ପଣି ଅଭାବରୁ କୋରୋନା ସଂକ୍ରମଣ ବଢିବା ନେଇ ପୂର୍ବାନୁମାନ କରିଛି ଚ୍ୟାରିଟ ସଙ୍ଗଠନ ୱାଟର ଏଡ |
Trending Photos
ହାରାରେ: ସାମ୍ପ୍ରତିକ ସ୍ଥିତିରେ ସମଗ୍ର ବିଶ୍ୱରେ ଜାରି ରହିଛି କୋରୋନା ପ୍ରକୋପ | ଏହାର ଭୟାବହତା ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି | ସଦ୍ୟ ଏ ସମ୍ପର୍କିତ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି | ଯାହା ବେଶ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା | ଚ୍ୟାରିଟ ସଙ୍ଗଠନ ୱାଟର ଏଡ ପକ୍ଷରୁ କୁହାଯାଇଛି ଦୁନିଆରେ ପାଣିର ଅଭାବ କାରଣରୁ କୋରୋନା ସଂକ୍ରମଣ ହେବାର ସମ୍ଭାବନା ବଢିପାରେ | ଏହା ସହିତ ଏହି ସଙ୍ଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ବ୍ରାଜିଲ ଜନସଂଖ୍ୟା ସହ ଯୁଦ୍ଧଗ୍ରସ୍ତ ୟମେନର ଗାଁ ଲୋକଙ୍କ ସମେତ ଏକ ବଡ ଜନସଂଖ୍ୟାରେ ଘର ନିକଟରେ ପରିଷ୍କାର ପାଣି ଏବଂ ହାତ ଧୋଇ ହେବାକୁ କୌଣସି ବିକଳ୍ପ ନାହିଁ |
ଦୁନିଆରେ ବସ୍ତି, ଶିବିର, ଅନ୍ୟ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକ ପାଣି ନେବା ପାଇଁ ୱାଟର ଟ୍ୟାଙ୍କର ପାଖରେ ଏକାଠି ହୋଇଥାନ୍ତି | ଯେଉଁଠି ସାମାଜିକ ରକ୍ଷା କରିବା ନିୟମ ପାଳନ କରିବା ସମ୍ଭବ ନୁହେଁ | ଘନ ଜନବସତି ପୂର୍ଣ୍ଣ ଅଞ୍ଚଳରେ ଲୋକ ପାଣିର ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ କରିଥାନ୍ତି | ହେଲେ ବାରମ୍ବାର ହାତ ସଫା କରିବା ପାଇଁ କୌଣସି ବିକଳ୍ପ ନାହିଁ | ଯାହା ଏପରି ଲୋକଗହଳି ପୂର୍ଣ୍ଣ ସ୍ଥାନରେ କୋରୋନା ସଂକ୍ରମଣକୁ ରୋକିବା ଲାଗି ଆସୁଥିବା ସମସ୍ୟାକୁ ଦର୍ଶାଉଛି |
ଏହା ଉପରେ ପ୍ରତିକ୍ରିୟା ରଖି ୟୁନିସେଫର ଜଳ ଏବଂ ସ୍ୱଚ୍ଛତା ଟିମର ଗ୍ରିଗୋରୀ ବିଲ୍ଟ କହିଛନ୍ତି ବିନା କୌଣସି ତଦନ୍ତରେ ପାଣିକୁ କୋଭିଡ19 ସଂକ୍ରମଣ ସହ ଜୋଡି ଦେଖିବା ଉଚିତ ନୁହେଁ | ଏହା ସତ୍ୟ ଯେ ପାଣି ଅଭାବରୁ ଅନେକ ସମସ୍ୟା ଦେଖା ଯାଇପାରେ | ଜାତିସଂଘର ରିପୋର୍ଟ ଅନୁସାରେ ଆରବ ଦେଶରେ ପ୍ରାୟ ୭.୪ କୋଟି ଲୋକଙ୍କ ପାଖରେ ହାଥ ଧୋଇବା ଭଳି ସର୍ବନିମ୍ନ ସୁବିଧା ନାହିଁ |
ସିରିୟା ଏବଂ ୟମେନ ଆଦି ଯୁଦ୍ଧଗ୍ରସ୍ତ ଦେଶରେ ଜଳ ଯୋଗାଣର ମୌଳିକ ସୁବିଧା ବର୍ବାଦ ହୋଇସାରିଛି | ସଂଘର୍ଷ କାରଣରୁ ବିସ୍ଥାପିତ ଲୋକଙ୍କ ପାଣି ପାଇବାର ସୁରକ୍ଷିତ ସ୍ରୋତ କିଛିନାହିଁ | ଅନ୍ୟପଟେ ବ୍ରାଜିଲରେ ସ୍ଥାନୀୟ ଏକ ସମ୍ପ୍ରଦାୟର ଲୋକଙ୍କୁ ସପ୍ତାହରେ ୩ ଦିନ ପାଇଁ ପାଣି ମିଳୁଛି | ଆଫ୍ରୋ ବାରୋମିଟର ପକ୍ଷରୁ ହୋଇଥିବା ଅନୁସନ୍ଧାନରେ ଜଣାପଡିଛି ସମଗ୍ର ଆଫିକାରେ କୋରୋନା ମାମଲା ୧ ଲକ୍ଷରେ ପହଞ୍ଚିଛି | ଏହି ମହାଦେଶର ଅଧା ଜନସଂଖ୍ୟା ପାଣି ପାଇଁ ଘରୁ ବାହାରକୁ ଯାଇଥାନ୍ତି |