Israel: ଇସ୍ରାଏଲ୍‍ ନିର୍ମାଣରେ ସହାୟତା ପାଇଁ ୬ ହଜାର ଭାରତୀୟ
Advertisement

Israel: ଇସ୍ରାଏଲ୍‍ ନିର୍ମାଣରେ ସହାୟତା ପାଇଁ ୬ ହଜାର ଭାରତୀୟ

Israel (ଭୁବନେଶ୍ୱର): ଇସ୍ରାଏଲ୍‍ର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସହାୟତା କରିବା ପାଇଁ  ୬ ହଜାର ଭାରତୀୟ ନିଯୁକ୍ତ ହୋଇଛନ୍ତି। ସେମାନେ ଖୁବ୍‍ ଶୀଘ୍ର ଏପ୍ରିଲ୍‍ରୁ ମେ’ମାସ ମଧ୍ୟରେ ଇସ୍ରାଏଲ୍‍ ପହଞ୍ଚିବେ ବୋଲି ସେଠାକାର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। 

ସୌଜନ୍ୟ-ସୋସିଆଲ୍ ମିଡିଆ

Israel (ଭୁବନେଶ୍ୱର): ଇସ୍ରାଏଲ୍‍ର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସହାୟତା କରିବା ପାଇଁ  ୬ ହଜାର ଭାରତୀୟ ନିଯୁକ୍ତ ହୋଇଛନ୍ତି। ସେମାନେ ଖୁବ୍‍ ଶୀଘ୍ର ଏପ୍ରିଲ୍‍ରୁ ମେ’ମାସ ମଧ୍ୟରେ ଇସ୍ରାଏଲ୍‍ ପହଞ୍ଚିବେ ବୋଲି ସେଠାକାର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦୀର୍ଘଦିନ ଧରି ଇସ୍ରାଏଲ୍‍-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିବା କାରଣରୁ ଇସ୍ରାଏଲରେ ବର୍ତ୍ତମାନ ଶ୍ରମିକ ଅଭାବ ଦେଖା ଦେଇଛି। ଏହିକ୍ରମରେ ଭାରତରୁ ଦକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେବା ଲାଗି ଇସ୍ରାଏଲ ସରକାର ଭାରତକୁ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ତାହା ସଫଳତା ରୂପ ନେବାକୁ ଯାଉଛି। 

ALSO READ: Indian army: ୨୬ ଦେଶରେ ଭାରତୀୟ ସେନା, ଇଥିଓପିଆକୁ ଫେରିଲା ସେନା

ଶ୍ରମିକଙ୍କୁ ଆଣିବା ଲାଗି ଇସ୍ରାଏଲ୍‍ ସରକାର ରିହାତି ଦରରେ ସ୍ୱତନ୍ତ୍ର ବିମାନ ସେବା ଉପଲବ୍‍ଧ କରାଇବେ। ଇସ୍ରାଏଲର ବିଭିନ୍ନ ନିର୍ମାଣ ଶିଳ୍ପରେ ମୁଖ୍ୟତଃ ପାଲେଷ୍ଟାଇନ୍‍ ଶ୍ରମିକ କାର୍ଯ୍ୟ କରି ଥାଆନ୍ତି। ସେମାନଙ୍କ ସଂଖ୍ୟା ଯୁଦ୍ଧ ପୂର୍ବରୁ ୮୦ ହଜାର ଥିଲା। ଯୁଦ୍ଧ ଯୋଗୁ ସେମାନେ ଦେଶ ଛାଡ଼ିଛନ୍ତି। ଇସ୍ରାଏଲ୍ ସରକାର ଆଉ ସେମାନଙ୍କୁ ଦେଶରେନ ନିଯୁକ୍ତି ଦେବାକୁ ଚାହୁଁ ନାହାନ୍ତି ତେଣୁ ସମସ୍ୟା ଉପୁପଜିଥିବା କୁହାଯାଇଚି। ଏହି ସମସ୍ୟାର ମୁକାବିଲା ଲାଗି ଇସ୍ରାଏଲ୍‍ ସରକାର ଭାରତ ସମେତ ଶ୍ରୀଲଙ୍କା, ଚୀନ୍‍ ଓ ପୂର୍ବ ୟୁରୋପୀୟ ଦେଶ ସହ ଚୁକ୍ତି କରିଛନ୍ତି।