Uzbekistan Children Deaths: ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଉ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀକୁ ଦାୟୀ କରିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି।
Trending Photos
Uzbekistan Children Deaths: ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଉ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀକୁ ଦାୟୀ କରିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି। ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଏହି ଅଭିଯୋଗ ପରେ ଭାରତ ସରକାରଙ୍କ ଦ୍ବାରା କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ କୁହାଯାଇଥିଲା ଯେ ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଅନେକ ପିଲାଙ୍କୁ ଡକ -୧ ମ୍ୟାକ୍ସ ଟାବଲେଟ୍ ଏବଂ ସିରପ୍ ଦିଆଯାଇଥିଲା, ଯାହା ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନୂମନା ଯାଞ୍ଚରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବେ ଗଣାଯାଏ । ତେଣୁ ଏହାକୁ ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି ।ଏହା ଛଡା ଆଣ୍ଟି କୋଲ୍ଡ ଭାବେ ବ୍ୟବହୃତ ଭାରତୀୟ କମ୍ପାନୀର ଏହି ଔଷଧରେ ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଡୋଜ ଥିବା ଦାବି କରାଯାଇଛି ।
ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ ଦଳ ମଙ୍ଗଳବାର ଉତ୍ତରପ୍ରଦେଶ ଡ୍ରଗ୍ ଲାଇସେନ୍ସ ପ୍ରାଧିକରଣ ନିକଟକୁ ଯାଇ ଉତ୍ତର ପ୍ରଦେଶର କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ ଦଳ ଏବଂ ରାଜ୍ୟ ଡ୍ରଗ୍ ନିୟାମକ ଦଳ ମିଳିତ ଔଷଧର ନମୁନା ସଂଗ୍ରହ ପାଇଁ ମିଳିତ ଯାଞ୍ଚ କରିଥିଲେ। ରାଜ୍ୟ ଡ୍ରଗ୍ସ ନିୟାମକ ପ୍ରାଧିକରଣର ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି।
ଉତ୍ତରପ୍ରଦେଶ ଡ୍ରଗ୍ସ ନିୟନ୍ତ୍ରଣ ଏବଂ ଲାଇସେନ୍ସ ପ୍ରାଧିକରଣର ଡେପୁଟି କମିଶନର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦିଆଯାଇ ନାହିଁ। ଏହି ବିଷୟରେ ଅବଗତ ଥିବା ଲୋକମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ମାରିଅନ୍ ବାୟୋଟେକ୍ ର ନୋଏଡା ଭିତ୍ତିକ ଉତ୍ପାଦନ ୟୁନିଟ୍ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ରପ୍ତାନି ହୋଇଥିବା କଫ ସିରପ ବ୍ୟାଚରୁ ନମୁନା (କଞ୍ଚାମାଲ ସମେତ) ଉଠାଯାଇଛି। ଏହି ପରୀକ୍ଷା କେନ୍ଦ୍ର ସରକାରୀ ଲାବୋରେଟୋରୀରେ କରାଯିବ ଏବଂ ପରୀକ୍ଷା ରିପୋର୍ଟ ଆସିବା ପରେ ସମ୍ପର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।
ଏହାବି ପଢନ୍ତୁ : Sushant Singh Rajput: ସୁଶାନ୍ତ ସିଂ ମୃତ୍ୟୁ ମାମଲା , ବିବେକ ଅଗ୍ନିହୋତ୍ରୀ ଦେଲେ ବଡ ବୟାନ୍