ବିଶ୍ୱ ମାନଚିତ୍ରରେ ଏକ ମହାଶକ୍ତି ଭାବେ ଉଭା ହେବାକୁ ଉଦ୍ୟମ ଜାରି ରଖିଛି ଚୀନ | ଏହି କ୍ରମରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ସହ ବିଭିନ୍ନ ଦେଶରେ ନିବେଶ କରୁଛି ଚୀନ | ଏହା ସହିତ ପାରମ୍ପରିକ ମିତ୍ର ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ସହ ଚୀନ-ପାକିସ୍ତାନ ଇକୋନୋମିକ କରିଡରରେ ମଧ୍ୟ ପୁଞ୍ଜି ନିବେଶ କରିଛି ଡ୍ରାଗନ | ମାତ୍ର ସାହା
Trending Photos
ନୂଆଦିଲୀ: ବିଶ୍ୱ ମାନଚିତ୍ରରେ ଏକ ମହାଶକ୍ତି ଭାବେ ଉଭା ହେବାକୁ ଉଦ୍ୟମ ଜାରି ରଖିଛି ଚୀନ | ଏହି କ୍ରମରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ସହ ବିଭିନ୍ନ ଦେଶରେ ନିବେଶ କରୁଛି ଚୀନ | ଏହା ସହିତ ପାରମ୍ପରିକ ମିତ୍ର ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ସହ ଚୀନ-ପାକିସ୍ତାନ ଇକୋନୋମିକ କରିଡରରେ ମଧ୍ୟ ପୁଞ୍ଜି ନିବେଶ କରିଛି ଡ୍ରାଗନ | ମାତ୍ର ସାହାଯ୍ୟ କରିବା ଆଳରେ ପାକିସ୍ତାନକୁ ଝଟକା ଦେଇଛି ଚୀନ | ସବୁଠୁ ଚାଞ୍ଚଲ୍ୟକର ଖବରସ ଏବେ ସାମ୍ନାକୁ ଆସିଛି | ସିପିଇସି ପ୍ରକଳ୍ପରେ ନିବେଶ କରିବା ବଦଳରେ ପାକିସ୍ତାନକୁ ପ୍ରାୟ ୬୩୦ ଆମେରିକୀୟ ଡଲାରର ଚୂନ ଲଗାଇଛନ୍ତି ଚାଇନିଜ ପୁଞ୍ଜିପତି | ଏଥିପାଇଁ ଚୀନରେ ପ୍ରସ୍ତୁତ ହୋଇଥିଲା ଯୋଜନା |
ସିପିଇସିରେ ହୋଇଥିବା ଘୋଟାଲାରେ ଚୀନ ବିଜୁଳି ଉତ୍ପାଦକ କମ୍ପାନୀ ହୁଆନେଙ୍ଗ ଶାଣ୍ଡୋଙ୍ଗ ରୁଇ ଏନର୍ଜି ଏବଂ ପୋର୍ଟ କାସିମ୍ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ଲିମିଟେଡ୍ ସାମିଲ ଥିବାର ଖବର ମିଳୁଛି | ଏ ପ୍ରକଳ୍ପର ବିଜୁଳି ପରିଯୋଜନା ଦାୟିତ୍ୱରେ ଏହି ଦୁଇ କମ୍ପାନୀକୁ ମିଳିଛି | ସିପିଇସି ପ୍ରୋଜେକ୍ଟ ପାଇଁ ଜାରି ହୋଇଥିବ ମାନକ ପ୍ରକ୍ରିୟା ଉଲଂଘନ କରିଛନ୍ତି ଏହି ଦୁଇ ଚାଇନିଜ ପ୍ଲାଣ୍ଟ | ଅଧିକ ଲାଭ ପାଇବା ଆଶାରେ କମ୍ପାନୀ ଦ୍ୱୟ ୫୦- ୭୦ ପ୍ରତିଶତ ମୁନାଫା କମାଇଛନ୍ତି | ଯାହାକୁ ପାକିସ୍ତାନର ସାଧାରଣ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଛି |
ପାକିସ୍ତାନର ଅର୍ଥନୈତିକ ରାଜଧାନୀ କରାଚୀରେ ୟୁନିଟ ପିଛା ବିଜୁଳି ଦର ରହିଛି ୧୭.୬୯ ଟଙ୍କା | ଇଲେକଟ୍ରିକ ବିଲ ଆକାଶଛୁଆଁ ହେବା ପରେ ଏହାର ଯାଞ୍ଚ କରିବାକୁ ଆଦେଶ ଦେବା ପାଇଁ ବାଧ୍ୟ ହୋଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ଦେଶରେ ବଡ ଧରଣର ବିଜୁଳି ଘୋଟାଲା ହୋଇଥିବା ନେଇ ଜଣା ପଡିଥିଲା | ପାକିସ୍ତାନରୁ ଚୀନ ବିଜୁଳି ଚୋରୀ କରୁଥିବା ନେଇ ଜଣା ପଡିଥିଲା |
ବହୁ ପ୍ରତୀକ୍ଷିତ ସିପିଇସି ପ୍ରୋଜେକ୍ଟ ସହ ପାକିସ୍ତାନ ସେନା ଅଧିକାରୀଙ୍କ ଘନିଷ୍ଠ ସମ୍ପର୍କ ରହିଛି | ଅବସରପ୍ରାପ୍ତ ପାକିସ୍ତାନୀ ସେନା ଅଧିକାରୀ ଜେନେରାଲ ଅସୀମ ସଲିମ ବାଜୱା ସିପିଇସି ପ୍ରାଧିକରଣର ଅଧ୍ୟକ୍ଷ ଅଛନ୍ତି |
ଚୀନ କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ଇନରାନ ସରକାର | ଏହା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ପ୍ରସାରଣ ସହାୟକ ହେଉଛନ୍ତି ଜେନେରାଲ ବାଜୱା | ଏ ଘଟଣା ଯେପରି ସାର୍ବଜନୀନ ନହୁଏ ତାହା ଉପରେ ଗୁରୁତ୍ୱ ଦେବେ ସେ |