ଜଣେ ପୂର୍ବତନ ସ୍ପେଶାଲ୍ ପୋଲିସ୍ ଅଧିକାରୀ (SPO)ଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି। ଅବନ୍ତିପୋରାର ହରିପରିଗାମ ଗ୍ରାମରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ପୋଲିସକର୍ମୀ ଫାୟାଜ ଅହମ୍ମଦଙ୍କ ଘରେ ଆଖିବୁଜା ଗୁଳିମାଡ କରିଥିଲେ।
Trending Photos
ଶ୍ରୀନଗର: ଜାମ୍ମୁରେ ଡ୍ରୋନ୍ ଆକ୍ରମଣର ୨୪ ଘଣ୍ଟା ନପୁରୁଣୁ ପୁଲୱାମା (Pulwama) ରେ ବର୍ବର କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ। ଜଣେ ପୂର୍ବତନ ସ୍ପେଶାଲ୍ ପୋଲିସ୍ ଅଧିକାରୀ (SPO)ଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି। ଅବନ୍ତିପୋରାର ହରିପରିଗାମ ଗ୍ରାମରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ପୋଲିସକର୍ମୀ ଫାୟାଜ ଅହମ୍ମଦଙ୍କ ଘରେ ଆଖିବୁଜା ଗୁଳିମାଡ କରିଥିଲେ।
ଆତଙ୍କବାଦୀ (Terrorist) ଙ୍କ ଗୁଳିମାଡରେ ଫାୟାଜ ଅହମ୍ମଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ଏବଂ ଝିଅ ଗୁରୁତର ଆହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ଶହୀଦ ଫାୟାଜ ଅହମ୍ମଦଙ୍କ ପତ୍ନୀ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ରାତି ପ୍ରାୟ ୧୧ଟା ସମୟରେ ହମଲା କରିଥିଲେ। ହରିପରିଗାମ ଅଞ୍ଚଳକୁ ସିଲ କରାଯିବା ସହ ପୋଲିସ ସର୍ଚ୍ଚ ଅପରେସନ ଚଳାଇଛି।
Also Read: Delta Plus କାରଣରୁ ଆସିବ କି କୋରୋନାର ତୃତୀୟ ଲହର, ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ଅନ୍ୟପଟେ ଜାମ୍ମୁ (Jammu) ରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ସାଢେ ୫ କିଲୋଗ୍ରାମ IED ମଧ୍ୟ ଜବତ କରାଯାଇଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସ ରବିବାର ଲସ୍କର-ଇ-ତୋଇବାର ଏକ ଅଗ୍ରଗାମୀ ଗୋଷ୍ଠୀ 'ରେସିସ୍ଟେଂସ ଫୋର୍ସ'ର ଜଣେ କଥିତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଜୈନହଲ-ବନିହାଲର ବାସିନ୍ଦା ନାଦିମ-ଉଲ-ହକ ବୋଲି ଜମ୍ମୁ ସିନିୟର ପୋଲିସ ଅଧୀକ୍ଷକ ଚନ୍ଦନ କୋହଲି ଚିହ୍ନଟ କରିଛନ୍ତି।