ପାଣ୍ଡିଆନ୍ଙ୍କୁ ପୋଲିସ୍ର ସମନ ପ୍ରସଙ୍ଗରେ ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପାଣ୍ଡିଆନ ଏବେ କାଠଗଡ଼ାରେ, ତାଙ୍କୁ ଉତ୍ତର ଦେବାକୁ ହେବ ।
ପାଣ୍ଡିଆନଙ୍କୁ ଏସିପି ଜୋନ୍-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ମାମଲା ସମ୍ପର୍କିତ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଆଦି ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭେନେଜୁଏଲାରେ ପହଞ୍ଚି ପାଣ୍ଡିଆନ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସେ ସେଠାରେ କାର୍ଯ୍ୟରତ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ସହ ମଧ୍ୟ ଆଲୋଚନା କରି ଉଦ୍ଧାର, ରିଲିଫ, ପୁନର୍ବାସ ଓ ଦୀର୍ଘମିଆଦି ବିପଦ ପ୍ରଶମନ ବ୍ୟବସ୍ଥା ସମ୍ପର୍କରେ ମତାମତ ବିନିମୟ କରିଛନ୍ତି।
ପ୍ରଭାତ କହିଛନ୍ତି ଯେ, ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି ।
ରାଜ୍ୟରେ ୨୪ ବର୍ଷରୁ ଅଧିକ ସମୟ ଶାସନରେ ରହି ଗଣତନ୍ତ୍ରର ସଂଖ୍ୟା ଗଣିତରେ ଫେଲ ମାରିବା ପରେ ହଠାତ୍ ବିଜୁ ଜନତା ଦଳ ଭୁଶୁଡ଼ିବା ଭୟ ସୃଷ୍ଟି ହୋଇଛି। କାରଣ ଯେଉଁ ମେରୁଦଣ୍ଡ ଦଳର ଶୀର୍ଷ ନେତାଙ୍କୁ ମୁଣ୍ଡାଇଥିଲେ ସେ ଚକ୍ରାନ୍ତ କରି ଦଳର ରାଜନୀତିକ ନେତାଙ୍କୁ ତଳି ତଳାନ୍ତ କରିଥିବା ଅଭିଯୋଗ ହୋଇଛି। ଆଉ ସେଇ ଅଭିଯୋଗ ଏତେ ଉତ୍କଟ ହୋଇଛି ଯେ
BJD MLAs Suspension Row: ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ବିଜୁ ଜନତା ଦଳରୁ ନିଲମ୍ବନ ପରେ ରାଜ୍ୟ ରାଜନୀତି ଉଷ୍ମ ରହିଛି। ଏହି ଦୁଇ ବିଧାୟକ ନିଲମ୍ୱନକୁ ନେଇ ବିଭିନ୍ନ ରାଜନେତା ମାନେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।
ବଦ୍ରି ସିଧାସଳଖ ଗଣମାଧ୍ୟମରେ କହିଛନ୍ତି ଯେ, ‘ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ଆମ ଦଳ ହାରିଲା’, ଏହା କ’ଣ ନବୀନଙ୍କ ଲୋକପ୍ରିୟତା ନୁହେଁ କି ବୋଲି କହିଲେ ।
ସମ୍ବିତଙ୍କୁ ସମର୍ଥନ କରିବା ସହ ପ୍ରମିଳା କହିଛନ୍ତି ଯେ, ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି । ପାଣ୍ଡିଆନ୍ ଆମ ନେତା ନୁହଁନ୍ତି, ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ ।
