କାନପୁର ଏନକାଉଣ୍ଟର: ଚୌବେପୁର ଏସଓ ବିନୟ ତିୱାରୀ ନିଲମ୍ବିତ, ବିକାଶ ଦୁବେର ମିଳୁନାହିଁ ପତ୍ତା
Advertisement
Article Detail0/zeeodisha/odisha706058

କାନପୁର ଏନକାଉଣ୍ଟର: ଚୌବେପୁର ଏସଓ ବିନୟ ତିୱାରୀ ନିଲମ୍ବିତ, ବିକାଶ ଦୁବେର ମିଳୁନାହିଁ ପତ୍ତା

କାନପୁର ଏନକାଉଣ୍ଟର ଘଟଣାରେ ଚୌବେପୁର ଏସଓ ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛନ୍ତି  ଆଇଜି ମୋହିତ ଅଗ୍ରୱାଲ |

କାନପୁର ଏନକାଉଣ୍ଟର: ଚୌବେପୁର ଏସଓ ବିନୟ ତିୱାରୀ ନିଲମ୍ବିତ, ବିକାଶ ଦୁବେର ମିଳୁନାହିଁ ପତ୍ତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ହୋଇଥିବା ଏନକାଉଣ୍ଟର ମାମଲାରେ ଆଇଜି ମୋହିତ ଅଗ୍ରୱାଲ ଚୌବେପୁର ଥାନା ପ୍ରଭାରୀ-ଏସଓ(SO-Station Officer) ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛନ୍ତି | ଗତ ଶୁକ୍ରବାର ଏହି ପୋଲିସ ଷ୍ଟେସନ ଅଧିନସ୍ଥ ବିଥୁରସ୍ଥିତ ଡିକାରୁ ଗ୍ରାମରେ ଘଟିଥିବା ଘଟଣା ପରେ ଏସଓଙ୍କ ଭୂମିକା ସନ୍ଦେହଜନକ ହୋଇପଡିଛି |

ଏନେଇ ପ୍ରତିକ୍ରିୟା ରଖି ଆଇଜି ଅଗ୍ରୱାଲ ଏ ଘଟଣାରେ ଥାନା ପ୍ରଭାରୀଙ୍କ ସନ୍ଦେହଜନକ ଭୂମିକା ଆସିବା ପରେ ମାମଲା ରୁଜୁ କରାଯିବା ସହ ଜେଲକୁ ପଠାଯିବ | ଚୌବେପୁର ଏସଓ ବିନୟ ତିୱାରୀଙ୍କୁ ପଚରାଉଚୁରା ଜାରି ରଖିଛି ଏସଟିଏଫ | ସେ ଗୁପ୍ତ ତଥ୍ୟ ଲିକ୍ କରିଥିବାର ଅଭିଯୋଗ ହୋଇଛି। ପୁଷ୍ପରାଜ ସିଂଙ୍କୁ ଏହି ଥାନାର ଦାୟିତ୍ୱ ଦିଆଯାଇଛି |

ଏ ଘଟଣାର ଜଡିତ ସଦିଗ୍ଧ ଏବଂ ସମସ୍ତ ପ୍ରତ୍ୟକ୍ଷଦର୍ଶୀ ଏବେ ୟୁପି ଏସଟିଏଫର ସନ୍ଦେହ ଘେରରେ ଅଛନ୍ତି | ସେମାନଙ୍କୁ ଜେରା କରାଯାଉଛି | ବିକାଶ ଦୁବେକୁ ଧରିବା ପାଇଁ ପୋଲିସ ଟିମ ପକ୍ଷରୁ ଚଢାଉ ଆରମ୍ଭ କରାଯାଉଥିବା ବେଳେ, ଏସଓ ବିନୟ ତିୱାରୀ ସବୁଠାରୁ ପଛରେ ରହିଥିଲେ | ଯେତେବେଳେ ପୋଲିସ ବାହିନୀ ଉପରେ ଆକ୍ରମଣ କରାଗଲା, ସେ ଘଟଣାସ୍ଥଳରୁ ଖସି ପଳାଇଥିଲେ |

