Advertisement
Article Detail0/zeeodisha/odisha701963
Zee OdishaOdisha National-Internationalଜମ୍ମୁ କାଶ୍ମୀର: ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ସହିଦ

ଜମ୍ମୁ କାଶ୍ମୀର: ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ସହିଦ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦକ୍ଷିଣ କାଶ୍ମୀର ଜିଲ୍ଲାର ବିଜବେହେରା ଅଞ୍ଚଳର ପଦଶାହୀ ବାଗ ବ୍ରିଜ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨.୧୦ ମିନିଟ ସମୟରେ ସିଆରପିଏଫର ୯୦ ବାଟାଲିୟନର ସଡକ ସୁରକ୍ଷା ଦଳ ଉପରେ ଆତଙ୍କୀମାନେ ଗୁଳି ଚଳାଇଥିଲେ ।

ଜମ୍ମୁ କାଶ୍ମୀର: ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣରେ ଜଣେ ସିଆରପିଏଫ(CRPF) ଯବାନ ସହିଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତନାଗର ବିଜବେହେରା ଠାରେ ସୁରକ୍ଷା କର୍ମୀମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସଶସ୍ତ୍ର ଆତଙ୍କବାଦୀମାନେ ଏକ ମୋଟରସାଇକେଲରେ ଆସି ପାଟ୍ରୋଲିଂ କରୁଥିବା ଦଳ ଉପରେ ଆକ୍ରମଣ କରିଥିଲେ । ଏହାର ଜବାବରେ ସୁରକ୍ଷା କର୍ମୀ ଦ୍ୱାରା ମଧ୍ୟ ଗୁଳି ଚାଳନା କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ । ଏହି ଘଟଣା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଚଳାଉଛନ୍ତି । ଏଥି ସହିତ ଜଣେ ୧୨ ବର୍ଷର ଶିଶୁଙ୍କୁ ଗୁଳି ଲାଗିବାରୁ ମୃତ୍ୟୁ ଘଟିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦକ୍ଷିଣ କାଶ୍ମୀର ଜିଲ୍ଲାର ବିଜବେହେରା ଅଞ୍ଚଳର ପଦଶାହୀ ବାଗ ବ୍ରିଜ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨.୧୦ ମିନିଟ ସମୟରେ ସିଆରପିଏଫର ୯୦ ବାଟାଲିୟନର ସଡକ ସୁରକ୍ଷା ଦଳ ଉପରେ ଆତଙ୍କୀମାନେ ଗୁଳି ଚଳାଇଥିଲେ । ଏଥି ସହ ଆଜି ସକାଳେ ପୁଲୱାମା ଟ୍ରାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲା ।

Add Zee News as a Preferred Source
About the Author