Tamil Nadu Hooch Tragedy: ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା 3୮କୁ ବୃଦ୍ଧି
Advertisement
Article Detail0/zeeodisha/odisha2301891

Tamil Nadu Hooch Tragedy: ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା 3୮କୁ ବୃଦ୍ଧି

Tamil Nadu Hooch Tragedy: ତାମିଲନାଡୁରେ ମଦମୃତ୍ୟୁ ସଂଖ୍ୟା ବଢି ଚାଲିଛି । ବିଷାକ୍ତ ମଦ ପିଇ ୩୮ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି 10ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି 50ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ।

 hooch tragedy

Tamil Nadu Hooch Tragedy: ତାମିଲନାଡୁରେ ମଦମୃତ୍ୟୁ ସଂଖ୍ୟା ବଢି ଚାଲିଛି । ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୩୮ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 20 ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପୁଡୁଚେରୀର ଜେଆଇପିଏମଇଆର ଓ ୬ ଜଣଙ୍କୁ ସାଲେମରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଗୁରୁତରଙ୍କୁ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି 10ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି 50ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ''କଲ୍ଲାକୁର୍ଚ୍ଚିରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ । ମଦ ମୃତ୍ୟୁ ଘଟଣାରେ ଯେଉଁ ମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯଦି ଜନସାଧାରଣ ଏଭଳି ଅପରାଧରେ ଜଡ଼ିତ ଥିବା ବିଷୟରେ ସୂଚନା ଦିଅନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମାଜକୁ ଖରାପ ବାର୍ତ୍ତା ହେଉଥିବା ଏପରି ଅପରାଧକୁ ଦମନ କରାଯିବ । ''

ରାଜ୍ୟ ସରକାର ଗୋଟିଏ ବିବୃତିରେ କହିଛନ୍ତି, ପଲିଥିନରେ ଥିବା ମଦ ପିଇ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଫରେନ୍ସିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଉକ୍ତ ମଦରେ ବିଷାକ୍ତ ମିଥାନଲ ଥିଲା। ଘଟଣା ପରେ ରାଜ୍ୟ ସରକାର ଜିଲ୍ଲା ପୁଲିସ୍‌ ମୁଖ୍ୟ ସମୟ ସିଂହ ମୀନାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ରଜତ ଚର୍ତୁବେଦୀଙ୍କୁ ନିଯୁକ୍ତି କରିଛନ୍ତି। ଜିଲ୍ଲାପାଳ ଶ୍ରବଣ କୁମାରଙ୍କ ସ୍ଥାନରେ ଏମଏସ୍‌ ପ୍ରଶାନ୍ତଙ୍କୁ ନିଯୁକ୍ତି ମିଳିଛି।ଏହାବାଦ ଜଣେ ଡେପୁଟି ପୁଲିସ୍‌ ପାହ୍ୟା ଅଧିକାରୀ, ୩ ଜଣ ଇନସପେକ୍ଟର ଓ ୩ ଜଣ ସବ ଇନସପେକ୍ଟରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ସିବି-ସିଆଇଡିକୁ ହସ୍ତାନ୍ତର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ଜଣେ ମନ୍ତ୍ରୀଙ୍କୁ କାଲ୍ଲାକୁରିଚିକୁ ପଠାଇଛନ୍ତି। ଘଣାର ତଦନ୍ତ ଦାୟିତ୍ୱ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି ଗୋକୁଳଦାସଙ୍କ ଅଧ୍ୟକ୍ଷାରେ ହେବ ବୋଲି ସେ କହିଛନ୍ତି।