ପ୍ଲାଜାମା ଦାନ କରୁଥିବା ବ୍ୟକ୍ତିଙ୍କ ଲାଗି ପୁରସ୍କାର ରାଶି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।
Trending Photos
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣର ବୃଦ୍ଧି ମଧ୍ୟରେ ପ୍ଲାଜାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । କୋଭିଡ୧୯ ଆକ୍ରାନ୍ତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆଜିକାଲି ପ୍ଲାଜମା ସବୁ ଠାରୁ ସହାୟକ ହେଉଛି ବୋଲି ପ୍ରମାଣିତ ହେଉଛି । କୋରୋନା ସଂକଟ ସମୟରେ ପ୍ଲାଜମା ଦାନ ବଦଳରେ ଲୋକଙ୍କୁ ପୁରସ୍କୃତ କରିବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ୫୦୦୦ ଟଙ୍କା ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିବେ।
କର୍ଣ୍ଣାଟକ ସରକାର ଆରମ୍ଭ ପ୍ଲାଜମା ଦାନ ଯୋଜନା
ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ପ୍ଲାଜମା ଦାତାଙ୍କୁ ୫୦୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଡାକ୍ତରୀ ଶିକ୍ଷାମନ୍ତ୍ରୀ କେ ସୁଧାକର । ଏନେଇ ମତ ରଖି ମନ୍ତ୍ରୀ କହିଛନ୍ତି ଏପର୍ଯ୍ୟନ୍ତ ରାଜ୍ୟରେ ୧୭୩୯୦ ସଂକ୍ରମଣମୁକ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୪୯୯୨ ଜଣ ରାଜଧାନୀ ବେଙ୍ଗାଲୁରୁର । ସଂକ୍ରମଣ ମୁକ୍ତ ଥିବା ରୋଗୀଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି ସେ । ଏହା ସହିତ ମନ୍ତ୍ରୀ କହିଛନ୍ତି ଦୟାକରି ଏହାକୁ ଅନ୍ୟଥା ନିଅ ନାହିଁ । ଆମେ ପ୍ଲାଜମା ଦାତାଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ନେଇଛୁ। ସ୍ୱେଚ୍ଛାକୃତ ଭାବେ ଆଗକୁ ଯାଇ ପ୍ଲାଜମା ଦାନ କରନ୍ତୁ ଏବଂ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ ହେବାରେ ସହଯୋଗ କରନ୍ତୁ ।
State Government will give Rs 5000 each as appreciation money to the plasma donors: Dr Sudhakar K, Karnataka Minister for Medical Education (file pic) pic.twitter.com/z8asmY8uev
— ANI (@ANI) July 15, 2020
ଓଡ଼ିଶାରେ ଖୋଲିଲା ପ୍ଲାଜମା ବ୍ୟାଙ୍କ
ରାଜ୍ୟରେ କୋରୋନା ମୁକାବିଲା ଲାଗି ଓଡିଶା ସରକାର ମଧ୍ୟ ଏକ ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଏସସିବି ମେଡିକାଲ କଲେଜ(Cuttack SCB Medical College) ଠାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ।
ଦିଲ୍ଲୀରେ ଖୋଲିଲା ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ
ଦିଲ୍ଲୀ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ-ଆଇଏଲବିଏସ୍(Institute of Liver and Biliary Sciences-ILBS) ଠାରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଖୋଲିଥିଲା। ଏହା ପରେ ଦିଲ୍ଲୀ ସରକାର ରାଜ୍ୟର ଲୋକନାୟକ ଜୟପ୍ରକାଶ ନାରାୟଣ-ଏଲଏବଜେପି(Lok Nayak Jai Prakash Narayan Hospital-LNJP) ହସ୍ପିଟାଲରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ମଧ୍ୟ ଖୋଲିଛନ୍ତି ।