'ଅର୍ଥ ବ୍ୟବସ୍ଥା ହେଉଛି ଦୁର୍ବଳ, ଯେତେ ପାରୁଛ ପିଅ', ମଦ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦେଶ ନେଲା ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha1309445

'ଅର୍ଥ ବ୍ୟବସ୍ଥା ହେଉଛି ଦୁର୍ବଳ, ଯେତେ ପାରୁଛ ପିଅ', ମଦ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦେଶ ନେଲା ବଡ଼ ପଦକ୍ଷେପ

Japan Alcohol Policy: ବହୁ ସଂଖ୍ୟକ ଜାପାନୀ ଯୁବକ ନିଶା କରନ୍ତି ନାହିଁ । ତେଣୁ କିଛି ଅଧିକାରୀ ଏକ ନୂତନ ଅଭିଯାନ ସହ ଏଥିରେ ପରିବର୍ତ୍ତନ କରିବାକୁ ଆଶା କରୁଛନ୍ତି । ଜାପାନର ଯୁବ ପିଢ଼ି ସେମାନଙ୍କ ପିତାମାତାଙ୍କ ଅପେକ୍ଷା କମ୍ ମଦ୍ୟପାନ କରନ୍ତି । ଏହି କାରଣରୁ ଜାପାନର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି ।

'ଅର୍ଥ ବ୍ୟବସ୍ଥା ହେଉଛି ଦୁର୍ବଳ, ଯେତେ ପାରୁଛ ପିଅ', ମଦ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦେଶ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: Japan Alcohol Policy: ମଦ୍ୟପାନ (Alcohol) ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଓ ବୋଧହୁଏ ଏହି କାରଣ ହେଉଛି ଭାରତ ଭଳି ଅନେକ ଦେଶ ନିଜ ନାଗରିକମାନଙ୍କୁ ମଦ୍ୟପାନରୁ ଦୂରେଇ ରଖିବାରେ ଲାଗିଛନ୍ତି । ଗୁଜୁରାଟ, ବିହାର ଭଳି ଅନେକ ରାଜ୍ୟରେ ମଦ ବ୍ୟାନ୍ (Liquor Ban) କରାଯାଇଛି । ଅନ୍ୟପଟେ ଏପରି ଏକ ଦେଶ ଅଛି ଯିଏ ନିଜ ନାଗରିକଙ୍କ ମଧ୍ୟରେ ମଦ୍ୟପାନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ଆମେ ଜାପାନ (Japan) ବିଷୟରେ କହୁଛୁ । ଜାପାନ ବୟସ୍କମାନଙ୍କୁ ମଦ୍ୟପାନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ପ୍ରତିଯୋଗିତା (Nationwide Competition) ଆରମ୍ଭ କରିଛି ।

ବହୁ ସଂଖ୍ୟକ ଜାପାନୀ ଯୁବକ ନିଶା କରନ୍ତି ନାହିଁ । ତେଣୁ କିଛି ଅଧିକାରୀ ଏକ ନୂତନ ଅଭିଯାନ ସହ ଏଥିରେ ପରିବର୍ତ୍ତନ କରିବାକୁ ଆଶା କରୁଛନ୍ତି । ଜାପାନର ଯୁବ ପିଢ଼ି ସେମାନଙ୍କ ପିତାମାତାଙ୍କ ଅପେକ୍ଷା କମ୍ ମଦ୍ୟପାନ କରନ୍ତି । ଏହି କାରଣରୁ ଜାପାନର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । କମ୍ ମଦ୍ୟପାନ ଯୋଗୁଁ ସାକେ (ଚାଉଲରୁ ପ୍ରସ୍ତୁତ ଜାପାନୀ ମଦ) ପରି ପାନୀୟ ପଦାର୍ଥ ଉପରେ ଟିକସ ମଧ୍ୟ ହ୍ରାସ ପାଇଛି ।

ବର୍ତ୍ତମାନ ଜାପାନର ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି (NTA) ଏହି ଧାରାକୁ ଓଲଟାଇବା ପାଇଁ ଏକ ବଡ ପଦକ୍ଷେପ ନେଇଛି । ଜାପାନ ଏକ ଜାତୀୟ ପ୍ରତିଯୋଗିତା ଆରମ୍ଭ କରୁଛି । ଏହି ପ୍ରତିଯୋଗିତାର ନାମ ହେଉଛି 'ସାକ୍ ଭିଭା'  (Sake Viva!) । ଏହି ଅଭିଯାନର ଏକ ଅଂଶ ଭାବରେ ଜାପାନ ଆଶା କରୁଛି ଯେ, ମଦ ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ, ଯାହା ଶିଳ୍ପକୁ ବୃଦ୍ଧି କରିବ । ୨୦ରୁ ୩୯ ବର୍ଷର ଯୁବକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଜାପାନ ସରକାର ଏହି ଯୁବକମାନଙ୍କୁ ବ୍ୟବସାୟିକ ଚିନ୍ତାଧାରା ଆଣିବାକୁ କହିଛନ୍ତି ଯାହା ସେମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ମଦ୍ୟପାନର ଚାହିଦା ବଢ଼ାଇବ । ଜାପାନିଜ୍ ସାକେ ହେଉ ଅବା ଶଛୁ (Shochu), ହ୍ୱିସ୍କି, ବିୟର କିମ୍ବା ମଦ । ଗାର୍ଡିଆନ୍‌ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଖୋଲା ରହିବ । ଘରୋଇ ମଦ୍ୟପାନକୁ ଉତ୍ସାହିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ବ୍ୟତୀତ, "ନୂତନ ଆଇଟମ୍ ଏବଂ ଡିଜାଇନ୍" ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଏହି ପ୍ରତିଯୋଗିତା ପାଇଁ ଜାପାନର ଟ୍ୟାକ୍ସ ଏଜେନ୍ସି ଏକ କମ୍ପାନୀକୁ ଠେକା ପ୍ରଦାନ କରିଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର-ଶାହରୁଖ ଖାନ; ନା ଅନ୍ୟ କେହି

ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ

ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଏହି ପ୍ରତିଯୋଗିତା ପରିଚାଳନା କରୁଥିବା କମ୍ପାନୀ କହିଛି ଯେ, କୋଭିଡ ମହାମାରୀ ସମୟରେ ଦେଶରେ କମ୍ ମଦ୍ୟପାନ କରିବାର ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହାର ଗୋଟିଏ କାରଣ ହେଉଛି ଜାପାନର ବାର୍ଦ୍ଧକ୍ୟ ଜନସଂଖ୍ୟା, ଯେଉଁ କାରଣରୁ ମଦ୍ୟପାନ ହ୍ରାସ ପାଇଛି । ଏହାର ଅନ୍ୟତମ କାରଣ ହେଉଛି ଜାପାନରେ ଜନ୍ମ ହାର ହ୍ରାସ ପାଇବା । ବିଶ୍ୱ ବ୍ୟାଙ୍କ ଆକଳନ କରିଛି ଯେ, ଜାପାନର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ (୨୯ ପ୍ରତିଶତ) ୬୫ ବର୍ଷ ଓ ତଦୁର୍ଦ୍ଧ୍ୱ । ଏହି ଆକଳନ ଜାପାନକୁ ବିଶ୍ୱର ସର୍ବ ପୁରାତନ ଜନସଂଖ୍ୟା ବିଶିଷ୍ଟ ଦେଶ କରିଥାଏ ।