Jabalpur Accident: ଅଟୋ ଉପରେ ଓଲଟି ପଡିଲା ଟ୍ରକ୍, ୭ ମୃତ, ୧୦ ଗୁରୁତର
Advertisement
Article Detail0/zeeodisha/odisha2436272

Jabalpur Accident: ଅଟୋ ଉପରେ ଓଲଟି ପଡିଲା ଟ୍ରକ୍, ୭ ମୃତ, ୧୦ ଗୁରୁତର

Jabalpur Accident: ମଧ୍ୟପ୍ରଦେଶ ଜବଲପୁରରେ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୧୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ମହିଳା ଅଛନ୍ତି ।

Jabalpur Accident: ଅଟୋ ଉପରେ ଓଲଟି ପଡିଲା ଟ୍ରକ୍, ୭ ମୃତ, ୧୦ ଗୁରୁତର

Jabalpur Accident: ମଧ୍ୟପ୍ରଦେଶରୁ ଏକ ବଡ ଖବର ସାମ୍ନାକୁ ଆସିଛି । ବୁଧବାର ସନ୍ଧ୍ୟା ସମୟରେ ଜବଲପୁର ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଉପରେ ହଠାତ୍ ଏକ ଟ୍ରକ୍ ଓଲଟି ପଡିଥିଲା । ଯେଉଁ କାରଣରୁ ଘଟଣାସ୍ଥଳ ରକ୍ତରଞ୍ଜିତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ କ୍ରୋଧରେ ରାସ୍ତା ବନ୍ଦ କରିଛନ୍ତି ।

ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ଜବଲପୁର ମଜହୱାନ ପୋଲିସ ଷ୍ଟେସନ ନିକଟ ସିହୋରା-ମଜଗୱାନ ରାସ୍ତାରେ ଘଟିଛି। ଏକ ଟ୍ରଗ ଦୃତ ଗତିରେ ଯାଉଥିବା ସମୟରେ ଏକ ଅଟୋକୁ ଧକ୍କା ଦେଇ ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ କାନ୍ଦ ବୋବାଳି ଶୁଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଘଟଣା ବାବଦରେ ସୂଚନା ଦେଇଥିଲେ । ମୃତଦେହ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଏବଂ ଅଟୋକୁ ଜବତ କରିଛି । ଏଥିସହ ସ୍ଥାନୀୟ ଡାକ୍ତରଖାନାକୁ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଂ ପଠାଯାଇଛି । ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଉଛି ।

Also Read- ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ୨୫ ଭିତରେ ସରିବ ସର୍ଭେ

Also Read- Grah Gochar 2024: ବୁଧ ଏବଂ ବୃହସ୍ପତିଙ୍କ ପ୍ରଭାବ, ୩ ରାଶିକୁ ମିଳିବ ଆର୍ଥିକ ଲାଭ