ରାଜ୍ୟରେ ଆରମ୍ଭ ହେବ କୁକୁର ମରା ଅଭିଯାନ, ସୁପ୍ରିମକୋର୍ଟ ଗଲେ ସରକାର
Advertisement
Article Detail0/zeeodisha/odisha1349731

ରାଜ୍ୟରେ ଆରମ୍ଭ ହେବ କୁକୁର ମରା ଅଭିଯାନ, ସୁପ୍ରିମକୋର୍ଟ ଗଲେ ସରକାର

Stray dogs: କେରଳ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ରାଜ୍ୟରେ ବଢୁଥିବା କୁକୁର କାମୁଡା ମାମଲାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। କୁକୁର କାମୁଡା ମାମଲା ହ୍ରାସ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ତ ହୋଇଛନ୍ତି।

 ରାଜ୍ୟରେ ଆରମ୍ଭ ହେବ କୁକୁର ମରା ଅଭିଯାନ, ସୁପ୍ରିମକୋର୍ଟ ଗଲେ ସରକାର

Stray dogs, ଥିରୁଭାନନ୍ତପୁରମ: ଦେଶର କୋଣ ଅନୁକୋଣରେ ଦିନ ଦିନ କୁକୁର କାମୁଡା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା କେରଳରେ ଏହି ସଂଖ୍ୟା ଅଧିକ ରହିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଆଉ ଏହାର ସମାଧାନ ପାଇଁ କୁକୁରଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅନୁମତି ଦେବାକୁ କେରଳ ସରକାର ସୋମବାର ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି। କେବଳ ହିଂସ୍ର କୁରୁରଙ୍କୁ ମାରିବା ପାଇଁ ସରକାର ଯୋଜନା କରିଥିବା ସୂଚନା ମିଳିଛି।

କେରଳ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ରାଜ୍ୟରେ ବଢୁଥିବା କୁକୁର କାମୁଡା ମାମଲାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। କୁକୁର କାମୁଡା ମାମଲା ହ୍ରାସ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ତ ହୋଇଛନ୍ତି। ପୌରାଞ୍ଚଳ ମନ୍ତ୍ରୀ ଏମବି ରାଜେଶ କହିଛନ୍ତି, " ଯେହେତୁ କେରଳରେ କୁକୁର କାମୁଡ଼ିବା ମାମଲା ବୃଦ୍ଧି ନେଇ ସୁପ୍ରିମକୋର୍ଟ ଏକ ଶୁଣାଣି କରୁଛନ୍ତି, ତେଣୁ ଆମେ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଅପିଲ କରିଛୁ। ହିଂସାତ୍ମକ ତଥା ରେବି ସଂକ୍ରମିତ କୁକୁରକୁ ଲୋକଙ୍କ ଠାରୁ ଦୂରେଇ ରଖିବାକୁ ସରକାର ଅନୁମତି ମାଗିଛିନ୍ତି।"

Also Read: Electric bike ନିଆଁରେ ଜଳିଗଲା ହୋଟେଲ୍, ୮ ମୃତ

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସେପ୍ଟେମ୍ବର ୨୦ରୁ କେରଳରେ କୁକୁର କାମୁଡାକୁ ନେଇ ସଚେତନ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ଆସନ୍ତା ମାସେ ପର୍ଯ୍ୟନ୍ତ ଚାଲିବ। ଏଥିରେ ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ୱଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ସାମିଲ କରାଯିବ। ଏହି ଅଭିଯାନରେ କୁକୁରଙ୍କ ବନ୍ଧ୍ୟାକରଣ ସହ ସେମାନଙ୍କ ରହିବା ନେଇ ଆଶ୍ରୟସ୍ଥଳି ନିର୍ମାଣ କରାଯିବ। ଯୁଦ୍ଧ କାଳୀନ ଭିତ୍ତିରେ  ବର୍ଜ୍ୟବସ୍ତୁ ପରିଚାଳନା କରାଯିବା ସହ ପର୍ଯ୍ୟାପ୍ତ ପରିମାଣର ଟିକା କ୍ରୟ କରାଯିବ ବୋଲି ମନ୍ତ୍ରୀ ଏମବି ରାଜେଶ ସୂଚନା ଦେଇଛନ୍ତି।

