Covid19 Alert: ବଢୁଛି ସଂକ୍ରମଣ, ଏହି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ
Advertisement

Covid19 Alert: ବଢୁଛି ସଂକ୍ରମଣ, ଏହି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ

Karnataka Covid Guidelines: କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ବର୍ଷ ପାଳନ କେବଳ ରାତି ଗୋଟାଏ ପର୍ଯ୍ୟନ୍ତ କରାଯାଇ ପାରିବ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଭୟଭୀତ ହେବାର କୌଣସି କାରଣ ନାହିଁ। କେବଳ ସତର୍କ ରୁହନ୍ତୁ।

Covid19 Alert: ବଢୁଛି ସଂକ୍ରମଣ,  ଏହି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ

Karnataka Corona Guidelines: ପୁଣି ଥରେ ସକ୍ରିୟ ହୋଇଉଠିଛି କୋରୋନା ଭାଇରାସ। ଏବେ ପୁନର୍ବାର କୋରୋନା ଭୂତାଣୁ ଲୋକଙ୍କୁ ଡରାଇବା ଆରମ୍ଭ କରିଛି। କୋରୋନା ସଂକ୍ରମଣ କାରଣରୁ ଚୀନ ଅବସ୍ଥା ବିଗିଡିବା ପରେ ଭାରତ ସରକାର ଦେଶର ସମସ୍ତ ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦ୍ଦେଶ ମିଳିବା ପରେ କର୍ଣ୍ଣାଟକ ସରକାର ଏବେ ସତର୍କ ହୋଇ ଉଠିଛନ୍ତି। କୋରୋନା ସଙ୍କଟ ମଧ୍ୟରେ କର୍ଣ୍ଣାଟକ ସରକାର ନୂତନ ବର୍ଷର ଉତ୍ସବ ପାଳନ କରିବା ସମ୍ପର୍କରେ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। 

କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ବର୍ଷ ପାଳନ କେବଳ ରାତି ଗୋଟାଏ ପର୍ଯ୍ୟନ୍ତ କରାଯାଇ ପାରିବ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଭୟଭୀତ ହେବାର କୌଣସି କାରଣ ନାହିଁ। କେବଳ ସତର୍କ ରୁହନ୍ତୁ।

ରାଜ୍ୟରେ ଜାରି ହୋଇଥିବା କୋଭିଡ ଗାଇଡଲାଇନ ବିଷୟରେ ସୂଚନା ଦେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଚଳଚ୍ଚିତ୍ର ପ୍ରେକ୍ଷାଳୟ, ବିଦ୍ୟାଳୟ ଏବଂ କଲେଜ ପରିସରରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ପବ୍, ରେସ୍ତୁରାଁ ଏବଂ ବାର ପରିସରରେ ନୂତନ ବର୍ଷ ପାଳନ କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନୂତନ ବର୍ଷ ପାଳନ କେବଳ ରାତି ଗୋଟାଏ ପର୍ଯ୍ୟନ୍ତ କରାଯାଇ ପାରିବ। କୋରୋନା ସଂକ୍ରମଣକୁ ନେଇ ଭୟଭୀତ ହେବା ପରିବର୍ତ୍ତେ ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଗତ ୨୨ ତାରିଖରେ ବନ୍ଦ ରହୁଥିବା ସ୍ଥାନରେ ଫେସ୍ ମାସ୍କ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ କର୍ଣ୍ଣାଟକ ସରକାର। ଖୁବ ଶୀଘ୍ର କୋରୋନା ସମ୍ବନ୍ଧରେ ଆଉ ଏକ ନୂତନ ଗାଇଡ ଲାଇନ ଜାରି କରିବାକୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଗତକାଲି ଜଣାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଥିଲେ କୋରୋନା ମହାମାରୀର ବିପଦ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖରୁ ଅନେକ ନିର୍ଦ୍ଦେଶ ମିଳିଛି। କର୍ଣ୍ଣାଟକ ସରକାର ମଧ୍ୟ କୋଭିଡ୧୯ ସଂକ୍ରମଣ ଉପରେ ସତର୍କ ନଜର ରଖିଛନ୍ତି। ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ ସୁଧାକର ୨୬ ଡିସେମ୍ବରରେ ନୂତନ କୋରୋନା ଗାଇଡଲାଇନ୍ସ ଜାରି କରିବେ। 

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୬ କୋରୋନା ସଂକ୍ରମଣ ମାମଲା ପଞ୍ଜୀକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପୂର୍ବ ଦିନ ଜଣେ ବ୍ୟକ୍ତିଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଛି। ସକ୍ରିୟ ମାମଲା ସାମାନ୍ୟ ହ୍ରାସ ପାଇ ୩୪୨୮ ହୋଇଛି। ଦେଶର ମୋଟ କୋରୋନା ସଂକ୍ରମଣ ମାମଲା ହେଉଛି ୪.୪୬ କୋଟି। ଦେଶରେ କୋରୋନା କାରଣରୁ ଏ ପର୍ଯ୍ୟନ୍ତ ୫ ଲକ୍ଷ ୩୦ ହଜାର ୬୯୫ ଲୋକ ପ୍ରାଣ ହରାଇଛନ୍ତି।