TMC ସାଂସଦ ମହୁଆଙ୍କ ବିରୋଧରେ ଭୋପାଳରେ FIR, ଶିବରାଜ କହିଲେ-ବରଦାସ୍ତ କରାଯିବ ନାହିଁ ...
Advertisement
Article Detail0/zeeodisha/odisha1246688

TMC ସାଂସଦ ମହୁଆଙ୍କ ବିରୋଧରେ ଭୋପାଳରେ FIR, ଶିବରାଜ କହିଲେ-ବରଦାସ୍ତ କରାଯିବ ନାହିଁ ...

Kali remark row: ଧାର୍ମିକ ଭାବନାକୁ ଆଘାତ କରିବା ମାମଲାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମୋଇତ୍ରାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ଯେ ହିନ୍ଦୁ ଦେବତାଙ୍କୁ ଅପମାନକୁ ବରଦାସ୍ତ କରାଯିବ ନାହିଁ ।

ସୌ: ସୋସିଆଲ ମିଡିଆ

Mahua Moitra Controversy: କାଳୀ ଫିଲ୍ମର ବିବାଦୀୟ ପୋଷ୍ଟର ସମ୍ପର୍କରେ ଏକ ବୟାନ ଦେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା (Trinamool Congress MP Mahua Moitra) ଫସିଯାଇଛନ୍ତି । ପ୍ରଥମେ ଦଳ ତାଙ୍କଠାରୁ ଦୂରେଇ ଯାଇଛି, ତା’ପରେ ଦିଲ୍ଲୀ, ୟୁପି ସମେତ ଅନେକ ରାଜ୍ୟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମୋଇତ୍ରାଙ୍କ ବିରୋଧରେ ବର୍ତ୍ତମାନ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ (Shivraj Singh Chouhan) କହିଛନ୍ତି ଯେ ହିନ୍ଦୁ ଦେବତାଙ୍କ ଅପମାନକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ଯେ ମହୁଆ ମୋଇତ୍ରା ହିନ୍ଦୁ ଦେବତାଙ୍କୁ ଅପମାନିତ କରିଛି । ସେ କହିଛନ୍ତି, “ମହୁଆ ମୋଇତ୍ରାଙ୍କ ବୟାନରେ ହିନ୍ଦୁମାନଙ୍କର ଭାବନା ଆଘାତ ପାଇଛି ଓ ହିନ୍ଦୁ ଦେବତାମାନଙ୍କୁ ଅପମାନ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ ।"

ସୂଚନାଯୋଗ୍ୟ ଯେ କାଳୀ ଫିଲ୍ମର ବିବାଦୀୟ ପୋଷ୍ଟର ବିଷୟରେ ଏକ ଟିଭି ଶୋ' ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମହୁଆ କହିଥିଲେ ଯେ ଦେବୀ କାଳୀ ଜଣେ ମାଂସାହାରୀ ଓ ମଦ୍ୟପାନ କରନ୍ତି । କିଛି ସମୟ ପରେ ମମତା ବାନାର୍ଜୀଙ୍କ ପାର୍ଟି ମହୁଆଙ୍କ ବୟାନକୁ ନିଜଠାରୁ ଦୂରେଇ ରଖି କହିଛି ଯେ ଏହା ତାଙ୍କର ବ୍ୟକ୍ତିଗତ ବୟାନ ଓ ପାର୍ଟି ସହିତ ଏହାର କୌଣସି ସମ୍ପର୍କ ନାହିଁ । ମଙ୍ଗଳବାର ଦିନ ଦିଲ୍ଲୀ ଓ ୟୁପିରେ ମହୁଆଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା, ଯଦି ତାଙ୍କୁ ଦଳରୁ ବହିଷ୍କାର କରା ନ ଯାଏ ତେବେ ବେଙ୍ଗଲ ବିଜେପି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ।

ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ମୁହୁଆଙ୍କ ବୟାନକୁ ବିରୋଧ କରି ଏହାକୁ ହିନ୍ଦୁ ଦେବତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ଏହା ପରେ ଭୋପାଳରେ ମହୁଆଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । କ୍ରାଇମ ବ୍ରାଞ୍ଚ ଡିସିପି ଶୈଳେନ୍ଦ୍ର ଚୌହ୍ୱାନ କହିଛନ୍ତି ଯେ ଆଇପିସିର ଧାରା 295A ଅନୁଯାୟୀ ମହୁଆ ମିତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ଯେ ସେ ଏଭଳି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅପିଲ କରିବେ ଓ ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ ହେବ ।

ଏହା ବି ପଢ଼ନ୍ତୁ: ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ, ୬ବର୍ଷ ପୂର୍ବେ ନିଜର ପ୍ରଥମ ପତ୍ନୀଙ୍କୁ ଦେଇଥିଲେ ଛାଡପତ୍ର

ଏହା ବି ପଢ଼ନ୍ତୁ: BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ,ବାଜି ମାରିଲେ ଛାତ୍ରୀ