ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ୨୫ ଭିତରେ ସରିବ ସର୍ଭେ
Advertisement
Article Detail0/zeeodisha/odisha2436205

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ୨୫ ଭିତରେ ସରିବ ସର୍ଭେ

ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି ଏବଂ ସମସ୍ତ ଯାଞ୍ଚ ସରିବା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ୨୫ ଭିତରେ ସରିବ ସର୍ଭେ

ପୁରୀ: ରତ୍ନ ଭଣ୍ଡାର ତଦାରଖ କରି ଫେରିଛନ୍ତି ବିଶେଷଜ୍ଞ ଟିମ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ତଦାରଖ ପରେ ସୂଚନା ଦେଇଛନ୍ତି । ବିଶେଷଜ୍ଞ ଟିମ୍ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି ଏବଂ ସମସ୍ତ ଯାଞ୍ଚ ସରିବା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।

ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଯେ, ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ । ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ କରାଯିବ ତେଣୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି । ଆମେ ଅନୁରୋଧ କରିଛୁ ସେପ୍ଟେମ୍ୱର ୨୫ ତାରିଖ ଭିତରେ ସର୍ଭେ କାମ ସାରିବା ପାଇଁ ଏବଂ ସେମାନେ ୨୫ ଭିତରେ କାମ ସାରିବେ ବୋଲି ଆଶ୍ବାସନା ଦେଇଛନ୍ତି । କାମ ଅଧା ଅଛି, ଟିମ୍‌ ପୁଣି ଆସିପାରେ ଏବଂ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ନେଇ କୌଣସି ଲକ୍ଷଣ ଦେଖିପାରିଲୁନି ବୋଲି ଏସ୍‌ଆଇ ଏଡିଜି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଆଜି ଚତୁର୍ଥ ପର୍ଯ୍ଯାୟରେ ଖୋଲିଥିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ନେତୃତ୍ୱରେ ୨୭ଜଣିଆ ଟିମ୍ ନିର୍ଦ୍ଧାରିତ ସମୟରେ ମନ୍ଦିରକୁ ପ୍ରବେଶ କରିଥିଲେ। ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଅର୍ଥାତ ଦିନ ୧ଟା ସମୟରେ  ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା। ତାପରେ ରତ୍ନଭଣ୍ଡାର ଖୋଲି ପ୍ରବେଶ କରିଥିଲେ ତଦାରଖ ଟିମ୍। ରତ୍ନ ଭଣ୍ଡାର ଭିତରେ ସାପ ଭୟକୁ ଏଡାଇବା ପାଇଁ ଏହି ଟିମ୍ ସହିତ ସ୍ନେକ ହେଲ୍ପ ଲାଇନକୁ ସାମିଲ କରାଯାଇଥିଲା । ରତ୍ନଭଣ୍ଡାର ମରାମତି ସରିବା ପରେ ମହାପ୍ରଭୁଙ୍କ ରତ୍ନାଳଙ୍କାରର ମଣତି ଗଣତି କରାଯିବ ବୋଲି କୁହାଯାଉଛି। ତେବେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ କିଛି ମାସ ତଳେ ଲେଜର ସ୍କାନିଂ କରାଯାଇଥିଲା। ଲେଜର ସ୍କାନିଂ ରିପୋର୍ଟରେ  ବାହାର କାନ୍ଥରେ କିଛି ଫାଟଥିବା ଜଣାପଡିଥିଲା।  ତାପରେ ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ପାଇଁ ଏଏସଆଇ ସରକାରଙ୍କୁ ଚିଠି ଲେଖି ଅବଗତ କରିଥିଲା।

Also Read- Grah Gochar 2024: ବୁଧ ଏବଂ ବୃହସ୍ପତିଙ୍କ ପ୍ରଭାବ, ୩ ରାଶିକୁ ମିଳିବ ଆର୍ଥିକ ଲାଭ

Also Read- Top 10 News Headlines: ଯବାନଙ୍କ ଗୁଳିରେ ଯବାନ ଶହୀଦ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର