ଭାରତ-ଚୀନ ବିବାଦ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବାତିଲ
Advertisement
Article Detail0/zeeodisha/odisha698212

ଭାରତ-ଚୀନ ବିବାଦ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବାତିଲ

ଭାରତ-ଚୀନ ବିବାଦକୁ ନଜରରେ ରଖି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବାତିଲ କରାଯାଇଛି | 

ଭାରତ-ଚୀନ ବିବାଦ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବାତିଲ

ଅଯୋଧ୍ୟା: ଲଦାଖର ଗଲୱାନ ଉପତ୍ୟାକାରେ ଜୁନ ୧୫-୧୬ ମଧ୍ୟରାତ୍ରୀରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣା ପରଠୁ ଦେଶରେ ଆକ୍ରୋଶର ମାହୋଲ ରହିଛି | ଡ୍ରାଗନ ସେନା ବିରୁଦ୍ଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଛିଠି | ଏହି ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ୪୩ ଚୀନ ସୈନ୍ୟ ମୃତାହତ ହୋଇଥିଲେ |  

ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ବିବାଦକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବର୍ତ୍ତମାନ ବାତିଲ କରାଯାଇଛି | ଏନେଇ କୁହାଯାଇଛି ଦେଶ ରକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ଖୁବ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଏକ ନୂଆ ତାରିଖ ଘୋଷଣା କରାଯିବ | 

ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଥିବା ଅନିଲ ମିଶ୍ର କହିଛନ୍ତି ଭାରତ-ଚୀନ ବିବାଦ ପରେ ଦେଶରେ ସୃଷ୍ଟି ହୋଇଥିବା ଆକ୍ରୋଶପୂର୍ଣ୍ଣ ମାହୋଲକୁ ନଜରରେ ରଖି ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି | ଏହାକୁ ପୁନର୍ବାର ଆରମ୍ଭ କରିବା ନେଇ  ପ୍ରୟାସ କରାଯିବ |       

ଭାରତ-ଚୀନ ବିବାଦକୁ ଦୃଷ୍ଟିରେ ଜୁନ ୧୯ ତାରିଖ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏ ଘଟଣା ପରେ ଅଯୋଧ୍ୟାରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଚୀନ ବିରୁଦ୍ଧରେ ପ୍ରତିବାଦ କରାଯାଉଛି | ଏପରିକି ଚୀନ ରାଷ୍ଟ୍ରପତିଙ୍କ ପ୍ରତିକୃତ୍ତି ଏବଂ ପତାକା, ଚୀନ ନିର୍ମିତ ଉତ୍ପାଦକୁ ପୋଡାଜଳା କରିଛନ୍ତି |   

ଶୁକ୍ରବାର ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁରେ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସମବେଦନା ଜଣାଇଛନ୍ତି | ଏନେଇ ଆମେରିକା ପକ୍ଷରୁ ଗୁରୁବାର କୁହାଯାଇଛି ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି | ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ଋଷିଆ ଭାରତକୁ ସମର୍ଥନ ଜଣାଇଛି |