ବିଜେଡି ନେତା ସମ୍ବିତ ରାଉତରାୟ ଆଜି ପାଣ୍ଡିଆନଙ୍କ ସମ୍ପର୍କରେ ମନଖୋଲା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏକଦା ନବୀନଙ୍କ ରାଜନୀତିକ ନୋମିନି ଥିବା ପ୍ରଦୀପ ପାଣିଗ୍ରାହୀ ପାଣ୍ଡିଆନ୍ଙ୍କେ ବିରୋଧରେ ସ୍ୱର ଉତ୍ତୋଳନ କଲେ। ବଳିଷ୍ଠ ଯୁକ୍ତି କଲେ। ପାଣ୍ଡିଆନ୍ଙ୍କୁତ ରାସ୍ତା ଘାଟରେ ବିରୋଧ କଲେ। ଏହାର ପରିଣାମ ସ୍ୱରୂପ ବିଜେଡି ତାଙ୍କୁ ୨୯ ନଭେମ୍ବର ୨୦୨୦ରେ ପାର୍ଟିରୁ ବହିଷ୍କାର କରିଦେଲା। ତାଙ୍କ ଝିଅର ବାହାଘର ରୋକିଦେଲେ। ତାଙ୍କ ସମୁଦି ଓ ଜ୍ୟୋଇଁ ହେବାକୁ ଥିବା ବନ୍ଧୁଙ୍କୁ ଗିରଫ କରି ପ୍ରଶାସନ ଜେଲ ହାଜତକୁ ନେଲେ। କିନ୍ତୁ ପରେ ଏସବୁ ରାଜନୀତିକ ଅଭିସନ୍ଧି ବୋଲି ଜଣାପଡ଼ିଲା। ସେମାନେ ମୁକୁଳିଲେ। କିନ୍ତୁ ପ୍ରଦୀପଙ୍କ ପଣରେ ନବୀନଙ୍କ ଗଞ୍ଜାମ ଗଡ଼ ଭାଙ୍ଗିଗଲା।
Shreemayee Mishra: ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ବିଜେଡିରୁ ସସପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ ମିଶ୍ର ବିଜୁ ଜନତା ଦଳର ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଥିଲେ। ସେ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ପ୍ରାର୍ଥୀ ହେବେ ବୋଲି ପ୍ରଚାର କରାଯାଇଥିଲେ ମଧ୍ୟ ତାଙ୍କୁ ଟିକଟ ଦିଆଯାଇନଥିଲା । ଅନେକ ସମୟରେ ତାଙ୍କୁ ଦଳର ଏକ ବଡ ପୋଷ୍ଟ ଦେବାକୁ ନେଇ କୁହାଯାଇଥିଲେ ମଧ୍ୟ ଆଶା ଆଶାରେ ରହିଥିଲା । ଆଉ ତା ପରେ ଆରମ୍ଭ ହୋଇଥିଲା ରୋଷ ।
Shreemayee Mishra: ଭୁବନେଶ୍ୱର: ସର୍ବଦା ନିଜକୁ ପରିଧି ମଧ୍ୟରେ ରଖି ରାଜନୀତି କରୁଥିବା ଶ୍ରୀମୟୀ ମିଶ୍ର ଏବେ କିଛି ଦିନ ହେବ ବେଶ ଆକ୍ରାମକ ରୂପ ଧାରଣ କରିଛନ୍ତି। ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ରାଜନେତାଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରୀମୟୀଙ୍କ ପୋଷ୍ଟ ପରେ ବିଜେଡିରେ ଆଭ୍ୟନ୍ତରୀଣ କମ୍ପନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର: ବିଜେଡିର ମହିଳା ମୋର୍ଚ୍ଚା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବଡ଼ ସଙ୍କଟରେ ପଡ଼ିଛନ୍ତି ବିଜୁ ଜନତା ଦଳର ଅଘୋଷିତ ମୁରବୀ ଭି କେ ପାଣ୍ଡିଆନ୍। ପର୍ଦ୍ଦା ପଛରେ ରହି ନେତାଙ୍କୁ ନଚାଇବାକୁ ଭଲ ପାଉଥିବା ଏହି ନବୀନଙ୍କ ସେବକ ଏବେ ଏଥିରୁ ମୁକୁଳିବା ପାଇଁ ବାଟ ପାଉ ନଥିବା ଚର୍ଚ୍ଚା ହେଉଛି। ରାଜ୍ୟ ବାହାରେ ଥାଇ ଏଥିଲାଗି ବ୍ରହ୍ମାସ୍ତ
ଏଭଳି ଚର୍ଚ୍ଚଲାଗି ବିଜେଡିରେ ଏବେ ପୁଣିଥରେ ବିଦ୍ରୋହ ସ୍ୱର ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି ଏ ବିଦ୍ରୋହ କଣ ଓଡ଼ିଶାବାସୀ ଯାହା ଚାହୁଁଛନ୍ତି ତାହାକୁ ରୂପରେଖ ଦେବାରେ ସହାୟକ ହେବ? ବିଜେଡି ଶାସନରୁ ଅଣ ଓଡ଼ିଆଙ୍କୁ ଦୂରରେ ରଖିପାରିବ? କ’ଣ ପାଣ୍ଡିଆନ୍ ଦମ୍ପତ୍ତି ବିଜୁ ଲିଗାସୀର ଉତ୍ତରାଧିକାରୀ ହୋଇପାରିବେ?
ଭୈରବ-ସୁଜାତାଙ୍କ ଏପରି ଆଚରଣରେ ନବୀନଙ୍କ ସମର୍ଥନକୁ କେନ୍ଦ୍ର କରି ସୋଶାଲ୍ ମିଡିଆରେ ଅନେକ ପ୍ରଚାର ହୋଇଛି। ଏପରିକି ନବୀନଙ୍କ ପୁଅ-ବେୋହୁ ବୋଲି ବି ଚର୍ଚ୍ଚା କରାଯାଇଛି। ଏହାକୁ ପାଣ୍ଡିଆନ୍ ପ୍ରାୟୋଜିତ ବୋଲି ବି ଅଭିଯୋଗ କରାଯାଇଛି।
ଭୁବନେଶ୍ୱର: ପୁଣିଥରେ ରାଜ୍ୟ ରାଜନୀତିରେ ପାଣ୍ଡିଆନ୍ଙ୍କ ଆବିର୍ଭାବ ହୋଇଛି। ଏଥର ଏକୁଟିଆ ନୁହେଁ, ଉଭୟ ପତି-ପତ୍ନୀଙ୍କୁ ନେଇ ରାଜନୀତି ସରଗରମ ହୋଇଛି। ତାଙ୍କୁ ନେଇ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ ରାଜନୀତିକ ରଣଭୂମି ପାଲଟିଛି। ଅଭିଯୋଗ ହୋଇଛି ପାଣ୍ଡିଆନ୍ ଦମ୍ପତ୍ତି ନବୀନଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବିବେଚନା କରୁଛନ୍ତି। ବରି
ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନ ଆସିବାର ଏକ ବର୍ଷ ପୂରିବାକୁ ବସିଛି। ହେଲେ ପରିବର୍ତ୍ତନ ସହ ଖାପ ଖୁଆଇ ପାରୁ ନାହାନ୍ତି ସର୍ବଭାରତୀୟ ସେବା ଅଧିକାରୀ। ଫଳରେ ପ୍ରଥମେ ବଦଳି ପରେ ରାଜ୍ୟରୁ ବାହାରି କେନ୍ଦ୍ର ସେବାକୁ ଆଦରିବାକୁ ପସନ୍ଦ କରିଛନ୍ତି। ଏ ଭିତରେ ୮ ଜଣ ଅଧିକାରୀ କେନ୍ଦ୍ର ଡେପ୍ୟୁଟେସନ୍କୁର ପସନ୍ଦ କରିଥିବା ବେଳେ ଆହୁରି କିଛି ଅଧିକ
V. K. Pandian: ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଭିକେ ପାଣ୍ଡିଆନ। ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କୁ ତାଙ୍କ ସିଭିଲ ସର୍ଭିସ କ୍ୟାରିୟରରୁ ସ୍ୱେଚ୍ଛାକୃତ ଅବସର ନେବା ପରେ 5T ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।
ହେଲେ ଏ ବିଷୟରୁ ସ୍ପଷ୍ଟ ଯେ, ବିଜେଡିର ଅଷ୍ଟ ଯୁବ ନେତା ଏବେ କୌଣସି ମୁହୂର୍ତ୍ତରେ ଦଳ ଛାଡ଼ିବାକୁ ପ୍ରସ୍ତୁତ। ଆଉ ଏହାର ବାଟ ଖୋଲିଛନ୍ତି ପ୍ରୟାସକାନ୍ତି। ଏଣୁ କେତେବେଳେ ବି ସମୁହିକ ବିସ୍ଫୋରଣର ଆଶଙ୍କାକୁ ଏଡ଼ାଯାଇ ନପାରେ।
ବିଜେଡିରେ ବିବାଦ ପରଠାରୁ ତାଙ୍କ ବାବଦରେ ଆଉ କିଛି ଶୁଣିବାକୁ ମିଳୁ ନାହିଁ। ସେ କୌଣସି ବିଦେଶୀ ସଂସ୍ଥାରେ କାର୍ଯ୍ୟ କରିବା ଲାଗି ରାଜ୍ୟ ଛାଡ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ବି ନୀରବୀ ଯାଇଛି। ଏବେ ପ୍ରଶ୍ନ ଉଠୁଛି ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍ ଏବେ କେଉଁଠି?
ଭୁବନେଶ୍ୱର: କିଏ ମାନୁ ବା ନମାନୁ, ବିଜେଡିରେ ଉଦୀୟମାନ ହୋଇଛି ଏକ ନୂଆ ବାସ୍ତବତା। ତାହା ହେଲା ପାଣ୍ଡିଆନ୍ ହିଁ ସବୁକିଛି। ସେ ହିଁ ନ୍ୟୁ ନର୍ମାଲ। ତାଙ୍କର ପ୍ରତିଟି ଇଙ୍ଗିତ ହେଉଛି ନବୀନଙ୍କ ଭାଷା। ତାଙ୍କର ପ୍ରତିଟି ଗୋଟିଚାଳନା ହେଉଛି ନବୀନଙ୍କ ପରିଚାଳନା। ତାଙ୍କର ଅନୁପସ୍ଥିତି ବା ଉପସ୍ଥିତିର ଯାଏ ଆସେ ନାହିଁ, ସେ ହିଁ ସର୍ବୋଚ୍ଚ ନେତାଙ୍କ ଉ
ନୂଆଦିଲ୍ଲୀ: ୱାକଫ ବିଧେୟକକୁ ନେଇ ବିଭିନ୍ନ ରାଜନୀତିକ ଦଳ ଏବେ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ। ହେଲେ ଆମ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳରେ କନ୍ଦଳ ଥମିବାର ନାଁ ଧରୁନି। ଦଳ ଭିତରେ ଥିବା ଜଣେ ନେତା ଅନ୍ୟ ଜଣଙ୍କ ବିରୁଦ୍ଧରେ ମିଡିଆରେ କହିବା ତଥା ଚର୍ଚ୍ଚା କରିବା ଛାଡ