ସେପଟେ କୁକୁର କାମୁଡା ମାମଲାକୁ ହ୍ରାସ କରିବାପାଇଁ କେରଳ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପଶୁପ୍ରେମୀମାନେ ଆଂଶିକ ଭାବେ ସ୍ୱାଗତ କରିଛନ୍ତି। ପଶୁ ଅଧିକାର କର୍ମୀ ତଥା ଲେଖକ ଶ୍ରୀଦେବୀ କର୍ତ୍ତା କହିଛନ୍ତି, " ସରକାର ନେଇଥିବା ପଦକ୍ଷେପଗୁଡିକ ମଧ୍ୟରୁ କେତେକ ଭଲ ଅଟେ। କିନ୍ତୁ ସରକାର କିପରି ହିଂସ୍ର କୁକୁରକୁ ଚିହ୍ନି ପାରିବେ? ମଣିଷରେ ମନ ପରିବର୍ତ୍ତନ ହେବା ପରି ପଶୁମାନଙ୍କର ଆଚରଣ ମଧ୍ୟ ବଦଳିଥାଏ। ଗୋଟିଏ କୁକୁର ସବୁ ସମୟରେ ହିଂସ୍ର ହୋଇନଥାଏ।"                             

Also Read: କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁ...                  

କିନ୍ତୁ ଅନେକ ଲୋକ କଏନ କ୍ରୋଧରେ ପୀଡିତ ହୋଇଥିଲେ ଯେ ମାନବ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପଶୁ ଅଧିକାର ନାମରେ ରାବଣକୁ ଛାଡିବା ଅନ୍ୟାୟ ଅଟେ। “ଯେତେବେଳେ ଆଲାପଜୁହା ଏବଂ କୋଟାୟାମ ଜିଲ୍ଲାର କେତେକ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଗଲା, ସେତେବେଳେ ଅନେକ ଡାକୁଙ୍କୁ ହତ୍ୟା କରାଯାଇଥିଲା। ସେହିଭଳି ଘୁଷୁରି ଏବଂ ଘରୋଇ ପଶୁମାନେ ଅନେକ ସ୍ଥାନରେ ଘୁଷୁରି ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ତୁମେ କାହିଁକି ହିଂସାତ୍ମକ ଭ୍ରମଣକାରୀ କୁକୁରମାନଙ୍କ ପ୍ରତି ଏପରି ଭାବନା ସଂଲଗ୍ନ କରୁଛ? ” ଦୁଇ ସପ୍ତାହ ପୂର୍ବରୁ ଏକାଧିକ କାମୁଡ଼ାରେ ପୀଡିତ ଆଲାପୁଜା ନିବାସୀ ଦେବକୀ ଆମ୍ମାଙ୍କୁ ପଚାରିଥିଲେ।

ସୂଚନାଯୋଗ୍ୟ, ନିକଟରେ କୁକୁର କାମୁଡାରେ ୫ ଜଣ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ସେପ୍ଟେମ୍ବର ୯ରେ ରାଜ୍ୟରୁ ଦୁଇଜଣ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ସୁପ୍ରିମକୋର୍ଟ ସେପ୍ଟେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଏହାର ରାୟ ସଂରକ୍ଷଣ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟାନୁସାରେ ଗତ ଆଠ ମାସରେ ଲକ୍ଷେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ କୁକୁର କାମୁଡାର ଶିକାର ହୋଇଛନ୍ତି। ଏହି ସମୟରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଯାହା ଗତବର୍ଷ ୧୧ ଥିଲା। ୨୦୨୧ରେ ଲକ୍ଷେ ୨୧ ହଜାର ଓ ୨୦୨୦ ମସିହାରେ ଲକ୍ଷେ ୬୦ ହଜାର କୁକୁର କାମୁଡା ମାମଲା ପଞ୍ଜିକୃତ ହୋଇଛି।