ବିବାଦୀୟ ଓଡ଼ିଆ IPS ବସନ୍ତ ରଥଙ୍କ ଇସ୍ତଫା
Advertisement
Article Detail0/zeeodisha/odisha1233558

ବିବାଦୀୟ ଓଡ଼ିଆ IPS ବସନ୍ତ ରଥଙ୍କ ଇସ୍ତଫା

ଜାମ୍ମୁ କାଶ୍ମୀର IGP ବସନ୍ତ ରଥ IPSରୁ ଇସ୍ତଫା ଦେଇଛନ୍ତି। ଓଡିଆରେ ଦସ୍ତଖତ କରିଥିବା ତାଙ୍କ ଇସ୍ତଫା ପତ୍ରକୁ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। 

ଫାଇଲ ଫଟୋ

ଶ୍ରୀନଗର: ବିବାଦୀୟ ଓଡ଼ିଆ IPS ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି। ଶନିବାର ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ IPS ବସନ୍ତ ଜାମ୍ମୁ କାଶ୍ମୀର ଡିଜିପି ଓ ଏସଡିଆରଏଫର କମାଣ୍ତାଣ୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ତେବେ ସେ ରାଜନୀତିରେ ଯୋଗଦେବା ପାଇଁ ଇସ୍ତଫା ଦେଉଥିବା କଗିଛନ୍ତି।

ଜାମ୍ମୁ କାଶ୍ମୀର IGP ବସନ୍ତ ରଥ IPSରୁ ଇସ୍ତଫା ଦେଇଛନ୍ତି। ଓଡିଆରେ ଦସ୍ତଖତ କରିଥିବା ତାଙ୍କ ଇସ୍ତଫା ପତ୍ରକୁ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ତେବେ ରାଜନୀତିରେ ଯୋଗଦେବା ପାଇଁ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି। ୨୦୦୦ ବ୍ୟାଚର ଓଡିଆ IPS ଅନେକ ସମୟରେ ବିବାଦ ଘେରରେ ରହୁଥିଲେ। ୨୦୨୦ ଜୁଲାଇରେ ତାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

IPS ବସନ୍ତ ରଥ ବର୍ତ୍ତମାନ ଜାମ୍ମୁ କାଶ୍ମୀରର ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ବିଭାଗରେ ନିଯୁକ୍ତ ହୋଇଥିଲେ। ଇସ୍ତଫା ଦେବା ପୂର୍ବରୁ ସେ ସୋସିଆଲ ମିଡିଆରେ କହିଥିଲେ, 'ଯଦି ମୁଁ କେବେ ରାଜନୈତିକ ଦଳରେ ସାମିଲ ହୁଏ, ତେବେ ବିଜେପିରେ ମିଶିବି। ଯଦି ନିର୍ବାଚନ ଲଢିବି, ତେବେ ଜାମ୍ମୁ କାଶ୍ମୀରରୁ ଲଢିବି। ଯଦି ରାଜନୀତିକୁ ଆସିବି, ତେବେ ୬ ମାର୍ଚ୍ଚ ୨୦୨୪ ପୂର୍ବରୁ ଆସିବି।' ତେବେ ଜାମ୍ମୁ କାଶ୍ମୀରର ରାଜନୈତିକ ସୀମା ନିର୍ଦ୍ଧାରଣ ହେବା ପରେ ୫୦ ବର୍ଷିୟ ବସନ୍ତ ରଥ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାର ଅଛି।

ପୁରୀ ଜିଲ୍ଲା ପିପିଲିରେ ବସନ୍ତ ରଥଙ୍କ ଘର। ସେ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। କୃଷକ ପରିବାରରୁ ଆସିଥିବା ବସନ୍ତ ଜେଏନୟୁରୁ ସମାଜବିଜ୍ଞାନ ବିଷୟରେ ସ୍ନାତ୍ତକତ୍ତୋର କରିଛନ୍ତି। ସେ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ବହି ଦେଇ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରତ୍ସାହନ ଦେଉଥିଲେ। ବସନ୍ତ ସବୁବେଳେ ନିଜ ସିନିୟରଙ୍କ ପାଇଁ ମୁଣ୍ଡବିନ୍ଧା ସାଜୁଥିଲେ। ଗତ ଜୁନ ୨୫ରେ ଡିଜିପି ଡିଲବାଗ ସିଂହଙ୍କ ସହ ବସନ୍ତ ରଥଙ୍କ ବାକ୍ ଯୁଦ୍ଧ ହୋଇଥିଲା। ଗତ ମାସରେ ସେ ଡିଜିପିଙ୍କ ନାମରେ ଏଫଆଇଆର ରୁଜୁ କରିବାକୁ ଯାଇଥିଲେ। ୨୦୧୮ରେ କିଛି ରାଜନେତାଙ୍କ ସହ ଯୁକ୍ତିତର୍କ ପରେ ତାଙ୍କୁ ଟ୍ରାଫିକ ବିଭାଗରୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଥିଲା।