Electric bike ନିଆଁରେ ଜଳିଗଲା ହୋଟେଲ୍, ୮ ମୃତ
Advertisement
Article Detail0/zeeodisha/odisha1349510

Electric bike ନିଆଁରେ ଜଳିଗଲା ହୋଟେଲ୍, ୮ ମୃତ

Secunderabad Hotel Fire: ଅଗ୍ନିକାଣ୍ଡ ଘଟିଥିବା ହୋଟେଲ ବିଲଡିଂର ତଳ ମହଲାରେ ଏକ ଇଲେକ୍ଟ୍ରିକ୍ ସ୍କୁଟର ଶୋରୁମ ଥିଲା। ସୋମବାର ରାତି ପ୍ରାୟ ସାଢେ ନଅଟାରେ ଶୋରୁମର ଚାର୍ଜିଂ ୟୁନିଟରେ ନିଆଁ ଲାଗି ତାହା ପୂରା ବିଲଡିଂରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ପରେ କୋଠାରେ ଆତଙ୍କ ଦେଖାଦେଇଥିଲା। ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ ଡେଇଁପଡିଥିଲେ।

 Electric bike ନିଆଁରେ ଜଳିଗଲା ହୋଟେଲ୍, ୮ ମୃତ

 

Secunderabad Hotel Fire, ହାଇଦ୍ରାବାଦ: ସୋମବାର ରାତିରେ ହାଇଦ୍ରାବାଦର ସେକନ୍ଦରାବାଦର ଏକ କୋଠାରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତି କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ହୋଟେଲ ବିଲ୍ଡିଂର ତଳ ମହଲାସ୍ଥିତ ବୈଦ୍ୟୁତିକ ଯାନ ଶୋ’ରୁମରେ ଏକ ବାଇକର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଏହା ପରେ ନିଆଁ ସମଗ୍ର କୋଠାକୁ ବ୍ୟପିଯାଇଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ, ଅଗ୍ନିକାଣ୍ଡ ଘଟିଥିବା ହୋଟେଲ ବିଲଡିଂର ତଳ ମହଲାରେ ଏକ ଇଲେକ୍ଟ୍ରିକ୍ ସ୍କୁଟର ଶୋରୁମ ଥିଲା। ସୋମବାର ରାତି ପ୍ରାୟ ସାଢେ ନଅଟାରେ ଶୋରୁମର ଚାର୍ଜିଂ ୟୁନିଟରେ ନିଆଁ ଲାଗି ତାହା ପୂରା ବିଲଡିଂରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ପରେ କୋଠାରେ ଆତଙ୍କ ଦେଖାଦେଇଥିଲା। ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ ଡେଇଁପଡିଥିଲେ। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬ ଜଣ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନି କାଣ୍ଡ ସମୟରେ କୋଠାରେ ୨୫ରୁ ୩୦ ଜଣ ଥିବା କୁହାଯାଉଛି। 

Also Read: Odisha Weather Update: ବଙ୍ଗୋପସାରଗରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଏହି ଦିନଠୁ ପୁଣି ଛେଚିବ

ହାଇଦ୍ରାବାଦ୍ ନର୍ଥଜୋନ ଜିସିପି ଚନ୍ଦନା ଦୀପ୍ତି କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଅଗ୍ନିକାଣ୍ଡ ବିଷୟରେ ଖବର ମିଳିଥିଲା। ଇଲେକ୍ଟ୍ରିକ ବାଇକ୍ ପାର୍କ ହୋଇଥିବା ବେସମେଣ୍ଟରେ ପ୍ରଥମେ ନିଆଁ ଲାଗିଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଉପରୁ ତଳକୁ ଡେଇଁବାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହୋଟେଲରେ ଅଗ୍ନିକାଣ୍ଡର ଖବର ପାଇ ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରଶାସନ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଥିଲା। ଘଟଣାରେ ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲି ଦୁଃଖ ପ୍ରକାଶ କରି କହିଛନ୍ତି, "ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଲୋକଙ୍କୁ ଲଜରୁ ବାହାର କରିବା ପାଇଁ ଫାୟାର ବ୍ରିଗେଡ୍ ଦଳ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ପ୍ରବଳ ଧୂଆଁ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା। କିଛି ଲୋକଙ୍କୁ ଲଜରୁ ଉଦ୍ଧାର କରାଯାଇଛି। ଘଟଣାଟି କିପରି ଘଟିଲା ଆମେ ତଦନ୍ତ କରୁଛୁ।"

ସେପଟେ, ହାଇଦ୍ରାବାଦର ଇଲେକ୍ଟ୍ରିକ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ତେଲେଙ୍ଗାନାର ସିକନ୍ଦରାବାଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। PMNRFରୁ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।