ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ ଅନ୍ତର୍ଜାତୀୟ ବିମାନ, DGCA ବଢ଼ାଇଲା ପ୍ରତିବନ୍ଧକ
Advertisement

ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ ଅନ୍ତର୍ଜାତୀୟ ବିମାନ, DGCA ବଢ଼ାଇଲା ପ୍ରତିବନ୍ଧକ

ମାର୍ଚ୍ଚ ୨୦୨୦ ରେ କୋରୋନା ଭାଇରସ୍ ମହାମାରୀ (Coronavirus In India) ଯୋଗୁଁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପୂର୍ବରୁ ଧାର୍ଯ୍ୟ କରିଥିବା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କହିଛି ଯେ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏହି ପ୍ରତିବନ୍ଧକ ସେହି ଆନ୍ତର୍ଜାତୀୟ କାର୍ଗୋ ବିମାନଗୁଡିକ (International cargo flights) ପାଇଁ ପ୍ରଯୁଜ୍ୟ ହେବ ନାହିଁ ଯାହା ଡିଜିସିଏ (DGCA) ଦ୍ୱାରା ଅନୁମତି ଦିଆଯାଇଛି । ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, କେସ୍-ଟୁ-କେସ୍ ଆଧାରରେ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ମନୋନୀତ ରୁଟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତି ଦିଆଯାଇପାରେ । ମେ' ମାସରେ ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇଥିଲା କିନ୍ତୁ କୋଭିଡ ମାମଲା ବହୁ ସଂଖ୍ୟାରେ ମିଳୁଥିବାରୁ ଆନ୍ତର୍ଜାତୀୟ ଯାତ୍ରା ସୀମିତ କରାଯାଇଥିଲା ।

କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୦୨୦ ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ମେ ୨୦୨୦ ରେ ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇଥିଲା କିନ୍ତୁ କୋଭିଡ ମାମଲା ବହୁ ସଂଖ୍ୟାରେ ମିଳୁଥିବାରୁ ଆନ୍ତର୍ଜାତୀୟ ଯାତ୍ରା ସୀମିତ କରାଯାଇଥିଲା । ମାର୍ଚ୍ଚ ୨୦୨୦ ଠାରୁ ଡିଜିସିଏ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକକୁ ଅନେକ ଥର ବୃଦ୍ଧି କରିଛି । ଗତ ବର୍ଷ କୋଭିଡ କାରଣରୁ ଭାରତ ସରକାର ପୃଥିବୀର ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । କୋଭିଡର ନୂତନ ଭାରିଏଣ୍ଟ ମିଳିବା ଯୋଗୁଁ ଆନ୍ତର୍ଜାତୀୟ ଯାତ୍ରା ପ୍ରାୟ ବିଶ୍ୱରେ ବନ୍ଦ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: PF Account: ଇନଆକ୍ଟିଭ PF ଆକାଉଣ୍ଟରୁ ମଧ୍ୟ ଉଠାଯାଇପାରିବ ଟଙ୍କା, ଜାଣନ୍ତୁ କିପରି

ଭାରତରେ କୋରୋନାର ସ୍ଥିତି?
ଉଲ୍ଲେଖନୀୟ କଥା ହେଉଛି ଗୋଟିଏ ଦିନରେ ଭାରତରେ କୋଭିଡ -୧୯ ର ୪୫,୯୫୧ ନୂତନ ମାମଲା ଆସିବା ସହିତ କୋରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୩,୦୩,୬୨,୮୪୮ ରେ ପହଞ୍ଚିଥିବାବେଳେ  କ୍ରମାଗତ ତୃତୀୟ ଦିନ ପାଇଁ ଗୋଟିଏ ଦିନରେ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ୧୦୦୦ ରୁ କମ୍ ରହିଥିଲା । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୮୧୭ ଜଣଙ୍କର ମୃତ୍ୟୁ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୩,୯୮,୪୫୪ କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ କରୋନା ଭୂତାଣୁ ଯୋଗୁଁ ପ୍ରାଣ ହରାଇଥିବା ଏହି ସଂଖ୍ୟା ୮୧ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । 

ଅଧିକ ପଢ଼ନ୍ତୁ: କ’ଣ ଏହି ନକଲି କୋଭିଡ ଭ୍ୟାକ୍ସିନେସନ, କିପରି ଚିହ୍ନଟ କରିପାରିବେ ଏକ ନକଲି ସେଣ୍ଟର?

ସକାଳ ୭ ଟା ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୩୩.୨୮ କୋଟି ଟିକା ଦିଆଯାଇଛି । ସକାଳ ୮ ଟା ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫,୩୭,୦୬୪ କୁ ଖସି ଆସିଛି ଯାହା ସମୁଦାୟ ସଂକ୍ରମଣର ୧.୭୭ ପ୍ରତିଶତ ଥିବାବେଳେ କୋଭିଡ -୧୯ ରୁ ରିକଭରୀ ହାର ୯୬.୯୨ ପ୍ରତିଶତ ଅଟେ ।