୧୭ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
Advertisement

୧୭ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଏପର୍ଯ୍ୟନ୍ତ ୧୭ଲକ୍ଷ ୫୦ ହଜାର ୭୨୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୭ ହଜାର ୩୬୪ ଜଣଙ୍କ ମୃତ୍ୟୁ ହେଲାଣି ।

 ୧୭ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କୋରୋନା । ମୃତ୍ୟୁ ସଂଖ୍ୟା ୩୭ ହଜାର ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୫୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୧୭ଲକ୍ଷ ୫୦ ହଜାର ୭୨୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୭ ହଜାର ୩୬୪ ଜଣଙ୍କ ମୃତ୍ୟୁ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଲକ୍ଷ ୪୫ ହଜାର ୬୩୦ ଜଣ ସୁସ୍ଥ ହେଲେଣି । ଏବେ ୫ଲକ୍ଷ ୬୭ ହଜାର ୭୩୦ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ  ୧କୋଟି ୮୦ଲକ୍ଷ ୧୩ ହଜାର ୨୩୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୬ଲକ୍ଷ ୮୮ ହଜାର ୭୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେଣି । ଏବେ ସୁଦ୍ଧା ୧କୋଟି ୧୩ ଲକ୍ଷ ୨୬ ହଜାର ୪୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ୫୯ଲକ୍ଷ ୯୮ ହଜାର ୮୦ଟି ଆକ୍ଟିଭ କେସ ରହିଛି । 

କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ଲକ୍ଷ ପାର କଲାଣି । ସେହିପରି ୧ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । 
ସଂକ୍ରମଣ ତାଲିକାରେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷ ପାର କରିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ଲକ୍ଷ ଛୁଇଁବାକୁ ବସିଲାଣି । ଆମ ଦେଶ ଭାରତ ଟପ୍-୩ରେ ରହିଛି । ତେବେ ବର୍ତ୍ତମାନ ଦେଶରେ ଯେୁଁ ଗତିରେ କୋରୋନା ସଂକ୍ରମଣ ହେଉଛି, ଖୁବଶୀଘ୍ର ବ୍ରାଜିଲକୁ ଅତିକ୍ରମ କରିବାର ଆଶଙ୍କା ପ୍ରକାଶ ପାଇଲାଣି ।