Mig29 Crash: ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯ ବିମାନ, ବର୍ତ୍ତିଗଲେ ପାଇଲଟ୍
Advertisement
Article Detail0/zeeodisha/odisha2412399

Mig29 Crash: ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯ ବିମାନ, ବର୍ତ୍ତିଗଲେ ପାଇଲଟ୍

MiG 29 fighter crashes in Barmer: ପୁଣି ରାଜସ୍ଥାନରେ ବିମାନ ଦୁର୍ଘଟଣା । ଭାରତୀୟ ବାୟୁସେନାର (MiG 29) ମିଗ୍-୨୯  ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। 

Mig29 Crash: ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯ ବିମାନ, ବର୍ତ୍ତିଗଲେ ପାଇଲଟ୍
MiG 29 fighter crashes in Barmer: ପୁଣି ରାଜସ୍ଥାନରେ ବିମାନ ଦୁର୍ଘଟଣା । ଭାରତୀୟ ବାୟୁସେନାର (MiG 29) ମିଗ୍-୨୯  ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ପ୍ରଶିକ୍ଷଣ ସମୟରେ ବାୟୁସେନାର ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଭଳି ଘଟଣା ଘଟିଛି ବାରମେର ଜିଲ୍ଲାର ନାଗାନା ପୋଲିସ ଷ୍ଟେସନ ଅଞ୍ଚଳରେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନାହିଁ ।
 
 
 
ସୂଚନା ଅନୁସାରେ,ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ବାରମେରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଯୁଦ୍ଧ ବିମାନ(MIG-29) ଯୁଦ୍ଧ ବିମାନ ବାରମେର ଜିଲ୍ଲାର କାୱାସ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ ଏହି ଦୁର୍ଘଟଣାରେ ପ୍ରାଣ ହରାଇ ନାହାଁନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଯୁଦ୍ଧ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ନାଗାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଯୁଦ୍ଧ ବିମାନରେ ନିଆଁ ଲାଗିଯାଇଥିବାରୁ ପୋଲିସ ଅଗ୍ନିଶମ ବାହିନୀକୁ ଡାକିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ବାୟୁସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଅଛନ୍ତି। ମିଗ୍ -29 ଯୁଦ୍ଧ ବିମାନର ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ଭାରତୀୟ ବାୟୁସେନା କହିଛି ଯେ, ବିମାନରେ କିଛି ବୈଷୟିକ ତ୍ରୁଟି ଥିବାରୁ ଏହା ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଠିକ୍ ସମୟରେ ବିମାନରୁ ବାହାରକୁ ଆସିଥିଲେ। ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।