ବିକାଶ ଦୁବେର ଘରକୁ ଭାଙ୍ଗିଛି ପୋଲିସ
କାନପୁର ଏନକାଉଣ୍ଟର ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଶନିବାର ପୋଲିସ ତାଙ୍କ ଘର ଭାଙ୍ଗି | ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ପୋଲିସ ପକ୍ଷରୁ ୧୦୦ଟି ଟିମ ଗଠନ କରାଯାଇଛି | ବିକାଶ ଦୁବେଙ୍କ ସନ୍ଧାନରେ ୧୦ ହଜାର ସୈନିକ ନିୟୋଜିତ ହୋଇଛନ୍ତି | ଏ ପର୍ଯ୍ୟନ୍ତ ବିକାଶ ଦୁବେ ବାବଦରେ କୌଣସି ଖବର ମିଳିନାହିଁ | ଯେଉଁମାନେ ଅଭିଯୁକ୍ତ ବିକାଶକୁ ଆଶ୍ରୟ ଦେବାଥିବା ନେଇ ଜଣାପଡନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ବିକାଶ ଦୁବେକୁ ଧରିବା ପାଇଁ ମଧ୍ୟପ୍ରଦେଶ ସୀମାରେ ପହଞ୍ଚିଛି ୟୁପି ପୋଲିସ

ବିକାଶ ଦୁବେଙ୍କ ସନ୍ଧାନରେ ପୋଲିସ ମଧ୍ୟପ୍ରଦେଶ ସୀମାରେ ପହଞ୍ଚିଛି | କାରଣ ଅଭିଯୁକ୍ତ ଦୁର୍ଗମ ସ୍ଥାନରେ ଲୁଚି ରହିବାର ସମ୍ଭାବନା ରହିଛି | ଏ ଘଟଣାକୁ ନେଇ ସମସ୍ତ ଜିଲ୍ଲାର ସ୍ଥାନୀୟ ଥାନାକୁ ସତର୍କ ରଖାଯାଇଛି | ପୋଲିସ ଦୁବେ ସମେତ ୩୫ ଜଣଙ୍କ ବିରୁଦ୍ଧରେ ହତ୍ୟା ଏବଂ ଅସ୍ତ୍ରଶସ୍ତ୍ର ଡକାୟତି ଭଳି ମାମଲା ରୁଜୁ କରିଛି | 

କଲ ଡିଟେଲ ଯାଞ୍ଚ କରୁଛି ପୋଲିସ 

କାନପୁର ଘଟଣାରେ ଅଭିଯୁକ୍ତ ବିକାଶ ଦୁବେର କଲ ଡିଟେଲ ଯାଞ୍ଚ କରୁଛି ପୋଲିସ | ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ ପୋଲିସ ବିଭାଗ ସହ ଜଡିତ ଅନେକ ଲୋକ ଅଭିଯୁକ୍ତ ସହ ଯୋଗାଯୋଗରେ ଥିଲେ | କଲ ଡିଟେଲ ଆସିଯିବା ପରେ ଏ ଘଟଣାରେ ଜଡିତ ପୋଲିସ କର୍ମଚାରୀଙ୍କ ଉପରେ ଚଢାଉ କରାଯିବାର ରହିଛି | କାରଣ ବିକାଶ ଦୁବେକୁ କିଏ ଖବର ଦେଇଥିଲା ତାହାର ତଦନ୍ତ କରାଯାଉଛି | ଏହା ଉପରେ ପୋଲିସ ପକ୍ଷରୁ କୌଣସି ବିଭାଗୀୟ ପ୍ରତିକ୍ରିୟା ରଖାଯାଇନାହିଁ | ଏ ଘଟଣାରେ ଜଣେ ଇନ୍ସପେକ୍ଟର, ଜଣେ ପୋଲିସ ସିପାହୀ ଏବଂ ହୋମଗାର୍ଡ ସାମିଲ ଥିବାର ସନ୍ଦେହ କରାଯାଉଛି | ଏହି ଜଣଙ୍କ କଲ ଡିଟେଲ ଆଧାରରେ ସେମାନଙ୍କୁ ପଚରାଉଚରା କରାଯାଉଛି |