟିଲ ଗୁଳି ବ୍ୟବହାର କରିବା ଭାରତୀୟ ସୁରକ୍ଷା ବଳ ଲାଗି ଏବେ ଏକ ସତର୍କ ଘଣ୍ଟି ଭାବେ ଉଭାହୋଇଛି। କାରଣ ବର୍ତ୍ତମାନ ସୁରକ୍ଷା ବାହିନୀ ବ୍ୟବହାର କରୁଥିବା ବୁଲେଟ ପ୍ରୁଫ୍ ଜ୍ୟାକେଟ ଏପରି ଗୁଳିକୁ ଅଟକାଇବାରେ ବିଫଳ ହୋଇଥିବା ଜଣାପଡୁଛି। ଏହାର ମୁକାବିଲା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଯାଇଛି।
ଏହିକ୍ରମରେ କାଶ୍ମୀର ଉପତ୍ୟାକାରେ ନିୟୋଜିତ ସୈନ୍ୟଙ୍କ ସୁରକ୍ଷା ପାଇଁ ଦ୍ୱାରା ବ୍ୟବହୃତ ହେଉଥିବା ହେଲମେଟ ଏବଂ ଜ୍ୟାକେଟ୍ ଆଦି ଉପକରଣର ନବୀକରଣ କରିବା ପାଇଁ ସେନା ଯୋଜନା ପ୍ରସ୍ତୁତ କରିଛି। ବୁଲେଟ ପ୍ରୁଫ ଜ୍ୟାକେଟ ଭେଦ କରିପାରୁଥିବା ଷ୍ଟିଲ ଗୁଳିକୁ ଆତଙ୍କବାଦୀ ପାକିସ୍ତାନ ସେନା କିମ୍ବା ଗୁଇନ୍ଦା ଏଜେନ୍ସି ଆଇଏସଆଇ ନିକଟରୁ ମିଳିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଗତ ୨୦୧୪ ଡିସେମ୍ବରରୁ ୨୦୧୫ ଜାନୁଆରୀ ମଧ୍ୟରେ ଦେଶର ଉତ୍ତର-ପୂର୍ବ ଭାଗରେ ସକ୍ରିୟ ଥିବା ଉଗ୍ରବାଦୀ ଗୋଷ୍ଠୀଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଭାରତୀୟ ସେନା। ସେତେବେଳେ ମଧ୍ୟ ଏପରି ଗୁଳିଗୋଳା ଜବତ କରାଯାଇଥିଲା। ଅତୀତରେ ଚୀନ ଏହି ଉଗ୍ରବାଦୀ ଗୋଷ୍ଠୀଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଇଦେବାର ପ୍ରମାଣ ଅନେକ ସମୟରେ ମିଳିଛି। ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଉଗ୍ରବାଦୀ ଗୋଷ୍ଠୀ ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନା ପରିଦର୍ଶନ କରିଥିଲା।
Also Read: ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ଭାରତ ସେନାକୁ ନୂତନ ଧରଣର ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ମିଳିପାରେ। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୬୩୯ କୋଟି ଟଙ୍କା ବ୍ୟୟରେ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କ୍ରୟ ପାଇଁ ଚୁକ୍ତି କରିଛି।