ଦେଢ କୋଟି ଲୋକଙ୍କ ଶୋଷ ମେଣ୍ଚାଇବ `Jal Jeevan Mission`
ପାନୀୟ ଜଳ ସମସ୍ୟା ଦୂର କରିବା ଲାଗି `ଜଳ ଜୀବନ ମିଶନ` ଅଭିଯାନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ମୋଦି ସରକାର।
ନୂଆଦିଲ୍ଲୀ: ଦୂର ହେବ ପାନୀୟ ଜଳ ସଂକଟ। ଏପରି ମୌଳିକ ସମସ୍ୟାର ସମାଧନ କରିବାକୁ ତୃଣମୂଳ ସ୍ତରରେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ସରକାରଙ୍କ ଏହି ପଦକ୍ଷେପ ବାବଦରେ ୨୦୨୧ ବଜେଟ ଉପସ୍ଥାପନା କରିବା ସମୟରେ ସଂସଦକୁ ଅବଗତ କରାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ପାନୀୟ ଜଳ ସମସ୍ୟା ଦୂର କରିବା ଲାଗି 'ଜଳ ଜୀବନ ମିଶନ' (Jal Jeevan Mission) ଅଭିଯାନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ମୋଦି ସରକାର। ଯାହାର ଲକ୍ଷ୍ୟ ହେଉଛି ସହରାଞ୍ଚଳରେ ବସବାସ କରିଥିବା ଲୋକଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବ। ଏହି ଯୋଜନା ମାଧ୍ୟମରେ ଦେଶର ୪୩୭୮ ସହରର ୨.୮୬ କୋଟି ଘରକୁ ନଳ ଯୋଗେ ପିଇବାକୁ ପରିଷ୍କା ପାଣି ମିଳିବ।
Also Read: ଅପହଞ୍ଚବାସୀଙ୍କ ନିଆରା ଉଦ୍ୟମ, ବାଉଁଶ ଯୋଗେ ପାନୀୟ ଜଳର ବ୍ୟବସ୍ଥା
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସହରାଞ୍ଚଳ ବିକାଶ (Urban Development Ministry) ସଚିବ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ସହରରେ ପାଣି ସଂକଟ ଦୂର କରିବାକୁ ଭୂତଳ ଜଳସ୍ତର ସ୍ତର (Ground Water Level) ସୁଧାରିବା ଏବଂ ନଷ୍ଟହୋଇଯାଇଥିବା ପାଣିକୁ ପୁନର୍ବାର ବ୍ୟବହାର ଉପଯୋଗୀ କରିବା ହେଉଛି ଏହି ଅଭିଯାନର ମୂଳର ଲକ୍ଷ୍ୟ।
ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ର ସରକାର ପାନୀୟ ଜଳ (Drinking Water) ସର୍ବେକ୍ଷଣ କରିବେ। ପ୍ରଥମ ଥର ଲାଗି ଦେଶର ସହରାଞ୍ଚଳରେ ଏପରି କାର୍ଯ୍ୟ ହେବାକୁ ଯାଉଛି। ପ୍ରଥମେ ପାଇଲଟ ପ୍ରକଳ୍ପ (Pilot Project) ମାଧ୍ୟମରେ ୧୦ଟି ସହରରେ ଏହି ସର୍ବେକ୍ଷଣ କରାଯିବ। ଆଗ୍ରା, ବାଦଲପୁର, ଭୁବନେଶ୍ୱର, ଚୁରୁ, କୋଚି, ମଦୁରୈ, ପଟିଆଲା, ରୋହତକ, ସୁରତ, ଟୁମକର ଆଦି ସହରରେ ଏହି ସର୍ଭେ କରାଯିବ।
Also Read: ନେପାଳ ଛାଡିଲା ପାଣି, ଭାରତରେ ହୋଇଗଲା ବନ୍ୟା
ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ 'ଜଳ ଜୀବନ ମିଶନ' ଅଭିଯାନ ଅଧିନରେ ଏହି ସର୍ବେକ୍ଷଣ କରାଯିବ। ଯାହା ମାଧ୍ୟମରେ ସହରରେ ପାଣିର ସ୍ରୋତର ସ୍ତର ଏବଂ ଏହାର ସୁଧାର ଉପରେ କାର୍ଯ୍ୟ କରାଯିବ। ଜଳ ବଣ୍ଟନ ସମୟରେ ହେଉଥିବା କ୍ଷତିକୁ କିପରି ଭରଣା କରାଯିବ ସେ ବାବଦରେ ରଣନୀତି ପ୍ରସ୍ତୁତ କରାଯିବ। ଏପରିକି ପାଣିର ଗୁଣବତ୍ତା କିପରି ରହିଛି ତାହାର ମଧ୍ୟ ଯାଞ୍ଚ କରାଯିବ। ଜଳ ପୁନଃଚକ୍ରଣ (Water Recycling) କରିବା ମଧ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଅନ୍ୟତମ ଲକ୍ଷ୍ୟ।
Also Read: ପାଣି ଅଭାବରୁ ବଢିପାରେ କୋରୋନା ସଂକ୍ରମଣ: ୱାଟର ଏଡ
'ଜଳ ଜୀବନ ମିଶନ' ମାଧ୍ୟମରେ ଆଗାମୀ ୨ ବର୍ଷରେ ୧.୫ କୋଟି ଲୋକଙ୍କୁ ଜଳ ସଂଯୋଗ କରାଯିବ। ଏହା ଦ୍ୱାରା ଦିଆଯିବାକୁ ଥିବା ପାଣିକୁ ସବୁ ଦିଗରୁ ଯାଞ୍ଚ କରାଯିବ। ପାନୀୟ ଜଳ ସର୍ବେକ୍ଷଣର ମତାମତକୁ ଭିତ୍ତି କରି ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହି ସର୍ଭେକୁ ୫୦୦ ସହରରେ କରିବ। ସର୍ବେକ୍ଷଣରୁ ମିଳିଥିବାା ତଥ୍ୟ ଏବଂ ବିଶ୍ଳେଷଣ ମାଧ୍ୟମରେ ଏହି ଅଭିଯାନକୁ ଅଧିକ ସଫଳ କରାଯିବ।