IPL2020: ୟୁଏଇରେ ପହଞ୍ଚିଲା କିଙ୍ଗସ ଏକାଦଶ
Advertisement

IPL2020: ୟୁଏଇରେ ପହଞ୍ଚିଲା କିଙ୍ଗସ ଏକାଦଶ

ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL2020। 

IPL2020: ୟୁଏଇରେ ପହଞ୍ଚିଲା କିଙ୍ଗସ ଏକାଦଶ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL2020। ଏଥିପାଇଁ ସବୁ ଦଳ ଏବେ ଦୁବାଇ ମୁହାଁ। ପ୍ରଥମ ଦଳ ଭାବେ ଗତକାଲି କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଦୁବାଇରେ ପହଞ୍ଚିଛନ୍ତି। ଏକ ଚାଟାର୍ଡ଼ ବିମାନ ଯୋଗେ ଏହି ଦଳର ଖେଳାଳି, ସପୋର୍ଟିଂ ଷ୍ଟାଫ ଓ ଅନ୍ୟ ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି। ପଞ୍ଜାବର ଦ୍ରୁତ ବୋଲର ମହମ୍ମଦ ସାମି ଯାତ୍ରା ସମୟର କିଛି ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। 

fallback

ସେହିପରି କିଙ୍ଗସ ଏକାଦଶ ସହିତ ରାଜସ୍ଥାନ ରୟାଲ୍ସର ଖେଳାଳି ମଧ୍ୟ ଦୁବାଇରେ ପହଞ୍ଚିଛନ୍ତି। ରାଜସ୍ଥାନ ରୟାଲ୍ସର ଖେଳାଳି ଓ ସପୋର୍ଟିଂ ଷ୍ଟାଫ ବିମାନ ବନ୍ଦର ଅଭିମୁଖେ ଯାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଖେଳାଳି। ଉଭୟ ଦଳର ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ ଓ ଅନ୍ୟ ଅଧିକାରୀମାନଙ୍କର କୋଭିଡ଼ ପରିକ୍ଷା ହୋଇଛି। ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଦୁବାଇରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ନିରପାତ ମଧ୍ୟରେ ରଖାଯାଇଛି। 

ଅଧିକ ପଢନ୍ତୁ: ବିଜେପି ନେତା ସମ୍ବିତଙ୍କ ଅଜବ ସମାଲୋଚନା

ସୂଚନା ଯୋଦ୍ୟ ଦୁବାଇରେ ଆଇପିଏଲ ମୋଟ ୫୩ ଦିନରେ ତ୍ରୟୋଦଶ ସଂସ୍କରଣର ୬୦ଟି ମ୍ୟାଚ ଅନୁଷ୍ଠିତ ହେବ। ଦିନକୁ ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ସାଢେ ୩ଟା ଓ ସନ୍ଧ୍ୟା ସାଢେ ୭ଟାରୁ ମ୍ୟାଚ ଖେଳାଯିବ। ଆଜି ଆଉ କିଛି ଦଳ ଦୁବାଇରେ ପହଞ୍ଚିପାରନ୍ତି।