IPL 2020: ଆଜି ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ DC-KXIP
Advertisement

IPL 2020: ଆଜି ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ DC-KXIP

ରବିବାର ଦିଲ୍ଲୀ ବିପକ୍ଷରେ ଅଭିଯାନ କରିବ ପଞ୍ଜାବ । 

ଫଟୋ ସୌଜନ୍ୟ: @IPL

ଆବୁଧାବି: IPL 2020 ୧୩ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି ସନ୍ଧ୍ୟାରେ ପରସ୍ପରକୁ ଭେଟିବେ କିଙ୍ଗ୍ସ ଏକାଦଶ ପଞ୍ଜାବ (KXIP-Kings XI Punjab) ଦିଲ୍ଲୀ କ୍ୟାପିଟାଲ୍ସ (DC-Delhi Capitals)। ଆବୁଧାବିସ୍ଥିତ ଆନ୍ତାର୍ଜତୀୟ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଶ୍ରେୟାସ ଆୟାର ନେଉଥିବା ବେଳେ, କ୍ୟାପଟେନ କେଏଲ ରାହୁଲଙ୍ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ କିଙ୍ଗ୍ସ ଏକାଦଶ ପଞ୍ଜାବ ।

ରବିବାର ଦିଲ୍ଲୀ ବିପକ୍ଷରେ ଅଭିଯାନ କରିବ ପଞ୍ଜାବ । କେବେ ଆଇପିଏଲ ଟାଇଟଲ ହାତେଇନଥିବା ପଞ୍ଜାବ ଦଳ ଏକ ଶକ୍ତି ଜୁଟାଇ ରାହୁଲ, ମୟଙ୍କ ଅଗ୍ରୱାଲ, ମହମ୍ମଦ ଶାମି, କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସୱେଲ, ଶେଲଡନ କୋଟ୍ରେଲ, ଜିମି ନିଶାମଙ୍କ ସହଯୋଗରେ ଲଢେଇ କରିବ । ଅନ୍ୟପଟେ ଦିଲ୍ଲୀ ଆର.ଅଶ୍ୱିନୀ, ଅମିତ ମିଶ୍ରା, ଅକ୍ସର ପଟେଲଙ୍କ ଆଦି ଖେଳାଳୀଙ୍କ ସହ ମୈଦାନରେ ପଞ୍ଜାବକୁ ଭେଟିବ । 

2019 IPL Season ର ଶେଷ ୫ଟି ମ୍ୟାଚରୁ ୪ଟିରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଜିତିଥିବା ବେଳେ, ଦିଲ୍ଲୀ କ୍ୟାପିଟାଲ୍ସ କେବଳ ଗୋଟିଏରେ ହିଁ ବାଜିମାତ କରିଛି । ଚଳିତ ସଂସ୍କରଣରଲ ଦ୍ୱିତୀୟ ମ୍ୟାଚ ଆବୁଧାବିସ୍ଥିତ(Abudhabi) ଶେଖ ଜାୟଦ ଷ୍ଟାଡିୟମ ଠାରେ ଖେଳାଯିବ (Sheikh Zayed Stadium)। 

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟସ୍ ଆୟର (ଅଧିନାୟକ), ରବିଚନ୍ଦ୍ରନ୍ ଅଶ୍ୱିନ୍, ଶିଖର ଧାୱନ, ପୃଥି ଶ, ଶିମ୍ରନ୍ ହେଟମିୟର, କାଗିସୋ ରାବାଡା, ଅଜିଙ୍କ୍ୟ ରାହାନେ, ଅମିତ ମିଶ୍ର, ଋଷଭ ପନ୍ତ (ୱିକେଟ କିପର), ଇଶାନ୍ତ ଶର୍ମା, ଅକ୍ସର ପଟେଲ, ସନ୍ଦୀପ ଲାମିଚାନେ, କୀମୋ ପାଲ, ଡାନିଏଲ ସାମ୍ସ, ମୋହିତ ଶର୍ମା, ଅନରିଚ୍ ନର୍ଟେଜେ, ଆଲେକ୍ସ କେରି (ୱିକେଟ କିପର), ଆଭେଶ ଖାନ, ତୁଶର ଦେଶପାଣ୍ଡେ, ହର୍ଷଲ ପଟେଲ, ମାର୍କସ ଷ୍ଟୋଇନିସ, ଲଲିତ ଯାଦବ। 

ପଞ୍ଜାବ କିଙ୍ଗ୍ସ ଏକାଦଶ 

କେଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ସେଲଡନ କୋଟରେଲ, କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସୱେଲ, ମହମ୍ମଦ ଶାମି,  ମୁଜିବ ଉର ରେହମାନ, କରୁଣ ନାୟାର, ଜେମ୍ସ ନିସାମ, ନିକୋଲାସ ପୋରାନ(ୱିକେଟ କିପର), ଇସାନ ପୋରେଲ,  ଅର୍ଶଦୀପ ସିଂହ, ମୁରୁଗାନ ଅଶ୍ୱିନୀ, କ୍ରିଷ୍ଣପ୍ପାସ ଗୌତମ, ହରପ୍ରୀତ ବ୍ରାର, ଦୀପକ ହୁଦା, କ୍ରିସ ଜୋର୍ଡାନ, ସର୍ଫରାଜ ଖାନ,  ମନଦୀପ ସିଂହ,  ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋୟୀ, ସିମରନ ସିଂହ(ୱିକଟେ କିପର), ଜଗଦୀଶା ସୁଚିଥ, ତାଜିନ୍ଦର ସିଂହ, ହାରଦୁସ ଭିଲଜୋଏନ ।