ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ
Advertisement
Article Detail0/zeeodisha/odisha715727

ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ

ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ ।    

ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ମାଲ ପରିବହନ ହେଉ କିମ୍ବା ଜନସାଧାରଣଙ୍କ ରେଳଯାତ୍ରା ହେଉ ସବୁ ସମୟରେ ଆଉ ସବୁ ପରିସ୍ଥିତିରେ ସେବା ଯୋଗାଇବାକୁ ତତ୍ପର ରହିଥାଏ ଭାରତୀୟ ରେଳବାଇ । ସାମ୍ପ୍ରତିକ ସ୍ଥିତିରେ ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଯାତ୍ରୀସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ହେଲେ ମାଲ ପରିବହନ ଜାରି ରହିଛି । 

ଏହି କ୍ଷମତାକୁ ବଢାଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ । ପୂ୍ର୍ବାପେକ୍ଷା ଅଧିକ ମାତ୍ରାରେ ମାଲ ପରିବହନ କ୍ଷମତାକୁ ବଢାଇବା ଲାଗି ରେଳବାଇର ସମସ୍ତ ଜୋନ ଏବଂ ଡିଭିଜନରେ(Railway Zone & Division) ବିଜନେସ ଡେଭଲପମେଣ୍ଟ ୟୁନିଟ-ବିଡିୟୁ(Business Development Unit-BDU) ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରେଲୱେର ପ୍ରତ୍ୟେକ ଜୋନ ଏବଂ ଡିଭିଜନରେ ବିଡିୟୁ ପକ୍ଷରୁ ବ୍ୟବସାୟ ଅଧିଗ୍ରହଣ ଯୋଜନା ପ୍ରସ୍ତୁତ କରାଯିବ । ଏହାର କାର୍ଯ୍ୟ କିପରି ଭାବେ କରାଯାଉଛି ତାହାର ସମୀକ୍ଷା ରେଲୱେ ବୋର୍ଡ ଚେୟାରମ୍ୟାନଙ୍କ ଦ୍ୱାରା କରାଯିବ। ରେଳବାଇ ଆସନ୍ତା ୨-୩ ବର୍ଷ ମଧ୍ୟରେ ମାଲ ପରିବହନ କ୍ଷମତାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ସମ୍ପ୍ରତି ରେଳବାଇକୁ କେବଳ ୯ଟି ଟ୍ରାଫିକରୁ ଅଧିକ ଲାଭ ମିଳୁଛି। ଲୁହାପଥର, ଇସ୍ପାତ, କୋଇଲା, ଖାଦ୍ୟଶସ୍ୟ, ସାର ଆଦି ଦ୍ରବ୍ୟର ପରିବହନ ବେଶ ଲାଭ କମାଇଛି ରେଳବାଇ।