ଜମ୍ମୁ କାଶ୍ମୀର: ପୁଲୱାମା ଆକ୍ରମଣ ଘଟଣାର ସପ୍ତମ ଅଭିଯୁକ୍ତ ଗିରଫ
Advertisement

ଜମ୍ମୁ କାଶ୍ମୀର: ପୁଲୱାମା ଆକ୍ରମଣ ଘଟଣାର ସପ୍ତମ ଅଭିଯୁକ୍ତ ଗିରଫ

ପୁଲୱାମାରେ ସିଆରପିଏଫ ବାହିନୀ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜଡିତ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି।   

 ଜମ୍ମୁ କାଶ୍ମୀର: ପୁଲୱାମା ଆକ୍ରମଣ ଘଟଣାର ସପ୍ତମ ଅଭିଯୁକ୍ତ ଗିରଫ

ଶ୍ରୀନଗର: ଗତବର୍ଷ ଫେବୃଆରୀ ୧୪ ତାରିଖରେ ଜମ୍ମୁ କାଶ୍ମୀରର ପୁଲୱାମାରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ-ସିଆରପିଏଫ(Central Reserve Police Force-CRPF) ଉପରେ ଆରଡିଏକ୍ସ(Royal Demolition Explosive-RDX) ବିସ୍ଫୋରକ ମାଧ୍ୟମରେ ହୋଇଥିଲା ଆକ୍ରମଣ। ଏହି ଘଟଣା ସେତେବେଳେ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବୀର ଯବାନ ବୀରଗତି ପ୍ରାପ୍ତ କରିଥିଲେ।   

ପୁଲୱାମା ଘଟଣାରେ ଜଡିତ ସପ୍ତମ ଅଭିଯୁକ୍ତ  ବିଲାଲ ଅହମ୍ମଦ କୁଚେକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ(National Investigation Agency-NIA)। ସେ ପୁଲୱାମାରୁ ଧରାପଡିବା ପରେ ଜମ୍ମୁସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା । ତାକୁ ଏବେ ୧୦ ଦିନିଆ ରିମାଣ୍ଡରେ ପଠାଯାଇଛି । ଏହି ଆକ୍ରମଣ ଘଟଣାରେ ଏନଆଇଏ ଏପର୍ଯ୍ୟନ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ଗିରଫ ହୋଇଥିବା ବିଲାଲ ନିଜ ଘରେ ଏକ କାଠ ମେସିନ ଚଳାଇଥାଏ। ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସେ ଆତଙ୍କୀ ଆଦିଲ ଅହମ୍ମଦ ଦାର ଏବଂ ଅନ୍ୟ ଆତଙ୍କବାଦୀଙ୍କୁ ଘରେ ଆଶ୍ରୟ ଦେଇଥିଲା। ପରେ ଓଭର ଗ୍ରାଉଣ୍ଡ ୱାର୍କର୍-ଓଜିଡବ୍ଲ୍ୟୁ (Over Ground Worker-OGW) ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି । ବିଲାଲ ଅହମ୍ମଦଙ୍କ ନିର୍ଦ୍ଦେଶରେ ଅନ୍ୟ ଓଜିଡବ୍ଲ୍ୟୁ ଆତଙ୍କବାଦୀଙ୍କୁ ଆକ୍ରମଣ ପୂର୍ବରୁ ଅନ୍ୟତ୍ର ଲୁଚାଇ ରଖିଥିଲା ​​ଯେଉଁଠାରେ ଆକ୍ରମଣ ଯୋଜନା କରାଯାଇଥିଲା।

ଆତଙ୍କବାଦୀଙ୍କୁ ବିଲାଲ ଏକ ଅତ୍ୟାଧୁନିକ ମୋବାଇଲ ଫୋନ ଦେଇଥିଲେ, ଯାହା ମାଧ୍ୟମରେ ସେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ନେତାଙ୍କ ସହ କଥାବାର୍ତ୍ତା କରୁଥିଲେ। ସିଆରପିଏଫ ଉପରେ ହୋଇଥିବା ଆକ୍ରମଣ ପରେ ବିଲାଲ ଦେଇଥିବା ମୋବାଇଲରୁ ଆଦିଲ ଅହମ୍ମଦ ଦାର ଏକ ଭିଡିଓ ପ୍ରସ୍ତୁତ କରିଥିଲା ।

ଏହି ମାମଲାରେ ଜୁଲାଇ ୨ ତାରିଖରେ ମହମ୍ମଦ ଇକବାଲ ରଠୋରକୁ ଗିରଫ କରିଥିଲା ଏନଆଇଏ। ପୁଲୱାମା ଆକ୍ରମଣ ଘଟଣାରେ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ବାପ-ଝିଅ ତାରିକ ଅହମ୍ମଦ ଶାହା ଏବଂ ଇଂଶା ଜାନଙ୍କୁ ଗିରଫ କରିସାରିଛି । ଏପର୍ଯ୍ୟନ୍ତ ଏନଆଇଏ ଏହି ମାମଲାରେ ଶାକିର ବଶିର ମାର୍ଗେରେ, ତାରିକ ଅହମ୍ମଦ ଶାହା, ଇନସା ଜାନ, ୱାଇଜ ଉଲ ଇସଲାମ, ମହମ୍ମଦ ଅବ୍ବାସ ରାଠୋର ଏବଂ ମହମ୍ମଦ ଇକବାଲ ରାଠୋରକୁ ଗିରଫ କରିଛି।