Advertisement
Article Detail0/zeeodisha/odisha702071
Zee OdishaOdisha National-Internationalକେବଳ ରେଳ ନୁହେଁ, ବିମାନ ସେବାକୁ ନେଇ ମଧ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

କେବଳ ରେଳ ନୁହେଁ, ବିମାନ ସେବାକୁ ନେଇ ମଧ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ଭାରତରୁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ କରିବ ନାହିଁ ।

କେବଳ ରେଳ ନୁହେଁ, ବିମାନ ସେବାକୁ ନେଇ ମଧ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତ ବଢ଼ୁଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଶୁକ୍ରବାର ଡିଜିସିଏ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ତେବେ କିଛି ନିର୍ଦ୍ଦିଷ୍ଟ ରୁଟରେ ସ୍ଥିତିକୁ ଦେଖି ଉଡ଼ାଣ ପାଇଁ ଅନୁମତି ମିଳିପାରେ ବୋଲି କହିଛି ଡିଜିସିଏ । ଭାରତରେ କୋରୋନା ମହାମାରୀ କାରଣରୁ ଗତ ୨୩ ମାର୍ଚ୍ଚରୁ ଅନ୍ତର୍ଜାତୀୟ ବିମାନ ସେବା ନିଲମ୍ବନ କରାଯାଇଥିଲା । 

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ଭାରତରୁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ କରିବ ନାହିଁ । ଜୁଲାଇ ୧୫ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ଏହାକୁ ନିଲମ୍ବିତ କରାଯାଇଥିବା ଏଥିରେ କୁହାଯାଇଛି । 

ତେବେ ସ୍ଥିତିକୁ ଆଧାର କରି କିଛି ନିର୍ଦ୍ଦିଷ୍ଟ ରୁଟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଅନୁମତି ମିଳିପାରେ । ଏନେଇ ଡିଜିସିଏ ସ୍ପଷ୍ଟ କରିଛି । 

Add Zee News as a Preferred Source
About the Author