ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!
Advertisement
Article Detail0/zeeodisha/odisha763464

ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!

ଯଦି ଏହି ସ୍ୱାଧିନ ଦେଶକୁ ଦଖଲ କରିବା ଲାଗି ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ୟୁଏସଏର ଆକ୍ରୋଶରୁ ବର୍ତ୍ତି ପାରିବ ନାହିଁ ଚୀନ ।

ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!

ନୂଆଦିଲ୍ଲୀ: ବିସ୍ତାରବାଦ ଆଭିମୁଖ୍ୟ କାରଣରୁ ସବୁବେଳେ ବିବାଦଘେରରେ ରହୁଥିବା ଚୀନ (China) ଅର୍ଥାତ ଡ୍ରାଗନ (Dragon) ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ । ସୀମା ବିବାଦ (Border Dispute) ଅଥବା ଅନ୍ୟ ଦେଶର ଜମିକୁ ବେଆଇନ ଭାବେ ଦଖଲ କରିବାକୁ ନେଇ ଚୀନ ସହ ପ୍ରାୟ ୧୮ଟି ଦେଶ ମୁହାଁମୁହିଁ ହୋଇଛନ୍ତି । ଚୀନର ଏହି ବିସ୍ତାରବାଦୀ ଆଭିମୁଖ୍ୟର ଏକ ଜ୍ୱଳନ୍ତ ଉଦାହରଣ ସଦ୍ୟ ଉତ୍ତୋଳିତ ହୋଇଥିବା ସାଟେଲାଇନ ଫଟୋ (Satelite Photo) ମାଧ୍ୟମରେ ସ୍ପଷ୍ଟ ହୋଇଛି ।     

fallback

ଏହି ଫଟୋରୁ ଜଣାପଡିଛି ଚୀନ ପଡୋଶୀ ମଙ୍ଗୋଲିଆ (Mangolia) ଠାରେ ଏକ ମିଲିଟାରୀ ଟ୍ରେନିଂ କମ୍ଲେକ୍ସ (Military Trainning Complex) ନିର୍ମାଣ କରିଛି । ଯେଉଁଥିରେ ତାଇୱାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର (Taiwan President Office) ପ୍ରତିକୃତ୍ତି ନିର୍ମାଣ କରାଯାଇଛି । ମଙ୍ଗୋଲିଆରେ ଚୀନ ଏପରି ପ୍ରତିକୃତ୍ତି ନିର୍ମାଣ କରିବାର କାରଣ କ'ଣ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲାଣି । ତାଇୱାନ ଉପରେ ଆକ୍ରମଣ କରିବା ଲାଗି ଡ୍ରାଗନ ପ୍ରସ୍ତୁତି ଆରମ୍ଭ କରିଦେଲାଣି ।          

fallback

ଯଦି ଏହି ସ୍ୱାଧିନ ଦେଶକୁ ଦଖଲ କରିବା ଲାଗି ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States America) ଆକ୍ରୋଶରୁ ବର୍ତ୍ତି ପାରିବ ନାହିଁ ଚୀନ ।  ଏହା ସହିତ ତାଇୱାନ ସମର୍ଥନରେ ୟୁଏସଏ ନେତୃତ୍ୱାଧିନ ନାଟୋ ଦେଶ (NATO Country Member) ଚୀନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଛାଇବେ ନାହିଁ ।     

fallbackପୂର୍ବରୁ ନିଜର ସାମର୍ଥ୍ୟ ଅନୁସାରେ ଚୀନର ମୁକାବିଲା କରିବା ଜାରିରଖିଛି ତାଇୱାନ । ନିକଟ ଅତୀତରେ ଦେଶର ବାୟୁସୀମା ମଧ୍ୟକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଚୀନ ଯୁଦ୍ଧ ବିମାନ (Chinese Fighter Jet)  ବିରୁଦ୍ଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତାଇୱାନ ସେନାବାହିନୀ (Taiwan Army) । ଭୁଲ ନୀତି କାରଣରୁ ଚୀନ ଭଳି ଏକ ବଡ ଦେଶ ତାଇୱାନ ଭଳି ଏକ କ୍ଷୁଦ୍ର ରାଷ୍ଟ୍ରର ମୁକାବିଲା କରିବାରେ ସଫଳ ହୋଇନାହିଁ । ଯଦି ଏହି ଦ୍ୱୀପ ରାଷ୍ଟ୍ରକୁ ଦଖଲ କରିବା ପାଇଁ ଚୀନୀ ସେନା (Chinese Troop) ଅର୍ଥାତ ଡ୍ରାଗନ ଆର୍ମୀ (Dragon Army) ଆକ୍ରମଣ କରେ ତାହେଲେ ଏହା ଚୀନକୁ ବେଶ ମହଙ୍ଗା ପଡିବ ।